ବହୁତ କମ ବୟସରେ ଦୁନିଆରୁ ବିଦା ନେଲେ ଏହି ଅଭିନେତା- ନାମ ଜାଣି ବିଶ୍ଵାସ କରିପାରିବେନି

ପ୍ରସିଦ୍ଧ ଅଭିନେତା ଓ  ଡ଼ାକ୍ତର ସେଥୁରମନ ଏବେ ଆଉ ଆମ ଗହଣରେ ନାହାନ୍ତି । ତାଙ୍କର ଗୁରୁବାର ରାତିରେ ଚେନ୍ନାଇରେ କାର୍ଡିୟକ ଆରେଷ୍ଟ ହେତୁ ଦେହାନ୍ତ ଘଟିଛି । ଏହି ଘଟଣା ତାଙ୍କର ନିକଟସ୍ଥ ବନ୍ଧୁ ଓ ସମର୍ଥକଙ୍କୁ ବହୁତ ଆଘାତ ଦେଇଛି । ଦକ୍ଷିଣ ଭାରତୀୟ ଅଭିନେତା ସତିଶ ସାମାଜିକ ଗଣମାଧ୍ୟମରେ ଏହି ଖବରକୁ ପ୍ରକାଶିତ କରିବା ସହ କହିଛନ୍ତି ଯେ, “ ଦୁଃଖଦ ସମାଚାର, ଅଭିନେତା ଓ ଡ଼ାକ୍ତର ସେଥୁରମନଙ୍କ ଦେହାନ୍ତ କିଛି ଘଣ୍ଟା ପୂର୍ବରୁ ଘଟିଛି, ତାଙ୍କ ପରିବାର ପ୍ରତି ମୁ ସମବେଦନା ଜ୍ଞାପନା କରୁଛି । “

ଅଭିନେତା ସେଥୁରମନ ବ୍ୟଙ୍ଗ ପ୍ରେମସୂଚକ ଚଳଚିତ୍ର “କନ୍ନା ଲାଟୁ ଥିନ୍ନା”ରେ ଅଭିନୟ କରି ସାରିଛନ୍ତି । ଏହି ଚଳଚିତ୍ରର ସଫଳତା ପରେ ସେ ଅନ୍ୟ ୩ ଟି ତାମିଲ ଚଳଚିତ୍ରରେ କାର୍ଯ୍ୟ କରି ସାରିଛନ୍ତି । ସେ ‘ବାଳିବା ରାଜା’ ଏବଂ ‘ଚକ୍କା ପୋଡୁ ବୋଡୁ ରାଜା’ ଭଳି ଚଳଚିତ୍ରରେ ମଧ୍ୟ ନିଜ ନାମ କମାଇ ସାରିଛନ୍ତି । ଏହି ଚଳଚିତ୍ର ପରେ ତାଙ୍କୁ କେବଳ ସ୍ୱଳ୍ପ ସଂଖ୍ୟକ ଚଳଚିତ୍ରରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା, ଏହି କାରଣରୁ ସେ ଚଳଚିତ୍ର ଜଗତକୁ ପଛକୁ ବୁଲି ଚାହିଁ ନଥିଲେ ।

ଅଭିନେତା ହେବା ସହ ସେ ଚର୍ମ ରୋଗ ବିଶେଷଜ୍ଞ ମଧ୍ୟ ଥିଲେ । ସେ ଚେନ୍ନାଇ ସ୍ଥିତ ଜି କ୍ଲିନିକରେ ସ୍କିନ କେୟାର ଓ କସ୍ମେଟୋଲୋଜି ସେବାରେ ନିଯୋଜିତ ଥିଲେ । ସେଥୁରମନ ଜଣେ ଭଲ ଅଭିନେତା ସହିତ ଜଣେ ଦାଇତ୍ଵବାନ ବ୍ୟକ୍ତି ଥିଲେ ।

ସେତୁ କ୍ରମାଗତ ଭାବେ ସାମାଜିକ ଗଣମାଧ୍ୟମରେ କ୍ରିୟାଶୀଳ ଥିଲେ ଓ ନିକଟରେ କରୋନା ଭୂତାଣୁ ଏବଂ ଲକ ଡାଉନକୁ ଆଧାର କରି ତାଙ୍କ ପ୍ରସଶଙ୍କଙ୍କୁ ଜାଗ୍ରତ କରୁଥିଲେ । ସେ ସାମାଜିକ ଗଣମାଧ୍ୟମରେ ଗୋଟେ ଭିଡିଓ ଛାଡିଥିଲେ ଯାହା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁବ ପ୍ରସାର ହୋଇଥିଲା ।

ତାଙ୍କ ପ୍ରରିବାର ବର୍ଗଙ୍କ ମନ୍ତବ୍ୟ ମୁତାବକ ତାଙ୍କ ଅଣ୍ଟା ଅସ୍ଥିରେ ଗମ୍ଭୀର ଆଘାତ ଲାଗିବା କାରଣରୁ ତାଙ୍କର ଅସ୍ତ୍ରପୋଚାର ହୋଇଥିଲା । ଯାହାଫଳରେ ସେ ମାନସିକ ଓ ଶାରୀରିକ କଷ୍ଟରେ ଜୀବନ ଅତିବାହିତ କରୁଥିଲେ । ଏହି ୩୬ ବର୍ଷୀୟ ଅଭିନେତା କିଛି ବର୍ଷ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟେ ଛୋଟ କନ୍ୟା ସନ୍ତାନ ମଧ୍ୟ ଅଛି । ଭଗବାନଙ୍କୁ ଏତିକି ପାର୍ଥନା ତାଙ୍କର ଆତ୍ମାକୁ ସଦ୍ଗତି ପରାଦ କରନ୍ତୁ ଓ ତାଙ୍କ ପରିବାକୁ ସହାୟ ହୁଅନ୍ତୁ ।

Leave a Reply

Your email address will not be published. Required fields are marked *