ଶଙ୍ଖ ଠିକ ଭାବେ କିପରି ବଜାଇବେ ? ମହିଳା ମାନେ ଶଙ୍ଖ ବଜାଇବା ଉଚିତ ନା ଅନୁଚିତ ! Shastra Gyan

ବନ୍ଧୁଗଣ ଶଙ୍ଖ ହେଉଛି ଏକ ଅତି ପବିତ୍ର ବସ୍ତୁ । ଯାହାକି ପ୍ରତ୍ଯେକଙ୍କ ଠାକୁର ଘରେ ଠାକୁରଙ୍କ ନିକଟରେ ରହିଥାଏ । ଭଗବାନ ନାରାୟଣଙ୍କର ଶଙ୍ଖ ହେଉଛି ଅତ୍ୟନ୍ତ ପ୍ରିୟ ବସ୍ତୁ । ତେଣୁ ତାଙ୍କ ହାତରେ ସବୁବେଳେ ଶଙ୍ଖ ଶୋଭା ପାଉଥାଏ । ତେବେ ବନ୍ଧୁଗଣ ସମସ୍ତଙ୍କ ଘରେ ଘରେ ତ ଶଙ୍ଖ ରହିଥାଏ । ହେଲେ ଏହି ଶଙ୍ଖ ବଜାଇବାର ଫାଇଦା ଓ ଶଙ୍ଖ ବଜାଇବାର ସଠିକ ନୀତିନିୟମ ବିଷୟରେ ହୁଏତ ବହୁତ କମ୍ ଲୋକ ଜାଣିଥିବେ ।

ତେବେ ଶଙ୍ଖ ବଜାଇବାର ନିୟମ ଓ ତାହାର ଫାଇଦା ସମ୍ପର୍କରେ ଏଠାରେ ଜାଣିବା । ଏଥିସହ ମହିଳା ମାନେ ଶଙ୍ଖ ବଜାଇବା ଉଚିତ କି ନୁହେଁ ତାହା ମଧ୍ୟ ଏଠାରେ ଆଲୋଚନା କରିବା । ଶଙ୍ଖରେ ଜଳ ଦେଇ ଇଶ୍ଵରଙ୍କୁ ସମର୍ପଣ କରିଲେ । ସେହି ଶଙ୍ଖର ଜଳକୁ ଭଗବାନ ଗ୍ରହଣ କରିଥାନ୍ତି । ପ୍ରତିଦିନ ଶଙ୍ଖ ବଜାଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଶଙ୍ଖର ଧ୍ଵନି ଶୁଣିବା ମାତ୍ରେ ଭଗବାନଙ୍କ ପ୍ରତି ଆମ ମାନେ ଭକ୍ତି ଓ ଆଧ୍ୟମିକ ଚେତନା ଜାଗ୍ରତ ହୋଇଥାଏ ।

ମନରେ ସକାରାତ୍ମକତା ଓ ଶାନ୍ତି ଭରି ଯାଇଥାଏ । ଶଙ୍ଖକୁ ବଜାଇବା ସମୟରେ ସ୍ନାନ କରି ସ୍ବଚ୍ଛତା ର ଶଙ୍ଖ ଧରି ବଜାନ୍ତୁ । ସକାଳ, ସନ୍ଧ୍ଯା ଓ ରାତିରେ ପ୍ରଭୁଙ୍କର ବିଶ୍ରାମ ସମୟ ପୂର୍ବରୁ ଶଙ୍ଖକୁ ସଂପୂର୍ଣ୍ଣ 7 ଥର ଥର ବଜାନ୍ତୁ । ଅର୍ଥାତ ସକାଳେ 3 ଥର, ସନ୍ଧ୍ଯାରେ 3 ଥର ଓ ପ୍ରଭୁଙ୍କ ବିଶ୍ରାମ ନେବା ପୂର୍ବରୁ 1 ଥର ବଜାନ୍ତୁ । ଖରା ବେଳ ସମୟରେ ଶଙ୍ଖ ବଜାଇବାର ନିୟମ ନଥାଏ । ଯଦି କିଛି ବାହାଘର, ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ଚାଲୁଥାଏ । ତେବେ ଶଙ୍ଖ ବଜାଇପାରିବେ ।

ଶଙ୍ଖକୁ ତଳେ ନଥୋଇ ପୂଜା ଘରର ଏକ ଉଚ୍ଚା ସ୍ଥାନରେ ଏକ କପଡା ପକାଇ ତାହା ଉପରେ ଶଙ୍ଖକୁ ରଖନ୍ତୁ । ସକାଳେ ପୂର୍ବ ଓ ସନ୍ଧ୍ଯାରେ ପଶ୍ଚିମ ମୁଖା ହୋଇ ଶଙ୍ଖ ବଜାନ୍ତୁ । ରାତିରେ ଯେଉଁ ଥରଟିଏ ଶଙ୍ଖ ବଜାଇବେ ତାହାକୁ ଉତ୍ତର ମୁହଁ କରି ବଜାନ୍ତୁ । ଶଙ୍ଖ ବଜାଇବା ଦ୍ଵାରା ଯକ୍ଷ୍ମା, ଶ୍ବାଶ ଭଳି ଓ ଛାତି ଜନିତ ଅନେକ ସମସ୍ଯାକୁ ଦୂର କରିଥାଏ ।

ପୁରୁଷ ମାନଙ୍କ ଭଳି ଝିଅ ଓ ମହିଳା ମାନେ ଶଙ୍ଖକୁ ବଜାଇପାରିବେ । ହେଲେ ଗର୍ଭବତୀ ମହିଳା ମାନେ ଶଙ୍ଖ ବଜାଇବା ବାରଣ ରହିଥାଏ । ନଚେତ ତାଙ୍କ ଗର୍ଭସ୍ଥ ସନ୍ତାନ ଉପରେ କୁ ପ୍ରଭାବ ପଡିଥାଏ । ତେଣୁ ଏହି କଥାକୁ ଧ୍ୟାନରେ ରଖି ଭକ୍ତିର ସହ ଘରେ ପ୍ରତିଦିନ ଶଙ୍ଖ ବଜାନ୍ତୁ ।

ଆଶା କରୁଛୁ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ପେଜକୁ ଗୋଟିଏ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *