ମଣିଷ ଜୀବନରେ ଭଲ ମନ୍ଦ ବା ସୁଖ ଦୁଖ ସବୁବେଳେ ଲାଗି ରହିଥାଏ । ତେବେ ଏ ସବୁ ଘଟିବା ପୂର୍ବରୁ ପ୍ରକୃତି ରୁ କିଛି ସ୍ନାକେଟ ମିଳିଥାଏ । ଯାହା ବିଷୟରେ ଶାସ୍ତ୍ରରେ କିଛି ସଂକେତ ମାନ ବିଷୟାରେ କୁହାଯାଇଛି । ଯାହା ଦ୍ଵାରା ଜୀବନରେ ଘଟିବାକୁ ଥିବା ଶୁଭ ଅଶୁଭ ସଂକେତ ବିଷୟରେ ଜାଣି ହୁଏ । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ଘରେ ଲାଗିଥିବା ଘଣ୍ଟା ଯଦି ବାରମ୍ବାର ଖରାପ ହୁଏ ବା ଘଣ୍ଟାର କାଚ ଭାଙ୍ଗିଯାଏ ଏହା ଶୁଭ ହେବା ସହ ପରିବାର ପ୍ରତି ବିପଦ ପଡିବାର ସଂକେତ ମିଳିଥାଏ ।
ରୋଷେଇ ଘରେ ରଖାଯାଇଥିବା କାଚପାତ୍ର ଯଦି ଗୋଟେ ପରେ ଗୋଟେ ଭାଙ୍ଗିବାକୁ ଲାଗେ ତେବେ ଏହା ବଡ ଆର୍ଥିକ ସଙ୍କଟ ପଡିବାର ସଂକେତ ହୋଇଥାଏ । ଯଦି ଘରେ ହେଉଥିବା ଶୁଭ କାର୍ଯ୍ୟରେ ବାଧା ଆସୁଥାଏ ତେବେ ପରିବାର ପ୍ରତି ବିପଦର ସଂକେତ ହୋଇଥାଏ । ଘର ଉପରେ ଅଚାନକ ପକ୍ଷୀ କିଛି ହାଡ ଖଣ୍ଡ ପକାଏ ତେବେ ଏହା କିଛି ଅଶୁଭ ସମାଚାର ମିଳିବାର ସଂକେତ ହୋଇଥାଏ । କ୍ଷୀର ଗରମ କରିବା ସମସ୍ମାୟରେ ବାରମ୍ବାର ଉତୁରି ତଳେ ପଡିଥାଏ ତେବେ ଅଶୁଭ ସଂକେତ ହୋଇଥାଏ ।
ଯଦି ଘରର ଛାତ ବ କାନ୍ଥରୁ ପ୍ଲାଷ୍ଟର ଚାଡେ ଅଶୁଭ ହେବାର ସଂକେତ ହୋଇଥାଏ । କୁକୁର ବିନା କାରଣରେ ଭୋକିବାର ଦେଖନ୍ତି ଘରର ସଦସ୍ୟଙ୍କ ଉପରେ ବିପତ୍ତି ପଡିବାର ସୂଚନା ମିଳିଥାଏ । ନିଜ ପିନ୍ଧୁଥିବା ବସ୍ତ୍ରରେ ତୁଳା ଲାଗିବାର ଦେଖନ୍ତି ଶୁଭ ହେବ ସହ ଭଲ ଖବର ସୂଚନା ଦେଇଥାଏ । ଚାବି ଗୁଛାରେ ବାରମ୍ବାର ଜଙ୍କ ଲାଗିଲେ ସମ୍ପର୍କୀୟଙ୍କ ଠାରୁ ଜିନିଷ ପ୍ରାପ୍ତି ହେବାର ସୂଚନା ମିଳିଥାଏ । ଘରେ ଯଦି ଅଚାନକ ମୂଷାଙ୍କ ସଂଖ୍ୟା ବୃଦ୍ଧି ହୁଏ ତେବେ ପରିବାରରେ ବିପଦ ଆସିବାର ସୂଚନା ଦେଇଥାଏ ।
ଯଦି ବହୁତ ଚେଷ୍ଟା ପରେ କାର୍ଯ୍ୟ ସଫଳ ହୋଇପାରେ ନାହି ତେବେ ଧନ ହାନି ହେବାର ସଂକେତ ହୋଇଥାଏ । ପେଟ ଜନିତ ସମସ୍ଯା ଦେଖାଯାଏ ତେବେ ଆକସ୍ମିକ ଦୁର୍ଘଟଣା ହେବାର ସୂଚନା ହୋଇଥାଏ । ମୁହଁରୁ ଅଧିକ ଲାଳ ଅଧିକ ଉତପନ ହେଲେ ଆଗାମୀ ସମୟରେ ଆଇନ ଜନିତ ସମସ୍ଯା ଓ ଧନ ହାନିର ସୂଚନା ମିଳିଥାଏ । ଧଳା ରଙ୍ଗର ପ୍ରଜାପତି ଉଡୁଥିବାର ଦେଖିଲେ ଭଲ ସମୟ ଆସିବାର ସଂକେତ ଦେଇଥାଏ । ଯଦି ଛୋଟ ବୁଢିଆଣୀ ମୁଣ୍ଡ ଉପରେ ପଡେ ଧନ ପ୍ରାପ୍ତିର ସୂଚନା ଦେଇଥାଏ ।
କୌଣସି ପକ୍ଷୀ ଘର ଉପରେ ମାରି ପଡିଥିବାର ଦେଖନ୍ତୁ ଭୁତ ଘରକୁ ରବେଶ କରିବାର ସୂଚନା ହୋଇଥାଏ । କଳା ପିମ୍ପୁଡି ସମୂହ ଭାବରେ ବୁଲୁଥିବାର ଦେଖନ୍ତି ବିବାଦ ଦେଖାଜେ । ଅନ୍ଧାର ବା ରାତି ସମୟରେ ଝାଡୁ ଘରେ ଲଗାଇବା ଅଶୁଭ ହୋଇଥାଏ । ଶିବଲିଙ୍ଗ ଉପରେ ସାପ ଗୁଡାଇ ହୋଇଥିବାର ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ । କୌଣସି ସାପ ଗହ ଉପରେ ଚଢୁଥିବାର ଦେଖନ୍ତି ଭଲ ସମୟର ସୂଚନା ଦେଇଥାଏ । ଯଦି ରାସ୍ତାରେ ଯିବା ସମୟରେ ପଇସା ମିଳିଥାଏ ଅଶୁଭ ହେବା ସହ କାର୍ଯ୍ୟରେ ବିଳମ୍ବ ହେବାର ସୂଚନା ଦେଇଥାଏ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।