ଯଦି ଘରେ ଅଛି ଶନିଦେବଙ୍କ ପ୍ରିୟ ଏହି ଗଛ, ତେବେ କେବେବି କରନ୍ତୁ ନାହିଁ ଏହି ଭୁଲ… ନଚେତ ହୋଇଯିବେ ବର୍ବାଦ

ହିନ୍ଦୁ ଧର୍ମରେ ବୃକ୍ଷଲତାର ବିଶେଷ ମହତ୍ଵ ରହିଛି । ଘରେ ପବିତ୍ର ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ସମି ଗଛ ଏମିତି ଏକ ବୃକ୍ଷ ଯାହାକୁ ଘରେ ଲଗାଇଲେ ସୁଖ ସମୃଦ୍ଧି ଆସିଥାଏ । ଏହା ସହ ଶନିଦେବଙ୍କ କୃପା ଦ୍ରୁଷ୍ଟି ରହିଥାଏ । ଯଦି ଘରେ ସମି ଗଛ ଅଛି ତେବେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ସମି ଗଛ ଘରେ ଲଗାଯାଇ ତାର ପୂଜା କରାଯିବା ସହ ସୋରିଷ ତେଲରେ ଘିଅ ଜଳାଯାଏ ତେବେ ବାସ୍ତୁ ଦୋଷ ଦୂର ହୋଇଯାଏ । ଏହା ଦ୍ଵାରା ଧନ ବୃଦ୍ଧି ହେବା ସହ ଆପଣଙ୍କର ସବୁ ସମାସ୍ୟାର ସମାଧାନ ହୋଇଥାଏ ।

ସମି ଗଛ ଘରେ ଲଗାଇଲେ ନାକାରାତ୍ମକ ଶକ୍ତିର ବିନାଶ ହୋଇଥାଏ । ଏହା ଛଡା ଘରେ ସମି ଗଛ ଲାଗିଲେ ଶତ୍ରୁ ମାନଙ୍କର ବିନାଶ ହୋଇଥାଏ । କିଛି ଲୋକ ମାନେ ସମି ଗଛକୁ ଭୁଲ ଦିଗରେ ରଖିଥାନ୍ତି । ଯାହା ବ୍ୟକ୍ତିର ବରବାଦିର କାରଣ ହୋଇଥାଏ । ଏହି ଗଛ ପାଖରେ ଅଳିଆ ଆବର୍ଜନା ରଖିବା ଉଚିତ ନୁହେଁ । ଏହି ଗଛ ଲଗାଇବା ସମୟରେ ଭଲ ମାଟି ସହ ଗୋବର ବ୍ୟବହାର କରିବା ଉଚିତ ।

ଯେଉଁ ଘରେ ସମି ଗଛର ଠିକ ଭାବେ ଯତ୍ନ ନିଆଯାଏ ନାହିଁ ସେହି ଘରେ ଅଭାବ ଦେଖାଯାଏ । କିନ୍ତୁ ଯେଉଁ ଘରେ ଏହାର ଯତ୍ନ ଠିକ ଭାବେ ନିଆଯାଏ ତେବେ ଘରେ ସୁଖ ସମୃଦ୍ଧି ଆସିଥାଏ । ସମି ଗଛକୁ ଏମିତି ଜାଗାରେ ଲଗାଇବେ ଯେମିତି ଘରୁ ବାହାରିବା ସମୟରେ ଆପଣଙ୍କ ହାତର ଡାହାଣ ହାତ ସମି ଗଛ ଆଡକୁ ରହୁଥିବ ।

ଘର ଛାତ ଉପରେ ଦକ୍ଷିଣ ଦିଗରେ ସମି ଗଛ ଲଗାଇବା ଶୁଭ ହୋଇଥାଏ । ଯଦି ଦକ୍ଷିଣ ଦିଗରେ ଆଲୋକ ନ ପଡୁଥିବ ତେବେ ସମି ଗଛକୁ ପୂର୍ବ ବା ଇଶାଣ କୋଣରେ ଲଗାଇ ପାରିବେ । ସମି ଗଛ ମୂଳରେ ସୋରିଷ ତେଲର ଦୀପ ଲଗାଇବା ସମୟରେ ଧ୍ୟାନ ରଖିବା ଦରକାର ଯେ ଭୁଲରେ ବି ସେହି ତେଲ ଘରକୁ ଆଣିବା ଉଚିତ ନୁହେଁ ।

ଯଦି ଘରେ ସମି ଗଛ ତଳେ ଦୀପ ଜଳାଇବେ ତେବେ ମଧ୍ୟ ସବୁ ତେଲ ଦୀପରେ ଢାଳି ଦେବା ଉଚିତ । ସୋରିଷ ତେଲେ ସେତିକି ମାତ୍ରା ନେବା ଉଚିତ ଯେତିକି ଆବଶ୍ୟକ ହୋଇଥାଏ । ସେହି ଅନୁସାରେ ଦୀପ ଜଳିବ । କାରଣ ଶନିବାର ଦିନ ଶନିଦେବଙ୍କ ନିକଟରେ ଲଗା ଯାଉଥିବା ଦୀପରେ ଯେଉଁ ସୋରିଷ ତେଲେ ବ୍ୟବହାର କରାଯାଏ ତାହାକୁ ପୁଣି ଥରେ ଘରକୁ ଅଣାଯାଏ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *