Samikhyaଙ୍କ ମୁହଁରୁ ଶୁଣନ୍ତୁ କେମିତି ହେଲେ ସେ ପୁଅରୁ ଝିଅ, କେମିତି ଗଢିଲେ ନିଜର ସଂସାର… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ନାମରେ ପରିବର୍ତ୍ତନ ହୋଇଛି କିନ୍ତୁ ଶରୀର ରେ ବି ପରିବର୍ତ୍ତନ ହୋଇଛି କିନ୍ତୁ ମଣିଷ ଗୋଟିଏ । ହଁ ଆଜ୍ଞା ସେ ହେଉଛନ୍ତି ଜଣେ କିନ୍ନର ତାଙ୍କର ନାନ ହେଉଛି ପ୍ରଶାନ୍ତ ବେହେରା ରୁ ସେ ହୋଇଛନ୍ତି ସମୀକ୍ଷା ବେହେରା । ତେବେ ସେ କହିଛନ୍ତି ସେ ଯେତେବେଳେ ଛୋଟ ଥିଲେ ସେତେବେଳେ ସେ ଝିଅ ଥିଲେ କିନ୍ତୁ ତାଙ୍କ ଶରୀର ପୁଅ ଥିଲା ଆଉ ଶରୀର ମ୍ଯାଚ କରୁ ନ ଥିଲା । ତେବେ ସେ ଝିଅ ଙ୍କ ଭଳି ଚାଲୁଥିଲେ ଆଉ କଥା ହୁଅନ୍ତି ବୁଲନ୍ତି । ସେ ୨-୩ ବର୍ଷ ବୟସରେ ଜାଣିବାକୁ ପାଇଥିଲେ କି ତାଙ୍କର କିଛି ଶରୀରକୁ ନେଇ ସମସ୍ଯା ରହିଛି ।

ଯାହା ବିଷୟରେ ତାଙ୍କ ମା, ଜେଜେମା, ପିଉସୀ କହୁଥିଲେ । ସେ ସ୍ଵପ୍ନ ଦେଖୁଥିଲେ ଲମ୍ବା ଲମ୍ବା ଚୁଟି ଥିଲା ଫ୍ରଜ ପିନ୍ଧିଥିଲେ । ତାଙ୍କ ଘର ଲୋକଙ୍କୁ ଏହା ଆଦୌ ବି ପସନ୍ଦ ନଥିଲା ତେବେ ସେମାନେ ତାଙ୍କୁ ସବୁବେଳେ ପୁଅ ଭଳି ରହିବା ତାଙ୍କ ଭଳି କଥା ହେବା । ତାଙ୍କ ଘର ଲୋକେ ତାଙ୍କୁ ପୁଅ ଭଳି ସବୁ କିଛି କରିବାକୁ କହୁଥିଲେ ଆଉ ଏମିତି ଦରମା କରୁଥିଲେ ସମୀକ୍ଷା । କିନ୍ତୁ ସେ ଥକିଜାଇ ୩୦ ବର୍ଷ ବୟସରେ ଏହି ଡ୍ରାମା ବା ଅନ୍ତଦ୍ଵନ୍ଦକୁ ନେଇ ବଞ୍ଚିବା କଷ୍ଟ ହେବା ପରେ ଶରୀର ପରିବର୍ତ୍ତନ କରିବାକୁ ନିସ୍ପତି ନେଲେ ।

ପୁଅଙ୍କ ଭଳି ବ୍ୟବହାର କରିବାକୁ ମୋତେ ଶିଖା ଯାଉଥିଲା ମୁ ମଧ୍ୟ ସେହିଭଳି କରୁଥିଲି । କିନ୍ତୁ ପରେ ମୋତେ ବହୁତ କଷ୍ଟ ମଧ୍ୟ ଲାଗୁଥିଲା ନିଜକୁ ଦେଖିକି ଖରାପ ଲାଗୁଥିଲା । ସେ ପୁଅଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ତାଙ୍କର ଝିଅ ସାଙ୍ଗ ବହୁତ ଥିଲେ । ଆଗକୁ ସମୀକ୍ଷା କହୁଛନ୍ତି ସେ ନିଜକୁ ଆଇନାରେ ଦେଖୁଛନ୍ତି ଲଜ୍ୟା ଲାଗୁଛି କାରଣ ଏ ଶରୀର ତାଙ୍କର ନୁହେଁ । ଶରୀର ପରିବର୍ତ୍ତନକୁ ନେଇ ଯେଉଁ କଷ୍ଟ ଥିଲା ଲୋକଙ୍କ କଥା ତା ଠାରୁ ଅଧିକ କଷ୍ଟ ଦେଉଥିଲା ।

ତେବେ ଏହି ଡିସେମ୍ବର ରେ ମୋର ବିବାହ ମଧ୍ୟ ହୋଇଛି । ମୋ ଶାଶୂ ଘର ଲୋକ ବହୁତ ଭଲ ମୋ ଶ୍ଵଶୁର ମୋତେ ବହୁତ ସହଯୋଗ କରନ୍ତି ସବୁ କଥା କୁହନ୍ତି । ଆଗକୁ ପଢିବାକୁ କୁହନ୍ତି । ତେବେ ମୋ ସ୍ୱାମୀ ମଧ୍ୟ ବହୁତ ସପୋର୍ଟ କରନ୍ତି ମୋର ବହୁତ ଯତ୍ନ ନିଅନ୍ତି ଏବଂ ମୁଁ ମୋ ଦାଂପତ୍ଯ ଜୀବନରେ ବହୁତ ଖୁସି ମଧ୍ୟ ଅଛି । ତାଙ୍କ ସ୍ଵାମୀ ତାଙ୍କର ଖାଇବା ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ବର୍ତ୍ତମାନ ସେ ନିଜର ଝିଅ ଶରୀରକୁ ନେଇ ବହୁତ ଖୁସି ଅଛନ୍ତି । ତେବେ ଶେଷରେ ସେ କହିଥିଲେ ମଣିଷ ଜୀବନରେ ସଂଘର୍ଷ ରହିଛି ଯେଉଁଠିରୁ ଏନର୍ଜି ମିଳିଥାଏ ।

ସେ କେବେ ବି ଦୁଖ କରି ନାହାନ୍ତି ଆଉ ନିଜ କଷ୍ଟକୁ ପଜେଟିଭ ନେଇଛନ୍ତି । ଦୁନିଆରୁ ହାରିଛନ୍ତି କିନ୍ତୁ ଜୀବନରୁ ବହୁତ କିଛି ଶିଖିଛନ୍ତି ଆଉ ଷ୍ଟ୍ରଙ୍ଗ ହୋଇଛନ୍ତି । ସେ ସମସ୍ତଙ୍କ ପାଇଁ କାମ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ତେବେ ଜଣେ ପୁଅ ରୁ ଝିଅ ହେବାର ଯାତ୍ରା ସହଜ ନଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *