ଇରଫାନଙ୍କ ପରେ ଆଜି ପୁଣି ୬୭ ବର୍ଷ ବୟସର ଏହି ବଡ ଅଭିନେତାଙ୍କର ନିଧନ: ଅମିତାଭ ଟୁଇଟ କରି ଜଣାଇଲେ

ଅଭିନେତା ରିଷି କପୁର ୬୭ ବର୍ଷରେ ଥିଲେ, ଗୁରୁବାର(ଆଜି) ସକାଳେ ମୁମ୍ବାଇ ଏଚଏନ ରିଲାୟନ୍ସ ଫାଉନଡେଶନ ହସ୍ପିଟଲରେ ତାଙ୍କର ନିଧନ ହୋଇଛି । ଅମିତାଭ ବଚନ ଟ୍ବିଟ କରି ଏହି ଖବର ଦେଇଛନ୍ତି, ରିଷି ଗତ ବର୍ଷ ସେପ୍ଟେମ୍ବର ରେ ଆମେରିକାରୁ ଭାରତ ଫେରି ଥିଲେ, ସେଠି ପ୍ରାୟତଃ ଗୋଟେ ବର୍ଷ ତାଙ୍କ କ୍ୟାନ୍ସର ଟ୍ରିଟମେଣ୍ଟ ଚାଲିଲା, ଖବର ଅନୁଯାଇ ରିଷି କପୁରକୁ ଚେସ୍ଟ ଇନଫେସକ୍ସନ, ଶ୍ଵାସ ନବା ପାଇଁ ଅସୁବିଧା ଥିଲା ଏବଂ ଅଳପ ଜର ମଧ୍ୟ ଥିଲା । ତାଙ୍କର କରୋନା ଟେଷ୍ଟ ମଧ୍ୟ କରା ଯାଇଥିଲା, ଦୁଇଟି ସ୍ପେସଲିଷ୍ଟ ଡକ୍ଟର ତାଙ୍କ ଚିକିତ୍ସା ରେ ଲାଗିଥିଲେ ।

ମହାରାଷ୍ଟ୍ର ସରକାର ସ୍ପେଶଲ ପାସ ଜାରି କଲେ :

ଗତ ଗୁରୁବାର ଠାରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା, ତାଙ୍କୁ ହସ୍ପିଟଲ ରେ ଭର୍ତି କରା ଯାଇଥିଲା, କିନ୍ତୁ ଚାରି ଘଣ୍ଟା ପରେ ଡିଶ୍ଚାର୍ଜ ମଧ୍ୟ କରା ଯାଇଥିଲା । ହସ୍ପିଟଲ ଯିବା ପାଇଁ ମହାରାଷ୍ଟ୍ର ସରକାର ତାଙ୍କୁ ସ୍ପେଶଲ ପାସ ମଧ୍ୟ ଜାରି କରି ଦେଇଥିଲେ । ତାଙ୍କ ମେଡିକାଲ ରିପୋର୍ଟ ବିଏମସି ଏବଂ ହେଲ୍ଥ ଡିପାର୍ଟମେଣ୍ଟକୁ ପଠା ଯାଇଥିଲା ।

୨ ବର୍ଷ ଆଗରୁ ହୋଇଥିଲା କ୍ୟାନ୍ସର :

୨୦୧୮ରେ ରିଷି କପୁରକୁ କ୍ୟାନ୍ସର ହୋଇଥିଲା, ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ, ସେଠି ୧୧ ମାସ ରହିବା ପରେ ଗତ ବର୍ଷ ସେପ୍ଟେମ୍ବର ରେ ଭାରତ ଫେରିଥିଲେ । ଆମେରିକା ରେ ପୁରା ସମୟ ତାଙ୍କ ସହ ତାଙ୍କ ସ୍ତ୍ରୀ ନିତୁ କପୁର ଥିଲେ, ପୁଅ ରଣବିର କପୁର ବହୁତ ଥର ବାପା ସହ ଦେଖା କରିବା ପାଇଁ ନ୍ୟୂୟର୍କ ଯାଇଥିଲେ । କିଛି ଦିନ ଆଗରୁ ଗୋଟେ ଇଣ୍ଟରଭ୍ୟୁ ରେ ରିଷି କପୁର କହିଥିଲେ, ‘ଏବେ ମୁଁ ବହୁତ ଭଲ ଅନୁଭବ କରୁଅଛି, ଏବଂ କୌଣସି କାମ କରି ପାରେ । ଭାବୁଛି ଅଭିନୟ କେବେ ଫୁଣି ଆରମ୍ଭ କରିବି, କେଜାଣି ଲୋକଙ୍କୁ ମୋ କାମ ଏବେ ପସନ୍ଦ ଆସିବ ବା ନାହିଁ, ନ୍ୟୂୟର୍କ ରେ ବହୁତ ଥର ମତେ ରକ୍ତ ଦିଆ ଯାଇଥିଲା ସେତେବେଳେ ମୁଁ ନିତୁକୁ କହିଥିଲି – ଆଶା କରୁଛି ନୂଆ ରକ୍ତ ହେଲେ ମଧ୍ୟ ମୁଁ ଅଭିନୟ ଭୁଲିବି ନାହିଁ ।

ପସନ୍ଦ କରୁଥିବା ଲୋକ ନ୍ୟୂୟର୍କ ଯାଇଥିଲେ :

ରିଷି ଯେତେବେଳେ ନ୍ୟୂୟର୍କ ରେ ଚିକିତ୍ସା କରାଉଥିଲେ ତେବେ ତାଙ୍କ ସାଙ୍ଗ ଏବଂ ଅନ୍ୟ ଲୋକ ଯିଏ ତାଙ୍କ ଅଭିନୟ ବହୁତ ପସନ୍ଦ କରନ୍ତି ତାଙ୍କୁ ଦେଖା କରିବା ପାଇଁ ହସ୍ପିଟଲ ପହଞ୍ଚି ଯାଇଥିଲେ । ଏଥିରେ ପ୍ରିୟଙ୍କା ଚୋପଡ଼ା, ଆଲିୟା ଭଟ୍ଟ, ଅନୁପମ ଖେର, ଆମିର ଖାନ, ଶାହରୁଖ ଖାନ, ଦୀପିକା ପାଦୁକୋଣ, କରଣ ଜୌହର ଓ ମଲାଇକା ଅରୋରା ମଧ୍ୟ ତାଙ୍କୁ ଦେଖା କରିବା ପାଇଁ ଯାଇଥିଲେ ।ସମସ୍ତେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ବୁଝିବା ପାଇଁ ହସ୍ପିଟଲ ପହଞ୍ଚିଥିଲେ ଯାହା ପରେ ରିଷି କପୁର ବହୁତ ଖୁସି ହୋଇଥିଲେ ।

Leave a Reply

Your email address will not be published. Required fields are marked *