ପୁଅକୁ ବଞ୍ଚାଇବା ପାଇଁ ମାତ୍ର 40ଦିନରେ ଦରାକର 40 ଲକ୍ଷ ଟଙ୍କା, ହାତଯୋଡି ସାହାଯ୍ୟ ମାଗୁଛନ୍ତି ଘରଲୋକ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଏହି ଭିଡିଓରେ ଯେଉଁ ଦୃଶ୍ୟ ଦେଖୁଛନ୍ତି ତାହା ହେଉଛି କୁନି ପୁଅର ଯିଏ ଖଟ ଉପରେ ମୋବାଇଲ ଦେଖି ଗାଡି ଯାଉଛି ତ ଆଉ କେବେ ଖେଳଣା ଧରି ଖେଳୁଛି ତ ପୁଣି କେବେ ବ୍ଯାଟେରୀ ଗାଡିରେ ବସି ଘର ଭିତରେ ଘେରା ଘେରା ହୋଇ ବୁଲୁହି । ହୁଏ ତ ଏହି ଦୃଶ୍ୟ ଦେଖିବା ପରେ ଆପଣମାନେ ଭାବୁଥିବେ ପିଲାତୁ ବେସ ଖୁସିରେ ଖେଳୁଛି ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହି । ତେବେ ଏହି କୁନି ପୁଅର ନାଁ ହେଉଛି ସୌରୂପ ମିଶ୍ର ଯିଏ ଦୁନିଆ ବିଷୟରେ କିଛି ଜାଣିବା ଆଗରୁ ଏମିତି ରୋଗ ଯନ୍ତ୍ରଣାରେ ଘାଣ୍ଟି ହେଉଛି ଯେ ନିଜ କଷ୍ଟକୁ ନା ନିଜେ ବୁଝିପାରୁଛି ନା ଅନ୍ୟ କାହାକ କହିପାରୁଛି ।

 

ସୌରୂପ ଜନ୍ମ ହେବା ପରେ ପୁରା ପରିବାରରେ ଖୁସି ଖେଳି ଯାଇଥିଲା କିନ୍ତୁ ସେ ୬ ମାସର ହେବା ପରେ ସବୁ ଖୁସିରେ ପଡିଥିଲା ଜବନିକା । କାରଣ ଜଣାପଡିଥିଲା ସୌରୂପ ଥାଲେସିମିଆ ରୋଗରେ ପୀଡିତ ଅଛନ୍ତି । ଆଉ ପୁଅର ରୋଗ ସମ୍ପର୍କରେ ଜାଣି ପରିବାର ସ୍ତବ୍ଧ ହୋଇ ଯାଇଥିଲା । କେମିତି ପୁଅ ଭଲ ହେବ ସେହି ଚିନ୍ତାରେ ଏବେ ବାପା ରଶ୍ମୀରଞ୍ଜନ ଓ ମା ପୂଜା । ଦିନ ଯେତିକି ଯେତିକି ବାଢୁଛି ପୁଅର କଷ୍ଟ ମଧ୍ୟ ସେତିକି ବଢିବାରେ ଲାଗିଛି ।

ଆଉ ପୁଅକୁ ଭଲ କରିବାକୁ ହେଲେ ମାତ୍ର ୪୦ ଦିନରେ ଦରକାର ୪୦ ଲକ୍ଷରୁ ଅହଡିକ ଟଙ୍କା । ସୌରୁପଙ୍କ ବାପା ବିଦ୍ୟୁତ ବିଭାଗରେ ଜଣେ ସାଧାରଣ କର୍ମଚାରୀ ଅଟନ୍ତି । ଯେତିକି ରୋଜଗାର କରନ୍ତି ସେତିକିରେ ପରିବାର କଷ୍ଟରେ ଚାଲେ । ହେଲେ ୪୦ ଲକ୍ଷ ଟଙ୍କା ତାଙ୍କ ପାଇଁ ସ୍ଵପ୍ନ   ନିଶ୍ଚୟ । ପୁଅକୁ ବଞ୍ଚାଇବାକୁ ପରିବାର ନବରଙ୍ଗପୁର ଠାରୁ ଆରମ୍ଭ କରି କୋରାପୁଟ, ଭୁବନେଶ୍ଵର ଏମ୍ସ ଯାଏଁ ସବୁଆଡେ ଦେଖାଇଛନ୍ତି କିନ୍ତୁ ପୁଅ ଭଲ ହେଉ ନାହି ।

ଶେଷରେ ସୌରୁପ ଏବେ ବାଙ୍ଗାଲୋର ରେ ନାରାୟଣୀ ମେଡିକାଲରେ ଚିକିତ୍ସିତ ହେଉଛି । ସେଠିକାର ଡାକ୍ତର କହୁଛନ୍ତି ବୋନ ଟ୍ରାଂଶପ୍ଳାଣ୍ଟ ହେଲେ ସୌରୂପ ଭଲ ହେବ । ଆଉ ଏଥିପାଇଁ ଦରକାର ୪୦ ଲକ୍ଷ ଟଙ୍କା । ପୁଅକୁ ଭଲ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟ୍ବିଟ କରି ସାହାଜ୍ଯ ମାଗିଛନ୍ତି ସୌରୁପଙ୍କ ପରିବାର । କିନ୍ତୁ ଏ ଯାଏଁ ସରକାରଙ୍କ ପକ୍ଷରୁ ମିଳିପାରି ନାହି ସାହାଜ୍ଯ । ଶେଷରେ ପୁଅକୁ ବହ୍ନିବା ଲାଗି ହାତ ଯୋଗୀ ସାହାଜ୍ଯ ମାଗୁଛନ୍ତି ବାପା-ମା ।

ସେପଟେଏ ନେଇ ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି ସୌରୁପକୁ RBSK ଯୋଜନାରେ ସବୁ ପ୍ରକାରର ସାହାଜ୍ଯ ଯୋଗାଇ ଦିଆଯିବ । ତେବେ ଦେଖାଯାଉ ସୌରୁପ ଙ୍କ ଜୀବନ ବଞ୍ଚାଇବାକୁ ବାପା ମା ଯେଉଁ ଚେଷ୍ଟା ଜାରି ରଖିଛନ୍ତି ଆଉ ସରକାର ଙ୍କ ଦ୍ରୁଷ୍ଟି କେବେ ପଡୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *