ଋତୁସ୍ରାବ ସମୟରେ ବିବାହିତା ମହିଳା ସିନ୍ଦୁର ଲଗାଇବା ଠିକ ନା ଭୁଲ୍ ! Sadhu Vani

ବନ୍ଧୁଗଣ ବିବାହିତା ମହିଳା ମାନଙ୍କର ସଜବାଜ ହେବା ପାଇଁ ଥିବା ଶ୍ରୁଙ୍ଗାର ଗୁଡିକ ମଧ୍ୟରୁ ସିନ୍ଦୁର ଅନ୍ୟତମ । ସିନ୍ଦୁର ହେଉଛି ସଧବା ମହିଳା ମାନଙ୍କର ପରିଚୟ । ସିନ୍ଦୁର ଲଗାଇବା ଦ୍ଵାରା ବିବାହିତା ମହିଳାଙ୍କ ସ୍ଵାମୀଙ୍କର ମଙ୍ଗଳ ହେବା ସହ ଆୟୁଷ ମଧ୍ୟ ବଢିଥାଏ । ଏଥିସହ ପରିବାରରେ ସୁଖ, ସମୃଦ୍ଧି ଆସିଥାଏ । ତେବେ ଅନେକ ମହିଳା ମାନଙ୍କର ପ୍ରଶ୍ନ ରହିଥାଏ ? ଯେ ଋତୁସ୍ରାବ ସମୟରେ ମହିଳା ମାନେ ସିନ୍ଦୁର ଲଗାଇବା ଉଚିତ କି ଅନୁଚିତ । ତେବେ ଏଠାରେ କହିବା ପାଇଁ ଚାହିଁବୁ ।

ଯେ ମହିଳା ମାନଙ୍କୁ ଋତୁସ୍ରାବ ସମୟରେ ସିନ୍ଦୁର ଲଗାଇବା ପାଇଁ ମନା କରାଯିବାର କିଛି କାରଣ ରହିଥାଏ । ଯେଉଁ କାରଣ ଯୋଗୁ ମହିଳା ମାନେ ଋତୁସ୍ରାବ ସମୟରେ ସିନ୍ଦୁର ପିନ୍ଧିପାରନ୍ତି ନାହିଁ । କାରଣ ଯେଉଁ ସିନ୍ଦୁରକୁ ମହିଳା ମାନେ ପ୍ରତିଦିନ ଧାରଣ କରିଥାନ୍ତି । ସେହି ସିନ୍ଦୁରକୁ ଯଦି ମହିଳା ମାନେ ଋତୁସ୍ରାବ ଚାଲୁଥିବା ସମୟରେ ଧାରଣ କରିବେ । ତେବେ ସେହି ସିନ୍ଦୁରଟି ମାରା ଅର୍ଥାତ ଅଶୁଦ୍ଧ ହୋଇଯାଇଥାଏ । ଯାହା ଫଳରେ ସେହି ସିନ୍ଦୁରକୁ ଲଗାଇ କୌଣସି ପୂଜାପାଠ କି ମନ୍ଦିର ଆଦି ଯାଇହୋଇନଥାଏ ।

ସେଥିପାଇଁ ସେହି ସମୟରେ ମହିଳା ମାନେ ସିନ୍ଦୁର ଲଗାଇବା ଉଚିତ ନଥାଏ ବୋଲି ଶାସ୍ତ୍ରରେ ବାରଣ କରାଯାଇଅଛି । ଏହାଛଡା ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ସ୍ତ୍ରୀ ପ୍ରତି ଆକର୍ଷଣ ଆସିଥାଏ । ହେଲେ ଋତୁସ୍ରାବ ହୋଇଥିବା ସମୟରେ ସ୍ଵାମୀ ସ୍ତ୍ରୀ ସମ୍ବଦ୍ଧ ବନାଇବା ମଧ୍ୟ ବାରଣ ରହିଥାଏ । ତେବେ ଏହି ସବୁ କଥାକୁ ଦ୍ରୁଷ୍ଟିରେ ରଖି ସନାତନ ଧର୍ମରେ ଋତୁସ୍ରାବ ସମୟରେ ସିନ୍ଦୁର ପିନ୍ଧିବାକୁ ମନା କରାଯାଇଥାଏ ।

ହେଲେ ବିବାହିତା ମହିଳା ମାନେ ନିଜ ମଥା ମଧ୍ୟ ଖାଲି ରଖିବା ଉଚିତ ନୁହେଁ । ତେଣୁ ଋତୁସ୍ରାବ ସମୟରେ ମହିଳା ମାନେ ସିନ୍ଦୁର ଲଗାଇ ପାରିବେ । ସେଥିରେ କୌଣସି ମଧ୍ୟ ଅସୁବିଧା ନାହିଁ । ହେଲେ ଋତୁସ୍ରାବ ଚାଲୁଥିବା ସମୟରେ ଅନ୍ୟ ଏକ ଜାଗାରେ ସିନ୍ଦୁରକୁ ରଖି ସେଥିରୁ ସିନ୍ଦୁର ଆଣି ଲଗାନ୍ତୁ । ଯାହା ଦ୍ଵାରା ଆପଣଙ୍କ ପ୍ରତିଦିନ ବ୍ୟବହାର କରୁଥିବା ସିନ୍ଦୁର ଅଶୁଦ୍ଧ ହୋଇନଥାଏ କି କୌଣସି ପ୍ରକାର ଅମଙ୍ଗଳ ମଧ୍ୟ ହୋଇନଥାଏ ।

ହେଲେ ବିବାହିତା ମହିଳା କୌଣସି ସମୟରେ ନିଜ ମଥାକୁ ଖାଲି ରଖିବା ଉଚିତ ହୋଇନଥାଏ । ଏହାଦ୍ବାରା ସ୍ଵାମୀର ଅମଙ୍ଗଳ ହୋଇଥାଏ ବୋଲି କୁହାଯାଇଥାଏ । ତେଣୁ ଅନ୍ୟ ଏକ ଜାଗାରେ ସିନ୍ଦୁରକୁ ରଖିଥିବେ। ଯେତେବେଳେ ମହିଳା ମାନଙ୍କର ଋତୁସ୍ରାବ ହୋଇଥିବ । ସେହି ସମୟ ମଧ୍ୟରେ ମହିଳା ମାନେ ଅଲଗା ରଖିଥିବା ସିନ୍ଦୁର ଫରୁଆରୁ ସିନ୍ଦୁର ଆଣି ନିଜ ମଥାରେ ଲଗାନ୍ତୁ ।

ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *