ଛି ଛି ଶାସକ ଦଳ! ସାମ୍ନାକୁ ଆସିଲା BJD ନେତାଙ୍କ ଏଭଳି କାଣ୍ଡ, ଯାହା ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ…. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଟ୍ରକ ଚୋରୀ କରୁଥିଲେ ବିଜେଡି ନେତା । ଯାଜପୁର ବଡଚଣା ଧର୍ମଶାଳା ରୁ ଟ୍ରକ ଚୋରୀ କରି କୋଲକାତାକୁ କରୁଥିଲେ ଚାଲାଣ । ଆଉ ଟ୍ରକ ଚୋରୀ ଚାଲାଣ ଚେର ଲମ୍ବିଥିଲା ଓଡିଶା ଠାରୁ ବିହାର ଆଉ କୋଲକାତା । ଟ୍ରକ ଚୋରୀ କରି ପଶ୍ଚିମବଙ୍ଗକୁ ଚାଲାଣ ପରେ ଗାଡିର ଯନ୍ତ୍ରାଂଶକୁ ପାର୍ଟ ପାର୍ଟ କରି ବିଭିନ୍ନ ଜାଗାରେ ବିକ୍ରି କରିଥିଲେ । ଏମିତି ସଙ୍ଗିନ ଘଟଣା ସାମନାକୁ ଆସିବା ପରେ ନବୀନଙ୍କ ନେତା କେତେ ସ୍ବଚ୍ଛ ସେ ନେଇ ପ୍ରଶ୍ନ ଉଠିଛି ।

ରାତାରାତି ଟ୍ରକ ଚୋରୀ କରି କୋଲକାତାରେ ବିକ୍ରି କରି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଯାଜପୁର ଜିଲ୍ଲା ଯୁବ ବିଜେଡି ନେତା ଅର୍ସିଜିତ ରାଉତ ଓ ତାଙ୍କ ସାଥି । ଧର୍ମଶାଳା ଟ୍ରକ ଚୋରୀ ମାମଲା ସାମନାକୁ ଆସିବା ପରେ ପୁରା ସତ ଜାଣିବାକୁ ଲାଗି ପଡିଥିଲା ପୋଲିସ । ତଦନ୍ତ ପରେ ଜଣା ପଡିଲା ଯେ ବଡଚଣାରୁ ଟ୍ରକ ଚୋରୀ କରାଯାଇ କୋଲକାତାରେ ପହଞ୍ଚୁଛି । ଆଉ ସେଠାରେ ଟ୍ରକର ପାର୍ଟକୁ ବିଭିନ୍ନ ସ୍ଥାକୁ ରପ୍ତାନି କରାଯାଉଛି ।

ଆଉ ଲକ୍ଷଲକ୍ଷ ଟଙ୍କା ରୋଜଗାର ବି ହେଉଛି । ଏହି ଘଟଣାର ଗୁମର ଖୋଲିଛି ତାହା ନୁହେଁ ବରଂ ଏମାନେ କେତେ ଟ୍ରକ ଚୋରୀ କରିଛନ୍ତି, କେଉଁଠି ଚୋରୀ କରିଛନ୍ତି କେତେ ଟଙ୍କାରେ ଟ୍ରକ ବିକ୍ରି କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଯାଜପୁର ପୋଲିସର କହିବା ଅନୁଯାୟୀ ଟ୍ରକ ଚୋରୀ ଘଟଣା ରେ ଧର୍ମଶାଳା ପୋଲିସ ୯ ଜଣଙ୍କୁ ଆରେଷ୍ଟ କରିଥିବା ବେଳେ ଗୋଟିଏ କାର ଓ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି । ଗତ ୧୧ ତାରିଖରେ ଧର୍ମଶାଳା ଥାନା ଉଡଙ୍ଗ ନିକଟରେ ଏକ ସ୍ଥାନରୁ ଟ୍ରକ ଚୋରୀ ଘଟଣା ରେ ପୋଲିସ ତଦନ୍ତ କରିବା ବେଳେ ଟ୍ରକ ଚୋରୀ ରିୟାକେଟ ର ପରଦାଫାର୍ଶ ହୋଇଥିଲା ।

ଟ୍ରକ ଚୋରୀ ଘଟଣା ରେ ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରୁ ବଡଚଣା ଧର୍ମଶାଳା ଓ ଇଚନ୍ଦ୍ରପୁର ଅଞ୍ଚଳର ୬ ଜଣ ହୋଇଥିବା ବେଳେ କୋଲକାତା ଓ ବିହାର ଅଞ୍ଚଳର ୩ ଜଣଙ୍କୁ ଗିରଫ କରିଛି ଧର୍ମଶାଳା ପୋଲିସ । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଲା ଏହି ଅଭିଯୁକ୍ତଙ୍କ ମଧ୍ୟରେ ବଡଚଣା ସୁଙ୍ଗୁରା ଅଞ୍ଚଳର ଅର୍ସିଜିତ ରାଉତ ଜିଲ୍ଲା ଯୁବ ବିଜେଡି ଉପସଭାପତି ରହିଥିବା ଜଣା ପଡୁଛି । ଘଟଣାର ତଦନ୍ତ ହେବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଆଉ ବିଜେଡି ନେତାଙ୍କ ହାତ ଥିବାରୁ ଇଜେଡି ଉପରେ ବର୍ଷୀଛନ୍ତି ଜିଲ୍ଲା ବିଜେପି ନେତା ସର୍ବସ୍ଵେର ବେହୁରା । ସେ କହିଛନ୍ତି ଏବେ ଅପରାଧୀଙ୍କ ଆଡା ସ୍ଥଳ ବିଜେଡି । ଯିଏ ଯେଉଁ ଅପରାଧ କରିଲା ସେହି ଦଳ କୁ ଯାଇ ଆଶ୍ରୟ ନେଲା । ବିଜେଡି ଦଳ ଅପରାଧିକ ଦଳ ବୋଲି ସର୍ବେଶ୍ଵର ବେହୁରା କହିଛନ୍ତି । ଅନ୍ୟ ପକ୍ଷ ରେ ଏହି ମାମଲାରେ ମୁହଁ ଖୋଲି ନାହାନ୍ତି ଜିଲ୍ଲା ବିଜେଡି ନେତା । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *