ନମସ୍କାର ବନ୍ଧୁଗଣ, ବ୍ରହ୍ମପୁର ରେ ଏବେ ଦୀପିକା ଓ ଦିନେଶ ଙ୍କ ପ୍ରେମ କାହାଣୀକୁ ନେଇ ଉଠିଛି ପଡୁଛି । ଦୀପିକା ଦିନେଶ ଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ବେଜପା ସୋ ରୁମ ରୁ ଆରମ୍ଭ ହୋଇଥିବା ପ୍ରେମ ଆଜି ଦିନେଶ ଙ୍କ ଘର ଆଗରେ ପହଞ୍ଚି ଯାଇଛି । କିନ୍ତୁ ଦିନେଶ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଦୀପିକାଙ୍କ ଛୁଆ ତାଙ୍କର ନୁହେଁ ବୋଲି ଦିନେଶ ସଫା ସଫା ମନା କରି ଦେଇଛନ୍ତି । ଆଉ ଦୀପିକା ଙ୍କ ମୁଣ୍ଡ ଉପରେ ଥିବା ଛତା ବି ଭାଙ୍ଗି ଦେଇଛନ୍ତି ଶାଶୁ ମା । ଏପଟେ ଦୀପିକା ଙ୍କ ବିରୁଦ୍ଧରେ ଦିନେଶ ଥାନାରେ ମାମଲା ରୁଜୁ କରିଛନ୍ତି ।
ଏ ନେଇ ଦୀପିକା କହିଛନ୍ତି କି ଶାଶୁ ମା ମୋ ଦୁଖ ଟିକେ ବୁଝ, ତୁମେ ଗୋଟେ ଝିଅ ହୋଇ କେମିତି ମୋ ଦୁଖ ବୁଝିପାରୁ ନାହଁ ଆଜିକୁ ୧୫ ଦିନ ହେଲା ତୁମ ଦୁଆରେ ଆଗରେ ବସିଛି ସେଦିନ ମୋ ମୁଣ୍ଡ ଉପରେ ସାହାରା ସାଜିଥିବା ଛତା ତ ଭାଙ୍ଗି ଦେଲ ମୋତେ ଗାଳି କରି ବେଜିତ କରିଲା ତଥାପି ମୁଁ କିଛି କହି ନାହି କାରଣ ତୁମେ ମୋ ମା ତୁମ ଝିଅ ଭାବି ଆଜି ମୋତେ କୋଳେଇ ନିଅ ।
ମୋ ସାହାରା କେହି ନାହନ୍ତି । ବର୍ଷାରେ ବିଜୁଛି ଆଉ ଖରାରେ ବସିଛି କଣ ତୁମକୁ ଫରକ ପଡୁ ନାହି ଯଦି ମୁଁ ତୁମର ଝିଅ ହୋଇଥାନ୍ତି ତେବେ କଣ ତୁମେ ମୋର ଏ କଷ୍ଟ ଦେଖିପାରିଥାନ୍ତ ମୋତେ ଝିଅ ଭାବି ଗ୍ରହଣ କରି ନିଅ ମା । ମୁଁ ବି ଗୋଟେ ମା ମୋ ଛୁଆ ମୋତେ ଘରେ ଅପେକ୍ଷା କରିଛି ତୁମର ବି ତୁମ ଘରେ ଛୁଆ ଥିବ ।
ମୁଁ ମୋ ଘରକୁ ୧୫ ଦିନ ହେଲାଣି ଛାଡିକି ଅଛି ମୋ ଛୁଆ କଥା ମୋର ଭାରି ମାନେ ପଡୁଛି ମା ସିଏ ମୋର ୧୯ ମାସର ଛୁଆ ଟିକେ ଭବିଲ ସେ ମୋ ବିନା କେମିତି ଥିବ । ମୋ କଥା ନ ଭାବିଲେ ନାହି ହେଲେ ମୋ ଛୁଆ କଥା ଟିକେ ଚିନ୍ତା କର ମା ଥରେ ମୋ ଜାଗାକୁ ଆସିକି ଦେଖ ମା ମୁଁ କେମିତି ଅଛି କେତେ କଷ୍ଟ ପାଉଛି । ମୋ ମନରେ ଗୁଡାଏ ପ୍ରଶ୍ନ ଅଛି କିନ୍ତୁ ତାର ଉତ୍ତର ମୁଁ ପାଉ ନାହି ଆଜି ତୁମେ ମୋ ଉପରେ ରାଗିଛ ଦିନେ ତୁମେ ବଦଳି ଯିବ ମା ମୋର ସବୁ ଭୁଲକୁ କ୍ଷମା କରି ଦେବ ମା ।
ଏବେ ପ୍ରଶ୍ନ ଉଠିଛି ସବୁ ପ୍ରମାଣ ଦିନେଶ ଙ୍କ ଭୁଲ କୁ ପ୍ରମାଣିତ କରିଥିବା ବେଳେ ବ୍ରହ୍ମପୁର ବାସୀ ଏବେ କାହାକୁ ସାଥ ଦେବେ । ଛଳନାର ନାୟକ ଦିନେଶ କୁ ନା ପ୍ରେମ ପାଇଁ ଅପେକ୍ଷା କରିଥିବା ଦୀପିକା ଙ୍କୁ । ତେବେ ଘରର ବୋହୁ ଭାବେ କଣ ସ୍ଵୀକାର କରିବେ ଦୀପିକାଙ୍କୁ ତାହା ଦେଖିବା ବାକି ରହିଲା । ବନ୍ଧୁଗଣ ଆପଣ ମାନଙ୍କର ଦୀପିକା ଦେଇଥିବ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।