ରାସ୍ତାରେ ପଡିଥିବା ଏହି 7ଟି ବସ୍ତୁକୁ ଛୁଇଁବେ ତ ହୋଇଯିବେ ବର୍ବାଦ! Vaastu Tips

ବନ୍ଧୁଗଣ ଆଜିର ଦୁନିଆରେ ମଣିଷ ଏତେ ଆଧୁନିକ ହେଲାଣି କି କୌଣସି କାରଣ ପାଇଁ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରୁଛି । ଆମ ଧର୍ମ ଗ୍ରନ୍ଥରେ ଏହାର ସବୁ ଉତ୍ତର ରହିଛି । ରାସ୍ତାରେ ଯିବା ସମୟରେ ଏମିତି କିଛି ବସ୍ତୁ ଆମ ସାମନାକୁ ଆସିଥାଏ ଯାହାକୁ ଆମେ ଦେଖି ମଧ୍ୟ ଅଣଦେଖା କରିଥାଉ । ଯାହାର ପରିଣାମ ସ୍ୱରୂପ ଆମକୁ ପରେ ଅନୁତାପ କରିବାକୁ ପଡିଥାଏ । ଶାସ୍ତ୍ର ଅନୁଯାୟୀ ଏମିତି କିଛି ବସ୍ତୁ ରହିଛି ଯାହା ରାସ୍ତାରେ ଦେଖିବା ମାତ୍ରେ ତାହାକୁ ଅଣଦେଖା କରିବା ଅନୁଚିତ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିଅକ କଣ ରହିଛି ।

ମଣିଷ ମାନଙ୍କର ଅଜଣାତରେ ଲାଙ୍ଘି ଥିବା ବସ୍ତୁ କାରଣରୁ ସେମାନଙ୍କର ଶରୀରରେ ପ୍ରଭାବ ପକାଇଥାଏ । ଏହା ସହ ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ବିଶୁଣୁ ପୂରଣ ଅନୁସାରେ ଏହି ସବୁ ବସ୍ତୁ ଯାହା ଲାଙ୍ଘିବା ଅନୁଚିତ ତାହା ହେଉଛି –

୧- ରାସ୍ତାରେ ଯିବା ସମୟରେ ଅସ୍ଥିକୁ ପାର ହୋଇ ଯିବା ଅନୁଚିତ । ଶାସ୍ତ୍ର ଅନୁଯାୟୀ ଏହା ମୃତ ପଶୁପକ୍ଷୀଙ୍କର ହୋଇଥାଏ ଯାହାକୁ ଲାଙ୍ଘିବା ଉଚିତ ନୁହେଁ । ଯଦି ଏପରି ଭୁଲ ହୋଇଥାଏ ତେବେ ତୁରନ୍ତ ସ୍ନାନ କରିବା ଉଚିତ । ଅସ୍ଥିର ଆଖପାଖରେ ଆତ୍ମାର ବାସ ରହିଥାଏ ଯାହା ଦ୍ଵାରା ମଣିଷ ଏହାର ସ୍ପର୍ଶରେ ଆସିଲେ ବଡ ବିପଦର ସାମନା କରିବାକୁ ପଡିଥାଏ ।

୨- ହିନ୍ଦୁ ଧର୍ମରେ କେଶକୁ ଅଶୁଭ ମାନାଯାଏ । ଭୋଜନରେ କେଶ ଦେଖାଗଲେ ତାହା ଗ୍ରହଣ କରିବା ଅନୁଚିତ କାରଣ ଏଥିରେ ଖରାପ ଶକ୍ତିର ବାସ ରହିଥାଏ । ଯେବେ ବ୍ୟକ୍ତି ନିଜର କେଶ କାଟିଥାଏ ସେହି ସମୟରେ ମନରେ ଥିବା ନାକାରାତ୍ମକ ବିଚାରକୁ ମଧ୍ୟ ତ୍ୟାଗ କରିଥାଏ । ଯାହା ତାର କଷ୍ଟଦାୟୀ ଜୀବନର କାରଣ ହୋଇଥାଏ । ଏହି କାରଣ ପାଇଁ ଛୁଆ ଜନ୍ମ ହେବା ଓ ବ୍ଯକ୍ତିର ମୃତ୍ୟୁ ପରେ କେଶ କାଟାଜାଏ । ରାସ୍ତାରେ ଯାଉଥିବା ସମୟରେ କାଟ ଯାଇଥିବା କେଶକୁ ଲାଙ୍ଘିବା ଅନୁଚିତ ।

୩- କୌଣସି ପୂଜା ସାରିବା ପରେ ଏହାର ଭସ୍ମ ଭୁଲ ବଶତ ରାସ୍ତାରେ ଫିଙ୍ଗା ଯାଇଥାଏ । ଅଗ୍ନିଦେବଙ୍କ କୃପାରୁ ଏହି ଭସ୍ମ ବହୁତ ପବିତ୍ର ହୋଇଥାଏ । ଏହା ଉପରେ ବ୍ୟକ୍ତି ଅଜାଣତରେ ପାଦ ରଖିଲେ ଜୀବନ ସାରା କଷ୍ଟ ଭୋଗ କରିବା ସହ ପାପିର ଭାଗୀଦାର ହୋଇଥାଏ ।

୪- ରାସ୍ତାରେ ପଡିଥିବା ସେହି ବସ୍ତୁକୁ ଲାଙ୍ଘିବା ଅନୁଚିତ ଯାହାର ପ୍ରୟୋଗ ତାନ୍ତ୍ରିକ ବିଦ୍ୟା ପାଇଁ କରାଯାଇଥାଏ । ତାନ୍ତ୍ରିକ ଶକ୍ତି କୌଣସି ଆତ୍ମାକୁ ସନ୍ତୁଷ୍ଟ କରିବା ପାଇଁ କିଛି ବସ୍ତୁ ରଖିଥାଏ ଯାହାକୁ ଉଲଙ୍ଘନ କରିବା ଅନୁଚିତ ।

୫- କଣ୍ଟା ରାସ୍ତାରେ ଚାଲିବା ଦୁର୍ଭାଗ୍ୟର କାରଣ ହୋଇଥାଏ । ତେଣୁ କଣ୍ଟା ଥିବା ରାସ୍ତାରେ ଯିବା ଦ୍ଵାରା ବ୍ୟକ୍ତି କଷ୍ଟ ପାଇବା ସହ ଅନେକ ସମସ୍ୟାର ସାମନା କରିଥାଏ ।

୬- କୌଣସି ବ୍ୟକ୍ତି ଦ୍ଵାରା ସ୍ନାନ କରାଯାଇଥିବା ପାଣିକୁ ରାସ୍ତାରେ ଯିବା ସମୟରେ ପାର ହେବା ଅନୁଚିତ । ଏହା ଦ୍ଵାରା କଷ୍ଟଦାୟୀ ଜୀବନ ମିଳିଥାଏ ।

୭- ରାସ୍ତାରେ ଯାଉଥିବା ସମୟରେ କଟା କେଶ, ମଳମୁତ୍ର, ଛେପ ଆସିକୁ ପାର କରିବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଅଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *