ରଥ ଯାତ୍ରାରେ ଘଟିଲା ଅଘଟଣ, ରଥ ଟାଣୁ ଟାଣୁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, କେମିତି ହେଲା ଏହି ଅଘଟଣ… ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସମଗ୍ର ବିଶ୍ଵରେ ରଥଯାତ୍ରା ଓ ଘୋଷଯାତ୍ରା ର ବିଶେଷ ମହତ୍ଵ ରହିଛି ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ତେବେ ପ୍ରତି ବର୍ଷ ପବିତ୍ର ରଥଯାତ୍ରା ଓଡିଶାରେ ଖୁବ ଧୂମଧାମ ରେ ପାଳନ କରାଯାଏ । ତେବେ ଚଳିତ ବର୍ଷ ମଧ୍ୟ ସବୁ ରାଜ୍ୟରେ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ବେଶ ଧୂମଧାମରେ ପାଳନ କରା ଯାଇଛି । ଏହି ପବିତ୍ର ଦିନରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ତାଙ୍କ ସାନ ଭଉଣୀ ଦେବୀ ସୁଭଦ୍ରା ରଥରେ ବସି ବାହରକୁ ଆସିଥାନ୍ତି । ତେବେ ରଥଯାତ୍ରା ଦେଖିବା ପରେ ଶ୍ରୀକ୍ଷେତ୍ର ପୁରୀର ଲୋକ ମାନଙ୍କର ସମାଗମ ଦେଖା ଯାଇଥାଏ ।

ଏହା ସହ ଅନ୍ୟ ସବୁ ଜିଲ୍ଲା ଗୁଡିକରେ ମଧ୍ୟ ରଥଯାତ୍ରା ପାଳନ କରା ଯାଇଥାଏ । ତେବେ ରଥଯାତ୍ରା ସମୟରେ ଅନେକ ଦୁର୍ଘଟଣା ଘଟିବା ପ୍ରାୟତଃ ସାମ୍ନାକୁ ଆସିଥାଏ । ତେବେ ଚଳିତ ବର୍ଷ ମଧ୍ୟ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ରଥଯାତ୍ରା ରେ ଆସିଲା ସବୁଠାରୁ ଦୁଃଖଦ ଘଟଣା ।

ରଥ ଟଣା ସମୟରେ ଲାଖିଗଲା ୧୧ କେବି ବିଦ୍ୟୁତ ତାର, ସେଥିରେ ଜଣେ ମୃତ ଆଉ ୭ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବାଲେଶ୍ଵର ଜିଲ୍ଲା ବସ୍ଥ ଥାନା ଅନ୍ତର୍ଗତ ଗୁଡିଆଳ ଗାଁ ର ମଠ ସାହିରେ ରଥ ଟାଣିବା ବେଳେ ଅଘଟଣ ଘଟିଛି । ୧୧ କେବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୭ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି ।

ତେବେ ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟାରେ ମଠ ସାହି ଗ୍ରାମର ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠ ସାହି ଛକ ନିକଟରେ ରାସ୍ତା ଉପର ଦେଇ ଯାଉଥିବା ୧୧ କେବି ବିଦ୍ୟୁତ ତାର ସହ ରଥ ଟି ଲାଗି ଯାଇଥିଲା । ପ୍ରବଳ ବର୍ଷା କାରଣରୁ ରଥ ଟି ସଂପୂର୍ଣ୍ଣ ଓଦା ହୋଇଯାଇ ଥିବାରୁ ରଥ କୁ ଛୁଇଁ ଥିବା ଲୋକ ମାନେ ବିଦ୍ୟୁତ ତାରର ଶିକାର ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ଗୁରୁତ ହେବାରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଜରିଆରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ବ୍ୟକ୍ତି ଜଣକ ରଥ ଟାଣୁ ଟାଣୁ ତାଙ୍କର ଜୀବନ ଯାଇଛି ଯାହା ସୂତ୍ର ରୁ ଜଣା ପଡିଛି ।

ଇଲେକ୍ଟ୍ରି ତାର ବର୍ଷା ଯୋଗୁଁ ଓଦା ହୋଇଥିଲା ଯାହା କାରଣରୁ ଏଭଳି ଅଘଟଣ ଦେଖିବାକୁ ମିଳିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *