Health tips; – କେଉଁ ସମୟରେ କେତେ ମାତ୍ରାରେ ପାଣି ପିଇବା ଉଚିତ । ପାଣି ପିଇବାର ଗୁରୁତ୍ଵପୂର୍ଣ୍ଣ ସୂଚନା !

ବନ୍ଧୁଗଣ ଜଳ ହିଁ ଜୀବନ । ଏହା କହିବାର ଅର୍ଥ ହେଉଛି । ଯେତେବେଳେ ପିଲାଟିଏ ଜନ୍ମ ଗ୍ରହଣ କରିଥାଏ । ସେତେବେଳେ ତା’ ର ଶରୀରରେ 75 ଭାଗ ଜଳ ରହିଥାଏ । ବୟସ ବଢିବା ସହ ଧୀରେ ଧୀରେ ଆମ ଶରୀରରୁ ପାଣିର ମାତ୍ରା କମିବାକୁ ଲାଗିଥାଏ । ଯୁବାବସ୍ଥାରେ ପୁରୁଷଙ୍କ ଶରୀରରେ ପାଣିର ମାତ୍ରା 60 ପ୍ରତିଶତ ରହିଥିବା ବେଳେ ମହିଳାଙ୍କ ଶରୀରରେ 55 ପ୍ରତିଶତ ରହିଥାଏ ବୋଲି ଜଣା ପଡିଛି । ଶରୀରର ସବୁ ଅଙ୍ଗ ଗୁଡିକ ଠିକ ଭାବେ କାମ କରିବାକୁ ହେଲେ । ପାଣି ନିହାତି ଭାବେ ଦରକାର ପଡିଥାଏ ।

ସେଥିପାଇଁ ଜଣେ ବ୍ୟକ୍ତି ଗୋଟେ ଦିନ ଖାଦ୍ୟ ନଖାଇ ହୁଏତ ରହିପାରିବ । ହେଲେ ପାଣି ନପିଇ ବଞ୍ଚିବା କଷ୍ଟକର ହୋଇପଡିବ । ତେବେ ପାଣି ଆମ ଶରୀର ପାଇଁ ବହୁତ ଆବଶ୍ୟକୀୟ ଉପାଦାନ ହୋଇଥିବାରୁ ଏହି ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ କିଛି ଟିପ୍ସ ମଧ୍ୟ ଜାଣି ରଖିବା ଉଚିତ । କାରଣ ଯଦି ଶରୀରକୁ ଆବଶ୍ୟକ ମୁତାବକ ପାଣି ମିଳିନଥାଏ । ତେବେ ଅନେକ ପ୍ରକାର ସମସ୍ଯା ଶରୀରରେ ଦେଖାଯାଇଥାଏ । ଜଣେ ବ୍ୟକ୍ତିର ଶରୀରର ଆକାର, ଓଜନ, ଶାରୀରିକ କାର୍ଯ୍ୟ, ଏବଂ ପାଣିପାଗ ଉପରେ ନିର୍ଭର କରିଥାଏ ।

ପ୍ରତ୍ଯେକ ଦିନ ଜଣଙ୍କ ଶରୀରରୁ ପରିସ୍ରା, ମଳତ୍ଯାଗ ଓ ଝାଳ ଦ୍ଵାରା ପାଣି ଲଗାତର କମ୍ ହେବାକୁ ଲାଗିଥାଏ । ପୁରୁଷଙ୍କ କ୍ଷେତ୍ରରେ ଦୈନିକ ଅଢେଇ ଲିଟରରୁ ସାଢେ ତିନି ଲିଟର ପାଣି ପିଇବା ଉଚିତ । ଏଥିସହ ମହିଳାଙ୍କ କ୍ଷେତ୍ରରେ 2 ରୁ 3 ଲିଟର ପାଣି ପିଇବା ଶରୀର ପାଇଁ ଲାଭକାରୀ ବୋଲି ବିଶେଷଜ୍ଞ କହିଥାନ୍ତି । ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ସକାଳୁ ଏବଂ ସନ୍ଧିରେ ବ୍ୟାୟାମ କରୁଥାନ୍ତି । ତେବେ ତାଙ୍କ କ୍ଷେତ୍ରରେ ପାଣି ଅଧିକ ପିଇବା ଉଚିତ ।

ହେଲେ ଶରୀର ପାଇଁ ଯେତିକି ଆବଶ୍ୟକ । ତାହା ଠାରୁ ଅଧିକ ପାଣି ପିଇବା ଦ୍ଵାରା କିଡନୀ ଉପରେ ତାହାର ଖରାପ ପ୍ରଭାବ ପଡିଥାଏ । ତେବେ ଆପଣ ପ୍ରତିଦିନ ସଠିକ ମାତ୍ରାରେ ପାଣି ପିଉଛନ୍ତି କି ନାହିଁ ତାହା ଆପଣ ପରିସ୍ରାର ରଙ୍ଗରୁ ଜାଣିପାରିବେ । ଯଦି ପରିସ୍ରା ରଙ୍ଗ ପୁରା ହଳଦିଆ ଦେଖାଯାଉଛି । ତେବେ ଶରୀରରେ ଡିହାଇଡ୍ରେଟେଡ ହୋଇଛି ବୋଲି ଜାଣିପାରିବେ ।

ଯଦି ପରିସ୍ରାର ରଙ୍ଗ ପାଣି ଭଳି ସଫା ରହିଥାଏ । ତେବେ ଆପଣଙ୍କ ଶରୀର ହାଇଡ୍ରେଟେଡ ରହିଛି ବୋଲି ଦର୍ଶାଇ ଥାଏ । ବେଡ୍ ରୁ ଉଠିବା ମାତ୍ରେ 1 ରୁ 2 ଗ୍ଳାସ ପାଣି ପିଇବା ଉଚିତ । ଯାହାକି 500 ମିଳି ଲିଟର ଜଳ ହୋଇଥିବା ଆବଶ୍ୟକ । ଜଳଖିଆ ଖାଇବାର କିଛି ସମୟ ପରେ 1 ଗ୍ଳାସ, ଦିନରେ ଖାଇବାର 40 ମିନିଟ ପୂର୍ବରୁ 1 ଗ୍ଳାସ ଓ ଖାଦ୍ୟ ଖାଇବାର 40 ମିନିଟ ପରେ 1 ଗ୍ଳାସ ପାଣି ପିଅନ୍ତୁ ।

ସନ୍ଧ୍ଯାରେ 1 ଘଣ୍ଟା ବ୍ଯବଧାନରେ 2 ଗ୍ଳାସ ଓ ରାତ୍ରୀ ଭୋଜନର 40 ମିନିଟ ପୂର୍ବରୁ ଓ 40 ମିନିଟ ପରେ ପାଣି ପିଇକି ଶୋଇବା ଉଚିତ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓଶେୟାର ମଧ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *