ସୋସାଲ ମିଡିଆରେ ଭାଇରାଲ ହେବା ପରେ ୧୦ ବର୍ଷ ତଳେ ହଜିଥିବା ପରିବାରକୁ ପାଇଛନ୍ତି ରାନୁମଣ୍ଡଳ- ଜାଣନ୍ତୁ ତାଙ୍କ ବିଷୟରେ ସଂପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ରାନୁ ମଣ୍ଡଲଙ୍କ ବିଷୟରେ ଆଉ ଏକ ଖବର ଦେବାକୁ ଯାଉଛୁ ଯାହା ହେଉଛି କି ତାଙ୍କ ଝିଅ ବିଷୟରେ । ତେବେ ଏହି କିଛି ଦିନ ତଳେ ଭାଇରାଲ ହୋଇଥିବା ଗାୟିକା ରାନୁ ମଣ୍ଡଲଙ୍କୁ ପ୍ରାୟେ ବହୁତ ଲୋକ ଜାଣିସାରିଲେଣି । ସେ ପଶ୍ଚିମବଙ୍ଗ ରାନାଘାଟ ରେଳ ଷ୍ଟେସନରେ ଲତାଙ୍କ ଗୀତ ଗାଇ ଏହି କିଛି ଦିନ ହେବ ସୋସିଆଲ ମେଡିଆରେ ଖୁବ ଭାଇରାଲ ହୋଇଛନ୍ତି । ତେବେ ସୋସିଆଲ ମିଡିଆ ତାଙ୍କୁ କେବଳ ପ୍ରସିଦ୍ଧି ନୁହେଁ ବରଂ ତାଙ୍କ ହଜି ଯାଇଥିବା ପରିବାରକୁ ମଧ୍ୟ ତାଙ୍କୁ ଫେରାଇ ଦେଇଛି ।

ସୋସିଆଲ ମିଡିଆରେ ତାଙ୍କ ବିଷୟରେ ଜାଣିବା ପରେ ତାଙ୍କ ଝିଅ ତାଙ୍କ ଠିକଣା ଖୋଜି ତାଙ୍କ ପାଖରେ ପହଞ୍ଚିଛି । ସେ ପିଲା ବେଳୁ ନିଜ ମା’ଙ୍କୁ ହରାଇ ନିଜ କାକୀଙ୍କ ପକାହରେ ବଢିଛନ୍ତି । ପିଲା ଦିନୁ ଗୀତ ଗାଇ ଯାହା ରୋଜଗାର କରନ୍ତି ସେଥିରେ ସେ ନିଜର ଗୁଜୁରାନ ମେଣ୍ଟାନ୍ତି ।  ଏହା ଭିତରେ ସେ ବିବାହ କରି ଗୋଟେ କନ୍ୟା ସନ୍ତାନର ମା’ ବି ହୋଇଥିଲେ । କିନ୍ତୁ ସମୟର ଚକରେ ଫାଶୀ ଦାରିଦ୍ର୍ୟତା ପାଇଁ ସେ ନିଜ ଝିଅ ଠାରୁ କେବେ ଦୂରେଇଗଲେ ନିଜେ ବି ଯାନୀ ପାରିଲେ ନାହିଁ ।

ଝିଅ ମଧ୍ୟ ମା’ କୁ ବହୁତ ଖୋଜିଛି କିନ୍ତୁ କେବେ ପାଇ ନାହିଁ । ତେବେ ସୋସାଲ ମିଡିଆରେ ରାନୁଙ୍କ ଗୀତ ଭାଇରାଲ ହେବା ପରେ ଏକ ସଂସ୍ଥା ତାଙ୍କୁ ଷ୍ଟେସନରୁ ଉଦ୍ଧାର କରି ତାଙ୍କର ମେକଓଭର କରାଇବା ପରେ ଫଟୋ ସହ ଖବର ଭାଇରାଲ ହୋଇଥିଲା । ଏହା ପରେ ତାଙ୍କୁ ବହୁତ କାମର ଅଫର ମଧ୍ୟ ଆସିଥିଲା ।

ଏହିସବୁ ଘଟଣା ପରେ ଝି ମଧ୍ୟ ନିଜ ମାର ଠିକଣା ପାଇ ତାକୁ ଦେଖା କରିବାକୁ ଯାଇଥିଲା ଓ ମାକୁ ନିଜର ପରିଚୟ ଦେଇଥିଲା । ତେବେ ଏହି ସୋସିଆଲ ମିଡିଆ ପାଇଁ ତାଙ୍କର ନୂଆ ଜନ୍ମ ହୋଇଛି ବୋଲି ରାନୁ କହିଛନ୍ତି । ତାଙ୍କୁ ଏକ ପରିଚୟ ଓ ପରିବାର ସବୁ ମିଳିଛି ।

ଆର୍ଟିକୀଲ ଟି ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରିବେ । ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *