ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ । ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ ।
କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ବହୁତ ପ୍ରକାର ସମସ୍ୟା ଦୂର ହୋଇଯିବ ।
ବନ୍ଧୁଗଣ ଯେତେବେଳେ ଆମକୁ କୌଣସି ରୋଗ ହୋଇଥାଏ ତେବେ ଆମେ ବିଭିନ୍ନ ପ୍ରକାର ଔଷଧ ଖାଇଥାଉ କିନ୍ତୁ ଏପରି କରିବା ଉଚିତ ନୁହେଁ । କାରଣ ଆମ ଶରୀର ମଧ୍ୟ ରେ ଏକ ଡାକ୍ତର ଲୁଚି ରହିଛି । ଯିଏ ଆମ ସମସ୍ତ ରୋଗ କୁ ଠିକ କରିପାରିବ । ସେ ହେଉଛି ରୋଗ ପ୍ରତିରୋଧକ ଶକ୍ତି । କିନ୍ତୁ ଆମେ ଏହି ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇବା କିପରି ସେ ବିଷୟ ରେ ଆପଣ ଜାଣିଛନ୍ତି କି । ପ୍ରତିଦିନ ରାତି ରେ ଶୋଇବା ପୂର୍ବ ରୁ ଆମ ଘରେ ଯେଉଁ ରସୁଣ ଥାଏ
ସେଥିରୁ କେବଳ ଗୋଟିଏ ପାଖୁଡା ନେଇ ତାହାକୁ ଭଲ ଭାବରେ ଚୋବାଇ କରି ଖାଇବା ଦ୍ୱାରା ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହା ସହିତ ବିଲାତି ଖାଇବା ଦ୍ଵାରା ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ । ସବୁବେଳେ ଖାଦ୍ୟ କୁ କଞ୍ଚା ଖାଇବା ପାଇଁ ଚେଷ୍ଟା କରନ୍ତୁ କାରଣ ଏହାକୁ ଗରମ କରିବା ଦ୍ୱାରା ସେଥିରେ ଥିବା ସମସ୍ତ ପ୍ରୋଟିନ ନଷ୍ଟ ହୋଇଯାଇଥାଏ ଓ ଆମ ଶରୀର କୁ ଉପଯୁକ୍ତ ପରିମାଣ ରେ ପ୍ରୋଟିନ ମିଳି ପାରି ନ ଥାଏ । ରସୁଣ ଖାଇବା ଦ୍ଵାରା ଆମକୁ କୌଣସି ଭାଇରସ ଜନିତ ରୋଗ ହୋଇ ନ ଥାଏ । ଏଥିରେ ଆଣ୍ଟି ଅକ୍ସଇଡେଣ୍ଟ ଥିବାରୁ ଏହା ଆମକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ରୁ ମଧ୍ୟ ରକ୍ଷା କରିଥାଏ । ରସୁଣ ଆମ ଶରୀର ରେ ହେଉଥିବା ପ୍ରାୟତଃ ୫୦ଟି ରୋଗ କୁ ଭଲ କରିଦେଇଥାଏ । ଆମ ଶରୀର ରେ ହେଉଥିବା ବାତ ରୋଗ କୁ ମଧ୍ୟ ରସୁଣ ଭଲ କରିଦେଇଥାଏ ।
ଆମ ଶରୀର ରେ ଅଧିକ ଗ୍ୟାସ ହୋଇଯିବା ଫଳ ରେ ଏହା ଆମ ଶରୀର ର ପ୍ରତ୍ୟେକ ଅଙ୍ଗ ରେ ସମ୍ପ୍ରସାରଣ ହୋଇଯାଇଥାଏ । ଯାହାଦ୍ୱାରା ବିଭିନ୍ନ ଅଙ୍ଗ ରେ ଯନ୍ତ୍ରଣା ହୋଇଥାଏ । ଏହାକୁ ବାତ କୁହାଯାଏ । କିନ୍ତୁ ଏହାକୁ ଭଲ କରିବା ପାଇଁ ଆମକୁ କୌଣସି ଔଷଧ ଖାଇବାର ଆବଶ୍ୟକତା ନାହିଁ । ରାତି ରେ ଶୋଇବା ପୂର୍ବ ରୁ କେବଳ ରସୁଣ ଖାଇ କରି ଶୋଇଲେ ଏହି ବାତ ରୋଗ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଇଥାଏ । ତେଣୁ ବନ୍ଧୁଗଣ ପ୍ରତିଦିନ ଶୋଇବା ପୂର୍ବରୁ ରସୁଣ ଖାଇ କରି ଶୁଅନ୍ତୁ । ଏହା ଆପଣଂକୁ ବହୁତ ରୋଗ ରୁ ରକ୍ଷା କରିଥାଏ ।