Raimohanଙ୍କ ବିଷୟରେ କିଛି ଅଜଣା କଥା, ଯାହା କେହି ବି ଜାଣି ନାହାନ୍ତି… ନିଜେ ବିଷୟରେ କଣ କହୁଛନ୍ତି Raimohan ଦେଖନ୍ତୁ Video

ବନ୍ଧୁଗଣ ଓଲିଉଡର ବରିଷ୍ଠ କଳାକାର ରାଇମୋହନ ପରିଡା ନିଜର ଅଭିନୟ କ୍ୟାରିୟାର ବିଷୟରେ କିକି ଖିବାର ଭିଡିଓ ବର୍ତ୍ତମାନ ସମୟରେ ସାମନାକୁ ଆସିଛି । ସେ ଏହି ଭିଡିଓରେ କହିଛନ୍ତି ଯେ ତାଙ୍କ ବାହାଘରର ୮ ଦିନ ପରେ ସେ “ନାଗ ପଞ୍ଚମୀ” ଫିଲ୍ମ ଶୁଟିଙ୍ଗ କରିବାକୁ ଚାଲି ଯାଇଥିଲେ । ତା ଆଗରୁ ସେ କିଛି ବି କାମ କରୁ ନ ଥିଲେ । ଯେତେବେଳେ ଦୀର୍ଘ ଦେଢ ମାସ ପରେ ଘରକୁ ଆସିଲେ ସେହି ସମୟରେ ନାଗ ପଞ୍ଚମୀ ଫିଲ୍ମଟି ସୁପର ହିଟ ହେଲା ଯାହା କାରଣରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ସେ ତାଙ୍କ ପରିବାରରକୁ ହାଇଦ୍ରାବାଦ, ଚେନ୍ନାଇ, ସିରିଡି ଓଡିଶାର ପ୍ରିୟ ଠାକୁରଙ୍କ ଜାଗାକୁ ବୁଲାଇବାକୁ ନେଇଛନ୍ତି । ଏହି ଭିଡିଓରେ ରାଇମୋହନ ଯେଉଁ ଡ୍ରେସ ପିନ୍ଧିଛନ୍ତି ତାହା ତାଙ୍କୁ ସ୍ତ୍ରୀ ଦେଇଛନ୍ତି । ତାଙ୍କ ଝିଅ ତାଙ୍କୁ ଜନ୍ମଦିନରେ ଆଉ ଫାଦରସ ଡେ ରେ ଗିଫ୍ଟ ଦେଇଥାଏ । ସେ ଯେଉଁଠିକି କମ କରିବାକୁ ଯାଇଥାନ୍ତି ଯେମିତି ଫିଲ୍ମ ବା ଯାତ୍ରା କରିବାକୁ ଯାଇଥାନ୍ତି କମ୍ପାନୀ ତାଙ୍କର ଖାଇବା ଖର୍ଚ୍ଚ, ରହିବାର ଖର୍ଚ୍ଚ, ପେମେଣ୍ଟ ଦେଇଥାଏ ।

ସେହି ସବୁ ଟଙ୍କା ହେଉଛି ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ପାଇଁ । ତାଙ୍କର “ମୋଷ୍ଟ ୱାନ୍ଟେଡ” ନାମକ ଯାତ୍ରା ଚାଲିଛି ଯେଉଁଥିରେ ସେ ହିରୋ, ଭିଲିଆନ ଚରିତ୍ର କରିବା ସହ କମେଡି ମଧ୍ୟ କରୁଛନ୍ତି । ସେଥିରେ ସେ ଲୋକଙ୍କୁ କନ୍ଦାଊଛନ୍ତି ଆଉ ହସାଉଛନ୍ତି ମଧ୍ୟ । ସ୍କୁଲ ଜୀବନରେ ସେ ବହୁତ ଦୁଷ୍ଟ ଥିଲେ । ସ୍କୁଲ ସମୟରେ ସେ କାହାକୁ ବାଡେଇଥିବେ ତ ଆଉ କାହା ବାଡିରୁ ଚୋରୀ କରିଥିବେ ତ କେଉଁ ଝିଅର ବେଣୀ ଟାଣି ଦେଇଥିବେ ଯାହାର ଅଭିଯୋଗ ତାଙ୍କ ଘରକୁ ପ୍ରତିଦିନ ଆସିଥାଏ ।

ଏହି ଭିଡିଓ ରେ ଅଭିନେତା ରାଇମୋହନ ତାଙ୍କର ଏକ ଫିଲ୍ମ ର ଡାଇଲଗ କହିବା ସହ ଅଭିନୟ ମଧ୍ୟ କରିଛନ୍ତି ଯାହା ଖୁବ ସୁନ୍ଦର ଲାଗୁଛି । ସେ ସ୍କୁଲ ସମୟରେ ବହୁତ ଚଲାକ ଥିଲେ ବୋଲି ନିଜେ କହିଛନ୍ତି । କେଉଁ ଝିଅର ବେଣୀ ଟାଣି ଦେଇ ଆସି ମାକୁ କହିବେ ଜାଣିଛୁ ମା ସେ ଝିଅଟା ମୋତେ ଅଭଦ୍ରାମି କରିଛି । ଯେତେବେଳେ ଝିଅର ଆମ ଆସି କହିବ ତମ ପୁଅ ମୋ ଝିଅର ବେଣୀ ଟାଣିଛି ।

ସେହି ସମୟରେ ରାଇ ଭାଇ ଙ୍କ ମା କହିବେ ତମ ଝିଅ ମୋ ସହ ଅଭଦ୍ରାମି କରିଛି । ଏଭଳି ବଦମାସୀ କରୁଥିଲେ ରାଇମୋହନ ସ୍କୁଲ ଜୀବନରେ । ତାଙ୍କ ବାପା ଚାକିରିରୁ ଅବସର ନେଇ ସାରିଛନ୍ତି । ତାଙ୍କ ସ୍ତ୍ରୀଙ୍କ ନାଁ ନନ୍ଦିତା, ବଡ ଝିଅର ନାନା ଶେଫାଳି ଓ ସାନ ଝିଅର ନାଁ ଉଦିତା ।

 

ତାଙ୍କ ବାପାଙ୍କ ନାଁ ଶ୍ରୀଯୁକ୍ତ ତ୍ରୈଲୋକ୍ୟ ମହାରଣା ଓ ମାଙ୍କ ନାଁ ତିଳୋତ୍ତମା ମହାରଣା । ତାଙ୍କ ବାପା ତାଙ୍କର ଅଭିନୟ ଚରିତ୍ର ଦେଖିପାରି ନାହାନ୍ତି । ଅଭିନୟ କରିବା ସମୟରେ ସେ ଭୟ କରନ୍ତି ନାହି କିନ୍ତୁ ରିୟଲ ଲାଇଫରେ ସେ ବହୁତ ଭୟ କରନ୍ତି ବୋଲି ନିଜେ ରାଇମୋହନ ମନ୍ତବ୍ୟ ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ରାଇମୋହନ ପରିଡାଙ୍କ ଜୀବନୀ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *