ଏହି 4ଟି ଲକ୍ଷଣରୁ ଜଣା ପଡିଥାଏ ଯେ ଶନିଦେବ ଆପଣଙ୍କ ଉପରେ ଅଛନ୍ତି ପ୍ରସନ୍ନ, ଆପଣଙ୍କୁ ଶୀଘ୍ର କରିବେ କୋଟିପତି

ଆପଣ ମାନେ ସମସ୍ତେ ଶନି ଦେବଙ୍କ ବିଷୟରେ ବହୁତ କଥା ଜାଣିଥିବେ । ତେବେ ଶନି ଗ୍ରହଙ୍କୁ ସମସ୍ତେ ଡଋଥାନ୍ତି କାହିଁକି ନା ସମସ୍ତଙ୍କ କହିବା ଅନୁଯାଇ ଶନି ଗ୍ରହ ଦୁଃଖ ଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଶନି ଦେବତା ନ୍ୟାୟ ପ୍ରିୟ ଦେବତା ଅଟନ୍ତି, ସେ କେବେ ଭଲ ମଣିଷ ସହ କିଛି ଖରାପ କରନ୍ତି ନାହିଁ କିନ୍ତୁ ଖରାପ ଲୋକଙ୍କୁ ଛାଡନ୍ତି ବି ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଜାଣି ପାରିବେ ଆପଣଙ୍କ ଉପରେ ଗ୍ରହରାଜ ଶନିଶ୍ଚର ପ୍ରସନ୍ନ ଅଛନ୍ତି । ଯେଉଁ ବ୍ୟକ୍ତିଙ୍କ ଭିତରେ ଆପଣଙ୍କୁ ଏହି ସବୁ ଲକ୍ଷଣ ଗୁଡିକ ଦେଖାଯାଏ ଆପଣ ବୁଝି ଯାଅନ୍ତୁ ଯେ ସେହି ଲୋକ ଉପରେ ଶନିଦେବ ଆଶୀର୍ବାଦ ରଖିଛନ୍ତି ।

୧. ମିଛ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ : ଯେଉଁ ଲୋକଙ୍କ ଉପରେ ଭଗବାନ ଶନି ଦେବଙ୍କ ଅସିମ କୃପା ରହିଥାଏ ଯେଉଁ ଲୋକଙ୍କ ମନରେ ଶନି ଦେବଙ୍କ ପାଇଁ ଆସ୍ଥା ରହିଥାଏ ସେହି ଲୋକ ସତକୁ ବହୁତ ଭଲ ପାଇଥାନ୍ତି, ତେବେ ସତ ଯେତେ କଷ୍ଟ ଦେଲେ ମଧ୍ୟ ତାକୁ ଶୁଣିବା ପସନ୍ଦ କରନ୍ତି କିନ୍ତୁ ମିଛ ଯେତେ ସୁଖ ଦେଲେ ମଧ୍ୟ ମିଛୁଆ ଲୋକଙ୍କୁ ଘୃଣା କରିଥାନ୍ତି ଏହି ଭଳି ବ୍ୟକ୍ତି ।

୨. ନ୍ୟାୟ ପ୍ରିୟ : ଭଗବାନ ଶନି ଦେବ ନ୍ୟାୟର ଦେବତା ଅଟନ୍ତି ଆଉ ସେଥିପାଇଁ ଏହି ଭଳି ଲୋକ ନିଜ ଜୀବନରେ ବହୁତ କିଛି ହରାଇ ମଧ୍ୟ ନ୍ୟାୟ କରିବା ପସନ୍ଦ କରିଥାନ୍ତି । ଜୀବନରେ କେବେ ବି ନିଜ ଲାଭ ପାଇଁ ଅନ୍ୟ ସହ ଅନ୍ୟାୟ କରନ୍ତି ନାହିଁ ଏହି ଭଳି ଲୋକ ।

୩. ଦୁର୍ବଳ ମାନଙ୍କୁ ଭଲ ପାଇଥାନ୍ତି : ଭଗବାନ ଶନି ଦେବ କେବେ ଦୁର୍ବଳ ମାନଙ୍କୁ ହଇରାଣ କରନ୍ତି ନାହିଁ ତେବେ ତାଙ୍କ କୃପା ପାଇଥିବା ବ୍ୟକ୍ତି ବହୁତ ମଜବୁତ ଓ ବଳଶାଳୀ ହେଲେ ମଧ୍ୟ କେବେ କାହା ଉପରେ ହାତ ଉଠେଇବା ବା ଅନ୍ୟ ପ୍ରକାର ପ୍ରତାରଣା କରନ୍ତି ନାହିଁ ।

୪. ଧାର୍ମିକ ସ୍ଵଭାବ : ଯେଉଁ ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଙ୍କ ଅସିମ କୃପା ହୋଇଥାଏ ସେହି ଭଳି ଲୋକଙ୍କ ଜୀବନରେ ପୂଜା ପାଠ ପାଇଁ ବହୁତ ମହତ୍ଵ ରହିଥାଏ ଆଉ ଏହି ଭଳି ଲୋକଙ୍କୁ ସମାଜରେ ବହୁତ ମାନ ସମ୍ମାନ ସହ ପ୍ରତିଷ୍ଠା ମଧ୍ୟ ମିଳିଥାଏ ।

ତେବେ ଯଦି ଆପଣ କୌଣସି ବ୍ୟକ୍ତିଙ୍କ ମଧ୍ୟରେ ଏହି ସବୁ ଲକ୍ଷଣ ଦେଖୁଛନ୍ତି ତ ବୁଝି ଯାଅନ୍ତୁ ତାଙ୍କ ଉଆପରେ ଶନି ମହାରାଜଙ୍କ କୃପା ଦୃଷ୍ଟି ରହିଛି । ତେବେ ଆଗକୁ ଏହିଭଳି ଅନେକ ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *