Bollywoodର ଫେମସ ଅଭିନେତ୍ରୀ Priyanka Chopra ହେଲେ ମା’… ଇଂଷ୍ଟାରେ ଶେୟାର କଲେ ଖୁସି ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ବଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଅନେକ ବଲିଉଡ କଳାକାର ମାନେ ନିଜର ଷ୍ଟାଇଲିସ ଅନ୍ଦାଜ ଠାରୁ ଆରମ୍ଭ କରି ନିଜର ବ୍ୟକ୍ତିଗତ ଲାଇଫ ପର୍ଯ୍ଯନ୍ତ ବେଶ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ବୈବାହିକ ଜୀବନକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆପଣ ମାନେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କୁ ବେଶ ଭଲ ଭାବେ ଜାଣିଥିବେ ।

ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ଅଭିନୟ ଯାଦୁ ରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ଅଭିନେତ୍ରୀ ପ୍ରିୟାଙ୍କା ତାଙ୍କ ଠାରୁ କମ ବୟସର ଆମେରିକୀୟ ନିକ ଜୋନସଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି ।

ତେବେ ବର୍ତ୍ତମାନର ବଡ ଖବର ହେଉଛି ପ୍ରିୟଙ୍କା ମା ହେବାକୁ ଯାଉଛନ୍ତି ଓ ତାଙ୍କ ସ୍ଵାମୀ ନିକ ଜୋନସ ବାପା ହେବାକୁ ଯାଉଛନ୍ତି । ଏହି ଦମ୍ପତି ବିବାହ ର ଏତେ ବର୍ଷ ପରେ ସନ୍ତାନ ସୁଖ ଲାଭ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆ ରେ ଏହି ଦୁଇ ଦମ୍ପତି ସରୋଗେସୀ ଜରିଆରେ ସନ୍ତାନ ସୁଖ ପାଇବାକୁ ଯାଉଛନ୍ତି ବୋଲି ନିଜର ଫ୍ୟାନ୍ସ ମାନଙ୍କୁ ସେୟାର କରିଛନ୍ତି ।

ଏହି ଦୁଇ ଦମ୍ପତି ୨୦୧୮ ମସିହାରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଦୁହିଙ୍କର ଏହା ହେଉଛି ପ୍ରଥମ ସନ୍ତାନ । ନିକ କୁ ଟ୍ୟାଗ କରି ପ୍ର୍ଯାଙ୍କା ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ କରିଛନ୍ତି । ଏହା ସହ ପ୍ରିୟଙ୍କା କହିଛନ୍ତି ଯେ ଦୁହେଁ ନିଜର ପରିବାର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି ।

ତେଣୁ ସେମାନଙ୍କୁ ନିରୋଳା ରେ ଛାଡି ଦେବାକୁ ସେ କହିଛନ୍ତି । ତେବେ ପ୍ରିୟଙ୍କା ଓ ନିକ ଜୋନସ ନିଜର ସନ୍ତାନ ଆସିବା ନେଇ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ବିବାହ ରେ ଏତେ ବର୍ଷ ପରେ ଦୁହିଙ୍କର ପରିବାରର ଆଗକୁ ବଢିବାକୁ ଯାଉଛି ବାସ୍ତବରେ ଏହା ବହୁତ ବଡ ଖୁସି ଖବର ।

ତେବେ ପ୍ରିୟଙ୍କା ବର୍ତ୍ତମାନ ନିଜର ପର୍ଶନାଲ ଲାଇଫ୍କୁ ନେଇ ବହୁତ ସିରିଏସ ହୋଇଛନ୍ତି । ଆଶା କରୁଛୁ ପ୍ରିୟଙ୍କା ଓ ନିକ ଜୋନସଙ୍କର ବୈବାହିକ ଜୀବନ ସୁଖମୟ ହେବା ସହ ଦୁହିଙ୍କର ସନ୍ତାନ ମଧ୍ୟ ଭଲରେ ରହିବ ।

ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟଙ୍କା ଚୋପ୍ରାଙ୍କର ମା ହେବା ନେଇ ଖବର ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *