ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ରେ ଗାଈ କୁ ଏହି ଗୋଟିଏ ଜିନିଷ ଖୁଆଇ ଦିଅନ୍ତୁ, ସବୁ ଦାରିଦ୍ର୍ୟତା ହେବ ଦୂର…

ବନ୍ଧୁଗଣ ଦୀର୍ଘ 500 ବର୍ଷ ପରେ ରାକ୍ଷୀ ପୂର୍ଣ୍ଣିମାରେ ବନିବାକୁ ଯାଉଛି ଅଦଭୁତ ମହା ସଂଯୋଗ । ଅଗଷ୍ଟ 30 ବୁଧବାର ଦ୍ଫିନ ପଡୁଛି ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଜନ୍ମ ଦିନ । ଏହି ଦିନ ରେ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ପଡୁଛି । 31 ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମା ପଡୁଛି । ରାକ୍ଷୀ ପୂର୍ଣ୍ଣିମାର ଦିନକୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର କରାଯାଏ । ଏହି ଦିନକୁ ସ୍ନେହ ଓ ପବିତ୍ରତାର ଦିନ ମାନା ଯାଇଛି । ଏହି ଦିନ ଗୋମାତାଙ୍କର ପୂଜା କରିବାର ବିଶେଷ ମହତ୍ଵ ରହିଛି ।

ଆଜି ଆମେ ଜାଣିବା ରାକ୍ଷୀ ପୂର୍ଣ୍ଣିମା ଦିନ ଗୋମାତାଙ୍କୁ ଏମିତି କଣ ଖାଇବାକୁ ଦେଲେ ଭାଗ୍ୟ ଉଦୟ ହୋଇଥାଏ । ହିନ୍ଦୁ ଧର୍ମ ଅନୁଯାୟୀ ଗାଈର ସେବା ମଣିଷ ଭକ୍ତି ସହକାରେ କରିଲେ ଘରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ  । ଯୁଗ ଯୁଗରୁ ଚାଲି ଆସିଛି ଗାଈ କୁ କିଛି ନା କିଛି ଖାଇବାକୁ ଦେଇଥାଉ । କୁହାଯାଏ ଗାଈ ର ସେବା କରିଲେ ଘର ପରିବାର ସୁଖୀ ରହିଥାଏ । ଯେଉଁ ଘରେ ଗାଈ ର ସେବା ସ୍ଵଇଚ୍ଛାରେ କରାଯାଏ ସେଠାରେ ଲକ୍ଷ୍ମୀଙ୍କ କୃପା ରହିଥାଏ ।

ହିନ୍ଦୁ ଧର୍ମରେ ଗାଈକୁ ରୁଟି ଖାଇବାକୁ ଦେଲେ ସୁଖ ସମୃଦ୍ଧି ବଢିଥାଏ । ଗୋମାତାଙ୍କ ଠାରେ 33 କୋଟି ଦେବୀ ଦେବତାଙ୍କ ବାସ ରହିଛି । ଗାଈକୁ ଗୁରୁ ଗ୍ରହଙ୍କ ସହ ଯୋଡା ଯାଇଛି । ଗୁରୁବାର ଦିନ ଗାଈକୁ ରୁଟିରେ ହଳଦୀ ପକାଇ ଖୁଆଇବା ଦ୍ଵାରା ସୁଖ ସମ୍ପତି ପ୍ରାପ୍ତି ହୁଏ । ସବୁ ଗ୍ରହ ଯଦି ଖରାପ ଚାଲିଛି ତେବେ ଘରର ପ୍ରଥମ ରୁଟି ଗୋମାତାଙ୍କୁ ଖାଇବାକୁ ଦେବା ଉଚିତ ।

ଶୁଭ ମଙ୍ଗଳ କାର୍ଯ୍ୟ ହୋଇପାରୁ ନ ଥିଲେ ଗାଈକୁ ରୁଟି ଖାଇବାକୁ ଦେଇ ତାର ମସ୍ତିସ୍କକୁ ଛୁଇଁ ନିଜର ଇଚ୍ଛା କୁହନ୍ତୁ ଓ ପ୍ରଣାମ କରନ୍ତୁ । ଭଗବାନ କୃଷ୍ଣ କହିଛନ୍ତି ଗାଈ ହେଉଛି ଦିବ୍ୟ ଜୀବ । ଯେଉଁ ଘରେ ଗାଈ ରହିଥାଏ ସେହି ଘରେ ବାସ୍ତୁ ଦୋଷ ଦୂର ହୋଇଥାଏ ।  କୁହାଯାଏ ସୂର୍ଯ୍ୟାସ୍ତ ପରେ ଯେବେ ଗାଈ ଫେରିଥାଏ ସେତେବେଳେ ଗାଈ ଖୁରା ରୁ ଯେଉଁ ଧୁଳି ଉଡିଥାଏ ସେହି ଧୂଳିରେ ମନୁଷ୍ୟର ପାପ ଧୋଇଯାଏ ।

ଯଦି ବ୍ୟକ୍ତି କ୍ରୋଧୀ, ପାଠ ପଢାରେ ଦୁର୍ବଳ, କହିବାର ଅସମର୍ଥ ଅଟନ୍ତି ସେହି ବ୍ୟକ୍ତି ଗୋମାତାଙ୍କୁ ସବୁଜ ଚାରା ଖାଇବାକୁ ଦେବା ଉଚିତ । ମଙ୍ଗଳ ଗ୍ରହ ଖରାପ ଥିଲେ କୌଣସି ବ୍ୟକ୍ତିଙ୍କୁ ଗାଈ ଦାନ କରିବା ଉଚିତ । ନବ ଗ୍ରହର ଶାନ୍ତି ଓ ଶନିଙ୍କ ଦାସ ଠିକ କରିବାର ଅଛି ତେବେ କଳା ଗାଈର ଦାନ କରନ୍ତୁ ।

କୌଣସି କାମ ବନ୍ଦ ଅଛି ବା ପରିଶ୍ରମ କରି ବି ସଫଳତା ମିଳୁନି ତେବେ ଗୋମାତାଙ୍କୁ ରୁଟି ଖାଇବାକୁ ଦେବା ଉଚିତ । ଗୋମାତାଙ୍କୁ ଶିତ ଋତୁରେ ଗୁଡ ଖାଇବାକୁ ଦିଅନ୍ତୁ । ପିତୃଦୋଷ ଦୂର କରିବାକୁ ଅମାବାସ୍ୟା ଦିନ ପାଇଁ ରୁଟି, ଗୁଡ ଖାଇବାକୁ ଦିଅନ୍ତୁ । ପିଲାମାନେ କଥା ଶୁଣୁ ନାହାନ୍ତି ତେବେ ଗାଈକୁ ପିଲାଙ୍କ ଦ୍ଵାରା ଭୋଜନ ଖାଇବାକୁ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *