ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଲୋକପ୍ରିୟ ତଥା ଜଣାଶୁଣା ଅଭିନେତ୍ରୀ ରାଜେଶ୍ଵରୀ ରାଏ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ସୁନ୍ଦର ଓ ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପଡ଼ିଛନ୍ତି । ତାଙ୍କର ଅଭିନୟ ର ଯାଦୁ ଆଜି ବି ଓଡିଆ ଇଣ୍ଡଷ୍ଟ୍ରି ରେ ଦେଖିବାକୁ ମିଳିଥାଏ । ତାଙ୍କ ଭଳି ଜଣେ ପ୍ରତିଭାବାନ କଳାକାର ହୁଏ ତ କେହି ହୋଇ ପାରିବେ ନାହି । ତେବେ ସେ ଅନେକ ସାରା ଓଡିଆ ସିରିଏଲ ଓ ଫିଲ୍ମ ରେ ନିଜର ଜବରଦସ୍ତ ଅଭିନୟ କରି ଦେଖାଇଛନ୍ତି । ଯାହାକୁ ଦର୍ଶକ ମାନେ ଆଜି ବି ମନେ ରଖିଛନ୍ତି ।
ତେବେ ସବୁଠାରୁ ଦୁଖର ଖବର ହେଉଛି ଗତ କାଲି ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନରୁ କ୍ୟାନସର ରୋଗରେ ପୀଡିତ ଥିଲେ । ଯାହା କାରଣରୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ସୂଚନା ଅନୁଯାୟୀ ଅଧା ରେ ରହିଗଲା ରାଜେଶ୍ଵରୀଙ୍କର ସ୍ଵପ୍ନ ।
ତେବେ ରାଜେଶ୍ଵରୀ ମୃତ୍ୟୁ ପୁବରୁ ଏକ ଇଣ୍ଟରଭିୟୁ ମାଧ୍ୟମରେ କହିଥିଲେ କି ମା ହେବା ତାଙ୍କ ଜୀବନର ସବୁଠାରୁ ବଡ ଇଚ୍ଛା ଥିଲା । କିନ୍ତୁ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରି ନ ଥିଲା । ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ରାଜେଶ୍ଵରୀଙ୍କ ଗୋଟେ କୁନି ପୁଅ ସହ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଆଉ ସମସ୍ତେ ଏହି ଭିଡିଓ ରେ ରାଜେଶ୍ଵରୀ ସହ ଏହି କୁନି ପୁଅ ସହ ଦେଖି ଭାବୁଛନ୍ତି ତାଙ୍କର ପୁଅ ବୋଲି । କିନ୍ତୁ ଏହା ସତ ନୁହେଁ । ବରଂ ସେହି କୁନି ପୁଅ ଜଣକ ହେଉଛନ୍ତି ତାଙ୍କର ପୁତୁରା । ଏହି କୁନି ସହ ସହ ରାଜେଶ୍ଵରୀ ବହୁତ ସାରା ଫୋଟୋ ସେୟାର କରିଛନ୍ତି ସୋସିଆଲ ମିଡିଆରେ । କୁନି ପୁଅ ଟି ମଧ୍ୟ ତାଙ୍କର ବହୁତ ପ୍ରିୟ ଥିଲେ ।
ସେ ତାଙ୍କ ପୁତୁରା କୁ ବହୁତ ଭଲ ପାଉଥିଲେ ଠିକ ନିଜ ପୁଅ ଭଳି । କିନ୍ତୁ ସେ ନିଜେ ମାତୃତ୍ଵ ଲାଭ କରିବାର ସ୍ଵପ୍ନ ଅଧାରେ ରହି ଯାଇଥିଲା । ଏହାକୁ ନେଇ ସେ କହିଥିଲେ କି କ୍ୟାନ୍ସର ରେ ପୀଡିତ ହେବା ପରେ ସେ ଓ ତାଙ୍କ ସ୍ଵାମୀ ନିସ୍ପତି ନେଇଥିଲେ ଯେ ଗୋଟେ ଶିଶୁ କୁ ଆଡପ୍ଟ କରିବେ । କିନ୍ତୁ ତାଙ୍କର ଏହି ସ୍ଵପ୍ନ ଟି ପୁରା ହୋଇପାରି ନାହି ଏହି ମାରାତ୍ମକ ରୋଗ କାରଣରୁ ।
ତେବେ ସେ ମା ହେବା ପାଇଁ ଯେଉଁ ସ୍ଵପ୍ନ ଦେଖିଥିଲେ ଯାହା ପ୍ରତେକ ନାରୀର ସ୍ଵପ୍ନ ରହିଥାଏ ତାହା ଆଜି ପୁରା ହୋଇ ପାରିଲା ନାହି । ଆଉ ସେ ଆର ପାରିକୁ ସବୁ ଦିନ ପାଇଁ ଚାଲି ଗଲେ । ଆମେ ମାନେ ସମସ୍ତେ ତାଙ୍କର ଆତ୍ମର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଜେଶ୍ଵରୀଙ୍କ ପରିବାର ଓ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।