Ollywood ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା Mihir Dasଙ୍କ ଏକଦଶାହ ଦିବସର ଏହି Video ଦେଖି ଆଖିରେ ଲୁହ ରହିବନି

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ବଡ ବଡ କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ବେଶ ଚର୍ଚ୍ଚା ରେ ରହିଛନ୍ତି । କିନ୍ତୁ ଏମିତି କିଛି ଲୋକପ୍ରିୟ କଳାକାର ମାନେ ଧୀରେ ଧୀରେ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ତାଙ୍କ ଜାଗା ଆଉ କେହି ନେଇ ପାରିବେ ନାହି ବୋଲି ମଧ୍ୟ ଦର୍ଶକ ମାନେ ମତଦାନ କରୁଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ମିହିର ଦାସଙ୍କର ହସପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ପରଲୋକ ଘଟିଛି ।

ତେବେ ଗତ କାଲି ତାଙ୍କର ଏକାଦଶାହ କର୍ମ ଶେଷ ହୋଇଛି । ମିହିର ଭାଇ ଙ୍କ ଦଶାହ ଦିବସରେ ଓଡିଆ କଳାକାର ମାନେ ପଟିୟା ସ୍ଥିତ ଏକ ଗାର୍ଡ଼ନ ରେ ସଭା ଅନୁଷ୍ଠିତ କରିଥିଲେ । ଏହି ସଭା ରେ ଅଭିନେତା ଶ୍ରୀତମ ଦାସ ଙ୍କ ଠାରୁ ଆରମ୍ଭ କରି ସିଦ୍ଧାର୍ଥ ମହାପାତ୍ର, ଅଶ୍ରୁମୋଚନ, ବିଦୂସ୍ମିତା, ଗୁନଗୁନ, କୁନା ତ୍ରିପାଠୀ ଆଦି କଳାକାର ମାନେ ଯୋଗ ଦେଇଥିଲେ । ମିହିର ଭାଇଙ୍କ ସ୍ମୃତି ଚରଣ ପାଇଁ ସମସ୍ତେ ଶୋକ ସଭା କରିଥିଲେ ।

ତେବେ ଗତ କାଲି ତାଙ୍କର ଏକାଦଶ ଦିବସରେ ଓଡିଆ କଳାକାର ମାନେ ଏକତ୍ର ହୋଇ ତାଙ୍କର ସ୍ମୃତି ମନେ ପକାଇଆ କାନ୍ଦି ପକାଇଛନ୍ତି । ଏହା ସହ ସବୁ କଳାକାର ମାନେ ମିଶି ମିହିର ଭାଇଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏମିତି କି ମିହିର ଭାଇ ଙ୍କ ସହ ବିତାଇ ଥିବା ସବୁ ମୂହୁର୍ତ୍ତ କୁ ମନେ ପକାଇଛନ୍ତି କଳାକାର ମାନେ । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଅଭିନେତା ଶ୍ରୀତମ ଦାସ ମିହିର ଭାଇ ଙ୍କୁ ମାନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ତାଙ୍କ ଭଳି ଅଭିନେତା ଆଉ ଓଡିଆ ଇଣ୍ଡଷ୍ଟ୍ରି ରେ ମିଳିବେ ନାହି ବୋଲି କେତେକେ କଳାକାର ମାନେ ମତଦାନ ଦେଇଛନ୍ତି । ତେବେ ଅଭିନେତା ମିହିର ଦାସ ଓଡିଆ ଫିଲ୍ମ ଜଗତର ପ୍ରସିଦ୍ଧ ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କର ଅଭିନୟକୁ ଦର୍ଶକ ମାନେ ଆଜି ବି ଝୁରି ହେଉଛନ୍ତି । ସେ ତାଙ୍କର ଅଭିନୟ ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ ।

ତାଙ୍କ ଭଳି ବ୍ୟକ୍ତି ଆଉ ଏ ଦୁନିଆରେ ଜନ୍ମ ନେବେ ନାହି କି ତାଙ୍କ ସ୍ଥାନ ଆଉ କେହି ପୂରଣ କରି ପାରିବେ ନାହି କହି କଳାକାର ମାନେ କାନ୍ଦି ପାକଇଛନ୍ତି । ପୁରା ଓଡିଆ ଇଣ୍ଡଷ୍ଟ୍ରି ରେ ମିହିର ଭାଇ ଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି । ତେବେ ଆମେ ମାନେ ସମସ୍ତେ ମିହିର ଭାଇଙ୍କ ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ମିହିର ଭାଇଙ୍କ ଏକାଦଶ ଦିବସରେ କଳାକାର ମାନେ ଯେଉଁ କାମ କରିଛନ୍ତି ତାହାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *