ରାତିରେ ଶୋଇବା ଆଗରୁ ଏହି କାମ ଅବଶ୍ୟ କରନ୍ତୁ- ଦେଖିବେ ଯାହା ଭାବିବେ ସବୁ ପାଇବେ

ଦୁନିଆରେ ସମସ୍ତଙ୍କ ମସ୍ତିସ୍କ ଏକା ଭଳି କାମ କରିନଥାଏ ତେବେ ବହୁତ ଲୋକ ନକାରାତ୍ମକ ସ୍ଵଭାବ ର ହୋଇଥାନ୍ତି ଓ ବହୁତ ସକାରାତ୍ମକ ସ୍ଵଭାବର ହୋଇଥାନ୍ତି ତେବେ ଏହାର ଅର୍ଥ ଏହା ନୁହ ଯେ ସକାରାତ୍ମକ ବ୍ୟକ୍ତି ଭିତରେ କୌଣସି ପ୍ରକାର ନକାରାତ୍ମକତା ନାହିଁ ଓ ନକାରାତ୍ମକ ବ୍ୟକ୍ତି ଭିତରେ ସକାରାତ୍ମକ ଊର୍ଜା ନାହିଁ ଏହା ସମ୍ଭବ ନୁହ । ତେବେ ଏହା ସବୁ ଆମ କନସିଅସ ଓ ସବକନସିଅସ ମାଇଣ୍ଡ କଣ୍ଟ୍ରୋଲ କରିଥାଏ ।

ଆଜି ଆମେ ଆପଣଙ୍କୁ ରାତିରେ ଶୋଇବା ଆଗରୁ ଏମିତି କିଛି ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ସମ୍ପୂର୍ଣ ରୂପରେ ବଦଳିଯିବ ଓ ଆପଣଙ୍କୁ ବହୁତ ସଫଳତା ମଧ୍ୟ ପ୍ରାପ୍ତ ହବ ।

Image Courtesy: Google

ତେବେ ଆସନ୍ତୁ ଜାଣିବା ଏହି ଅଭ୍ଯାସ ବିଷୟରେ ଏହି ଅଭ୍ଯାସ ଦ୍ଵାରା ଆପଣଙ୍କ ସବୁ ଚିନ୍ତା ଦୂର ହୋଇପାରିବ କିନ୍ତୁ ଏହା ପାଇଁ ଆପଣଙ୍କୁ କିଛି କଷ୍ଟ କରିବାକୁ ହବ । ତେବେ ବିଜ୍ଞାନ ଓ ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ଆମ କନସିଅସ ମାଇଣ୍ଡ ଆମ ମୁଣ୍ଡର କେବଳ ୫% ବୁଦ୍ଧି ବ୍ୟବହାର କରିଥାଏ ଓ ଆମ ସବକନସିଅସ ମାଇଣ୍ଡ ଆମ ମସ୍ତିସ୍କ ୯୫% ବ୍ୟବହାର କରିଥାଏ ତେବେ ଆମ ମସ୍ତିସ୍କ ଯେତେ କନସିଅସ ମାଇଣ୍ଡ କଥା ଜାଣିଥାଏ ତା ଠାରୁ ଅଧିକ ସବକନସିଅସ ମସ୍ତିସ୍କ ତାକୁ କହିଥାଏ ସେଥିପାଇଁ ଯେଉଁ ଲୋକଙ୍କ ସବକନସିଅସ ମାଇଣ୍ଡରେ କିଛି ନକାରାତ୍ମକତା ରହିଥାଏ ଏହି ଭଳି ଲୋକ ନକାରାତ୍ମକ ହୋଇଥାନ୍ତି ଓ ତାଙ୍କ ମସ୍ତିସ୍କ ତାଙ୍କୁ ଏହା ସଠିକ ବୋଲି ପ୍ରମାଣିତ ମଧ୍ୟ କରିଥାଏ,

Image Courtesy: Google

ତେବେ ଯେଉଁ ଲୋକ ନିଜ ସବକନସିଅସ ମାଇଣ୍ଡରେ ସକାରାତ୍ମକ ଭାବ ରଖିଥାନ୍ତି ଏହି ଭଳି ଲୋକ ସକାରାତ୍ମକ ସ୍ଵଭାବର ହୋଇଥାନ୍ତି ଓ ତାଙ୍କ ଅଭ୍ଯାସ ଭଲ ଗୁଣ ବୋଲି କୁହା ଯାଇଥାଏ । ତେବେ ରାତିରେ ଶୋଇବା ଆଗରୁ ଆମକୁ ନିଜ ସଫଳତା ଓ ଯାହା ଆମେ ଜୀବନରେ ପାଇବା ପାଇଁ ଚେଷ୍ଟା କରୁଅଛୁ ତାହା ବିଷୟରେ ସକାରାତ୍ମକ ଭାବ ରଖିବା ଉଚିତ କାହିଁକିନା ଏହା କରିବା ଦ୍ଵାରା ଆମ ସବକନସିଅସ ମାଇଣ୍ଡ ଏହାକୁ କ୍ୟାପଚର କରିଥାଏ ଓ ସକାଳେ ଉଠିବା ସମୟରେ ଆମକୁ ଏହା ମନେ ପକାଇଥାଏ ତେବେ ଯଦି ରାତିରେ ଶୋଇଲା

Image Courtesy: Google

ବେଳେ ଆପଣ କିଛି ନକାରାତ୍ମକ ଚିନ୍ତା କରିଛନ୍ତି ଯେ ମୁଁ ସବୁବେଳେ ଅସଫଳ ହେଉଛି ବା ଅନ୍ୟ କିଛି ତେବେ ଆପଣଙ୍କ ମାଇଣ୍ଡ ଆପଣଙ୍କୁ ଆଜିବି ଅସଫଳତା ମିଳିବ ବୋଲି କହିଥାଏ କିନ୍ତୁ ଯଦି ଆପଣ ସଫଳ ହୋଇବେ ବୋଲି ଆପଣଙ୍କ ମାଇଣ୍ଡ କହିଥାଏ ତେବେ ଆପଣଙ୍କ ସଫଳ ହବାର ଚାନ୍ସ ବଢିଥାଏ ସେଥିପାଇଁ ପ୍ରତିଦିନ ନିଜ ବିଷୟରେ ଓ ସ୍ଥିତି ବିଷୟରେ ଭଲ ଚିନ୍ତା କରି ଶୋଇବା ଉଚିତ ହଟାତ ପରିବର୍ତନ ହବ ନାହିଁ କିନ୍ତୁ ବହୁତ ଶୀଘ୍ର ହବ ଓ ଆପଣ ଏହାକୁ ଅନୁଭବ ମଧ୍ୟ କରିବାକୁ ପାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *