ଆସିଲା ବଡ ଖବର: Facebook ବ୍ୟବହାର କରୁଥିଲେ ହୋଇ ଯାଆନ୍ତୁ ସାବଧାନ !

ବନ୍ଧୁଗଣ ଆଜିକାଲି ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାର ଆପ ବ୍ୟବହାର ହେଉଛି । କିନ୍ତୁ କିଛି ଆପ ଗୁଡିକର ଅପବ୍ୟବହାର ମଧ୍ୟ ହେଉଛି । ଯାହା ପାଇଁ ସାଧାରଣ ଲୋକେ ସାଇବର ଠକେଇର ଶିକାର ହେଉଛନ୍ତି । ଆପଣ ମାନେ ଜାଣିଥିବେ ଆମ ଦେଶର ପ୍ରଯତ ଲୋକ ମାନେ ଫେସବୁକ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନର ବଡ ସୂଚନା ହେଉଛି ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ ।

ଆପଣଙ୍କ ପାଖକୁ ଟଙ୍କା ପାଇଁ ଆସିପାରେ ରିକ୍ୟୁଏଷ୍ଟ , ଆଉ ରିକ୍ଵେଷ୍ଟ ପଠାଇ ଥାଏ ଆପଣଙ୍କର କୌଣସି ଜଣାଶୁଣା ମଣିଷ । ଏହା ଶୁଣିବା ପରେ ଆପଣଙ୍କ ମନରେ ଆଉ କିଛି ଭାବନା ଆସିଥିଲେ ମଧ୍ୟ କଥା ଟି ସତ ଅଟେ । ବର୍ତ୍ତମାନ ଫେସବୁକ ରୁ ଟଙ୍କା ଲୁଟ କରିବା ପାଇଁ ନୂଆ ଉପାୟ ଆପଣେଇଛନ୍ତି ସାଇବର ଠକ ମାନେ । ଫେସବୁକ ରେ ଲମ୍ବା ଫ୍ରେଣ୍ଡ ଲିଷ୍ଟ ଦେଖି ସେହିଭଳି ନୂଆ ଫେସବୁକ ଆଇଡି ତିଆରି କରିଥାନ୍ତି ସାଇବର ଠକ ।

ଏହା ପରେ ସାଇବର ଠକ ମାନେ ମ୍ଯାସେଞ୍ଜର ରେ ମ୍ଯାସେଜ କରିଥାନ୍ତି ଯେ “ନିଡ ଅଡଜେଣ୍ଟ ମନି ଆଇ ୱିଲ ଋଟର୍ନ ଇନ ଟୁ ଆୱାର୍ସ” । ଏମିତି କିଛି କଥା କହି ସାଇବର ଠକ ମାନେ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ରୁ ସବୁ ଟଙ୍କା ହ୍ୟାକ କରି ନେଉଛନ୍ତି । ତେବେ ଯଦି ଆପଣଙ୍କ ପାଖ କୁ ଏମିତି କିଛି ମ୍ଯାସେଜ ଆସେ ତେବେ ପ୍ରଥମେ ଫେସବୁକ ଆଇଡି କୁ ଭଲ ଭାବେ ଯାଞ୍ଚ କରନ୍ତୁ ।

ଯଦି ସମ୍ଭବ ହୋଇପାରେ ତେବେ ସିଧା ସଳଖ ଉକ୍ତ ବ୍ୟକ୍ତି ଙ୍କୁ ଫୋନ ମାଧ୍ୟମ ରେ କଥା ହୋଇ ଆବଶ୍ୟକତା ଅନୁଯାୟୀ ଟଙ୍କା ପଠାନ୍ତୁ । ନଚେତ ଆପଣ ସାଇବର ଠକ ଙ୍କ ଜାଲରେ ଫାଶି ଯାଇ ପାରନ୍ତି । ତେବେ ସାଇବର ଠକ ମାନେ ଟଙ୍କା ଲୁଟ କରିବା ପାଇଁ ବିଭିନ୍ନ ପ୍ରକାର ତରିକା ଆପେଣଇ ଥାନ୍ତି । ସେଥି ମଧ୍ୟରୁ ଏହା ଏକ ନୂଆ ଉପାୟ ଅଟେ ।

ଫେସବୁକ ଜରିଆରେ ଆପଣଙ୍କର ଆଇଡି ର ବ୍ୟବହାର କରି ଆପଣଙ୍କର ନିଜ ଲୋକ ବୋଲି ପରିଚୟ ଦେଇ ଟଙ୍କା ଲୁଟ କରିବାର ନୂଆ ଯୋଜନା ଆପଣେଇଛନ୍ତି ସାଇବର ଠକ । ତେଣୁ ଯେଉଁ ମାନେ ଫେସବୁକ ବ୍ୟବହାର କରୁଛନ୍ତି ଏ ନେଇ ସତର୍କ ହୋଇ ଯାଆନ୍ତୁ । ନଚେତ ଆପଣ ବହୁତ ବଡ ଅସୁବିଧା ର ସମୁଖିନ୍ନ ହୋଇ ପାରନ୍ତି । ଆପଣଙ୍କର ସବୁ ଟଙ୍କା ଲୁଟ କରିବାକୁ ସାଇବର ଠକଙ୍କୁ ଅଧିକ ସମୟ ଲାଗିବ ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *