ପୁଣି ଥରେ ବାପା ହୋଇଛନ୍ତି ବିଧାୟକ ବ୍ୟୋମକେଶ ରାୟ । ହଁ ଦର୍ଶକ ବନ୍ଧୁ 20220 ଫେବୃଆରୀ 3 ତାରିଖରେ ବିଧାୟକ ବ୍ୟୋମକେଶ ରାୟଙ୍କର ପ୍ରଥମ ସ୍ତ୍ରୀ ନୀଳିମା ଙ୍କ ଦେ-ହା-ନ୍ତ ହୋଇଥିଲା । ଆଉ ସେତେବେଳେ ନୀଳିମା ଓ ବ୍ୟୋମେକେଶଙ୍କର 7 ବର୍ଷର ଝିଅ ଟି ଥିଲା । ନିଜ ଝିଅକୁ ଖୁବ ଭଲ ପାଉଥିଲେ ବିଧାୟକ ।

ଝିଅ କିଭଳି ପାଠ ପଢିବ ଓ କିଛି ସମସ୍ୟାର ସମୁଖିନ୍ନ ନ ହେବ ସେଥିପାଇଁ ତ ବିଧାୟକ ଦ୍ଵିତୀୟ ବିବାହ କରିବାକୁ ମନସ୍ଥ କରିଥିଲେ । ଆଉ ଦ୍ଵିତୀୟ ବିବାହ ମଧ୍ୟ କରିଥିଲେ । ଆଉ ଆଜି ପୁଣି ଥରେ ଆଉ ଏକ କନ୍ୟା ସନ୍ତାନ ବାପା ହୋଇଛନ୍ତି ବ୍ୟୋମେକେଶ । ଯେତେବେଳେ ଏହି ଖବର ବିଧାୟକ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଲେ ସେତେବେଳେ ବିଧାୟକଙ୍କୁ ଶୁଭେଛୁ ମାନେ ଶୁଭେଚ୍ଛା ଜଣାଇବାକୁ ଲାଗିଥିଲେ ।
ଆଜି ତାଙ୍କ ଘରକୁ ପୁଣି ଲକ୍ଷ୍ମୀ ଆସିଛନ୍ତି । ବିଧାୟକ ସୋସିଆଲ ମିଡିଆରେ ଏ ଖୁସି ଖବର ଜଣାଇଥିଲେ । ବିଧାୟକ ଝିଅଙ୍କ ସହ ପୂର୍ବତନ ସ୍ତ୍ରୀ ଙ୍କ ଫୋଟୋ ବି ସେୟାର କରିଛନ୍ତି । ଏଠି ଆପଣଙ୍କୁ ମନେ ପକାଇବାକୁ ଚାହିଁବୁ ହରଣ ସମୟରେ ନିଜର ବିବାହକୁ ଖୁବ ଚର୍ଚ୍ଚାରେ ଥିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ । ଏମିତିକି ନିଜ ବରଯାତ୍ରିରେ ବି ନାଚିଥିଲେ ବ୍ୟୋମେକେଶ ।

ଯାହାକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏହାରି ଭିତରେ ତାଙ୍କ ଦ୍ଵିତୀୟ ସ୍ତ୍ରୀ ତଦଶା ସାଇଦର୍ଶିନୀ ଆଜି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବିଧାୟକ । ପ୍ରଥମ ସ୍ତ୍ରୀଙ୍କ ମୃ-ତ୍ୟୁ-ର ବର୍ଷକ ପରେ ଦ୍ଵିତୀୟ ବିବାହ କରିଥିଲେ ବିଧାୟକ ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ରହିଥିଲେ ।

ଆଉ ସେ ଦ୍ଵିତୀୟ ବିବାହକୁ ନେଇ ମତ ରଖିଥିଲେ ଯେ ଝିଅର ଭବିଷ୍ୟତ ପାଇଁ ଦ୍ଵିତୀୟ ବିବାହ କରୁଛନ୍ତି । ଆଉ ବିଧାୟକଙ୍କ ବାହାଘରର ପାର୍ଟିରେ 7 ବର୍ଷର ଝିଅ ଯେବେ ଷ୍ଟେଜ ଉପରେ ନକହିଥିଲେ ଠିକ ସେତିକି ବେଳେ ବିଧାୟକ ଙ୍କ ଆଖି ରୁ ଲୁହ ଝଋ ଆସିଥିଲା । ଆଉ ଝିଅକୁ କୋଳେଇ ନେଇଥିଲେ । ଏ ଦୃଶ୍ୟ ସେତେବେଳେ ବେସ ଚର୍ଚ୍ଚା ସୃଷ୍ଟି କରିଥିଲା ।
ଆଉ ଆଜି ସେହି 7 ବର୍ଷର ଝିଅକୁ ଆଉ ଗୋଟେ ଭଉଣୀ ମିଳିଯାଇଛି । ଖୁସି ନ କହିଲେ ସରେ । ଆଉ ନୀଳିମାଙ୍କ ଦେ-ହା-ନ୍ତ ପରେ ଠିକ ବର୍ଷେ ପରେ ଜୁଲାଇ 2021 ରେ ବିଧାୟକ ଦ୍ଵିତୀୟ ବିବାହ କରିଥିଲେ । ପାରମ୍ପରିକ ରୀତି ଅନୁସାରେ ଚାନ୍ଦବାଲି ବ୍ଲକ ଘଟପୁର ଗାଁ ର ଅଶୋକ ବଳ ଙ୍କ ଝିଅ ତଦଶା ସାଇଦର୍ଶିନୀ ବଳ ଙ୍କୁ ବିବାହ କରିଥିଲେ । ଆଉ ଏହାରି ଭିତରେ ଦୁଇ ଦୁଇଟି କନ୍ୟା ସନ୍ତାନର ବାପା ହୋଇଛନ୍ତି ବିଧାୟକ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।
