ସାହାରୁଖ ଖାନଙ୍କ କିଛି ଏମିତି ଅଭ୍ୟାସ ଯାହା ସବୁ ସ୍ଵାମୀଙ୍କ ପାଖରେ ରହିବା ଆବଶ୍ୟକ- କଣ ଜାଣନ୍ତୁ

ସାହାରୁଖ ଖାନ କେବଳ ବଲିଉଡ ଜଗତରେ ରୋମାନ୍ସ କିଙ୍ଗ ନୁହଁ ତାଙ୍କ ବାସ୍ତବ ଜୀବନ ମଧ୍ୟ ରୋମାନ୍ସ ରେ ଭରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୯୯୨ ରେ ସେ ପ୍ରଥମ ନଜରରେ ହୃଦୟକୁ ଚୋରୀ କରିପାରୁଥିବା ସୁନ୍ଦରୀକୁ ବିବାହ କରିଛନ୍ତି । ଏହାପରେ ନିଜର ଉତ୍ତମ ଭବିଷ୍ୟତ ଓ ସୁନ୍ଦର ଜୀବନ ଗଢିବାର ପଥରେ ଆସୁଥିବା ସମସ୍ତ ବାଧା ବିଘ୍ନକୁ ସେ ଦୁହେଁ ମିଶି ତାକୁ ସମ୍ମୁଖୀନ କରିଛନ୍ତି ।

ଏହି ଯୋଡିଙ୍କ ବୈବାହିକ ଜୀବନକୁ ନେଇ ହେଇଥିବା ଅନେକ ସାକ୍ଷାତକାରକୁ ଯଦି ଭଲ ଭାବେ ନିରୀକ୍ଷଣ କରାଯିବ ତେବେ ସାହାରୁଖ ଖାନ ଜଣେ ଭଲ ସ୍ଵାମୀ ବୋଲି ଜଣାପଡେ । ତାଙ୍କ ମଧ୍ୟରେ ଏମିତି କିଛି ଭଲ ଅଭ୍ଯାସ ରହିଛି ଯାହାକୁ ସମସ୍ତ ପତ୍ନୀ ନିଜ ସ୍ବାମୀଙ୍କ ମଧ୍ୟରେ ଦେଖିବାକୁ ଚାହାନ୍ତି ।

କେବେବି ପର୍ସ ଚେକ କରନ୍ତି ନାହିଁ ।

କିଙ୍ଗ ଖାନ ଗୋଟେ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ବିବାହକୁ ଏତେ ବର୍ଷ ବୀତି ଯାଇଥିଲେ ମଧ୍ୟ ସେ କେବେ ତାଙ୍କ ପତ୍ନୀଙ୍କ ପର୍ସ ଖୋଲି ଦେଖି ନାହାନ୍ତି । ତାଙ୍କର ଏହି କଥାକୁ ସମସ୍ତ ପତିଙ୍କୁ ଅନୁସରଣ କରିବା ଉଚିତ । ଏମିତି ଏଥିପାଇଁ ଯେ ପର୍ସ ଚେକ କରିବାର ଅର୍ଥ ପତ୍ନୀଙ୍କ ନିଜ ମତ ବିରୁଦ୍ଧରେ କାର୍ଯ୍ୟ କରିବା ହେଇଥାଏ ।

କବାଟ ବାଡେଇବା ।

ଖାନଙ୍କ ପତ୍ନୀ ଗୌରୀ ଯେବେବି ନିଜ କକ୍ଷରେ ରେଡି ହୁଅନ୍ତି ସାହାରୁଖ ସବୁବେଳେ କବାଟ ବାଡେଇ ଭିତରକୁ ପ୍ରବେଶ କରନ୍ତି । ଏପରି କରିବା ଦ୍ଵାରା ଏହା ପ୍ରମାଣିତ ହୁଏ ଯେ ଆପଣ ଆପଣଙ୍କ ପତ୍ନୀକୁ ଭଲ ପାଇବା ଦ୍ଵାରା ତାଙ୍କର ସନମାନ ମଧ୍ୟ କରିଥାନ୍ତି । ଅଚାନକ କପଡା ବଦଲୁଥିବା ସମୟରେ ପତ୍ନୀଙ୍କ କକ୍ଷରେ ପ୍ରବେଶ କରିବା ଦ୍ଵାରା ସେମାନେ ନିଜକୁ ଅସହଜ ମାନେ କରିଥାନ୍ତି ।

ନିଜ ସହିତ ପତ୍ନୀଙ୍କ ଭବିଷ୍ୟତକୁ ମଧ୍ୟ ଧ୍ୟାନରେ ରଖିବା ।

କିଙ୍ଗ ଖାନ ନିଜର ଭବିଷ୍ୟତ ସୁଦୃଢ କରିବା ସହ ନିଜ ପତ୍ନୀଙ୍କ ଭବିଷ୍ୟତକୁ ମଧ୍ୟ ସୁଦୃଢ କରିବାରେ ସାହାଜ୍ଯ କରିଛନ୍ତି । ସେ ତାଙ୍କୁ ସମସ୍ତ କାର୍ଯ୍ୟରେ ରେ ସାହାଜ୍ଯ କରିବା ସହ ତାଙ୍କ ସପକ୍ଷରେ ସର୍ବଦା ରହିଛନ୍ତି । ଏହି କାର୍ଯ୍ୟ ସମସ୍ତଙ୍କୁ ଏହି ଯୋଡ଼ିଙ୍କ ଠାରୁ ଶିଖିବା ଉଚିତ ।

ପରିବାର ପ୍ରତି ଧ୍ୟାନ ଦେବା ।

ସାହାରୁଖ ନିଜର ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରି ଆଜି ଏହି ସ୍ଥାନରେ ପହଞ୍ଚିଛନ୍ତି । କିନ୍ତୁ ଏହାର ଅର୍ଥ ଏହା ନୁହଁ ଯେ ସେ ନିଜର ପରିବାର ପ୍ରତି ଧ୍ୟାନ ଦେଇ ନାହାନ୍ତି । ତାଙ୍କ ପତ୍ନୀଙ୍କ ମତରେ କିଙ୍ଗ ଖାନ ନିଜ ଜୀବନ ଶୈଳୀରେ ଏତେ ବ୍ୟସ୍ତ ରହିବା ପରେ ମଧ୍ୟ ନିଜର ପରିବାରକୁ ପ୍ରଥମ ପ୍ରାଧ୍ୟାନ୍ୟ ଦେଇଥାନ୍ତି ।

ଉପଯୁକ୍ତ ସମୟ ଅତିବାହିତ କରିବା ।

ଖାନ  ଯେତେବୀ ବ୍ୟସ୍ତ ରହିଲେ ବି ସେ ନିଜର ପରିବାର ସହ ଉପଯୁକ୍ତ ସମୟ ଅତିବାହିତ କରିବାକୁ କେବେବି ଭୁଲି ନଥାନ୍ତି । ତାଙ୍କ ସନ୍ତାନ ବଡ ହେଇଗଲେଣି ଓ ବିଦେଶରେ ପାଠ ପଢିଲେନି କିନ୍ତୁ ଏବେବି ସେ ସମୟ ବଞ୍ଚାଇ ସେମାନଙ୍କ ସ୍କୁଲ ଫଙ୍କଶନରେ ଯୋଗ ଦିଅନ୍ତି ଓ ପରିବାର ସହ ଛୁଟି କାଟିଥାନ୍ତି । ଏହି କାରଣରୁ ସେ ତାଙ୍କ ସନ୍ତାନଙ୍କ ପାଖରେ ଅତି ପ୍ରିୟା ହୋଇ ରହିଥାନ୍ତି ।

Leave a Reply

Your email address will not be published. Required fields are marked *