ସକାଳୁ ଉଠି କରୁଛନ୍ତି କି ଏହିସବୁ କାମ, ହୋଇଯାନ୍ତୁ ସାବଧାନ… ନଚେତ ମାଡି ଆସିବ ଘୋର ବିପଦ- Ajia Anuchinta

ଭଗବାନ କୃଷ୍ଣ କହିଛନ୍ତି ସକାଳୁ ଉଠିବା ପରେ ଏମିତି କିଛି ଜିନିଷର ଦର୍ଶନ କରିବା ଦ୍ଵାରା ସୁଖ ସମୃଦ୍ଧିର ଆଗମନ ହୋଇଥାଏ । ଯେଉଁ ମଣିଷ ସବୁ ଦିନ ଏହି ଜିନିଷର ଦର୍ଶନ କରିଥାଏ ତାର ଜୀବନରେ ଭଲ ପରିଣାମ ଦେଖିବାକୁ ମିଳିଥାଏ । ଆମ ଆଖପାଖରେ ଏମିତି କିଛି ଜିନିଷ ରହିଛି ଯାହା ସାକାରାତ୍ମକ ଓ ନାକାରାତ୍ମକ ପ୍ରଭାବ ପକାଇଥାଏ । ସକାଳୁ ଉଠିବା ପରେ ନାକାରାତ୍ମକ ଜିନିଷର ଦର୍ଶନ କରିଲେ ଖରାପ ପ୍ରଭାବ ଓ ସାକାରାତ୍ମକ ଜିନିଷର ଦର୍ଶନ କରିଲେ ଭଲ ପ୍ରଭାବ ଆମ ଜୀବନରେ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କେଉଁ ଜିନିଷ ସକାଳୁ ଉଠିବା ଦେଖିଲେ ଶୁଭ ଓ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ବାସ୍ତୁ ଅନୁସାରେ ବ୍ୟକ୍ତିକୁ ସକାଳୁ ଉଠିବା ପରେ ଆଇନା ଦେଖିବା ଅନୁଚିତ । ଏପରି କରିବା ଦ୍ଵାରା ଭାଗ୍ୟରେ ଉପରେ ଖରାପ ପ୍ରଭାବ ପଡିବା ସହ ଜୀବନରେ ଉନ୍ନତି ହୋଇନ ଥାଏ । କାରଣ ସକାଳେ ଉଠିବା ପରେ ଆମ ଚେହେରା ଖରାପ ରହିଥାଏ ଯାହାର ନାକାରାତ୍ମକ ପ୍ରଭାବ ଆମ ଜୀବନରେ ପଡିଥାଏ ।

୨- ସକାଳୁ ଉଠିବା ମାତ୍ରେ ନିଜ ଛାଇ ଦେଖିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଭାଗ୍ୟରେ ଖରାପ ପ୍ରଭାବ ପଡିଥାଏ । ଏହା ଦ୍ଵାରା ଆପଣଙ୍କର କାର୍ଯ୍ୟ ଅଟକି ରହିବା ସହ କଠିନ ସ୍ଥିତି ସୃଷ୍ଟି ହୋଇଥାଏ ।

୩- ସକାଳୁ ଉଠିବା ପରେ ନିଜର ହାତ ପାପୁଲି ଦେଖିବା ଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ, ମଧ୍ୟ ଭାଗରେ ମା ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ବାସ ରହିଥାଏ । ଏପରି କରିବା ଦ୍ଵାରା ଧନ, ସମ୍ପତି, ବିଦ୍ୟା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ପ୍ରତେକ ବିଦ୍ୟାର୍ଥୀଙ୍କୁ ଶାକଲେ ଉଠିବା ପରେ ନିଜର ହାତ ପାପୁଲି ଦର୍ଶନ କରିଲେ ଶିକ୍ଷାରେ ଉନ୍ନତି ହୋଇଥାଏ ।

୪- ସକାଳେ ଉଠିବା ପରେ ଗୋମାତାଙ୍କର ଦର୍ଶନ ହେଲେ ଏହାକୁ ଶୁଭ ବୋଲି ବିଚାର କରାଯାଏ । ଏଥିପାଇଁ ସକାଳୁ ଉଠିବା ପରେ ଯଦି ଆପଣଙ୍କ ଗୃହ ଆଗରେ ଗାଈ ଆସିଥାଏ ତେବେ ତାଙ୍କୁ ନ ଘଉଡାଇ ରୋଟି ଖାଇବାକୁ ଦେଇ କାନରେ ନିଜର ମନ କହି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ସହ ଅଟକି ରହିଥିବା କାମ ଆରମ୍ଭ ହୋଇଥାଏ ।

୫- ସକାଳୁ ଉଠିବା ପରେ ମା ତୁଳସୀଙ୍କର ଦର୍ଶନ କରିବା ଶୁଭ ହୋଇଥାଏ । ଘରର ତୁଳସୀ ଗଛ ଶୁଖିଗଲେ ଘର ଉପରେ କୌଣସି ବିପଦ ଆସିବାର ସୂଚନା ମିଳିଥାଏ । ଘାର ପୁରୁଷ କୌଣସି ବିପଦରେ ପଡିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଥାଏ ।

୬- ମଣିଷ ଘରୁ ବାହାରିବା ସମୟରେ ବା କୌଣସି କାମ ଆରମ୍ଭ କରିବା ପୂର୍ବରୁ ମାତା ପିତାଙ୍କ ପାଦ ଛୁଇଁବା ଉଚିତ । ଏହା ଦ୍ଵାରା ସବୁ କାମରେ ସଫଳତା ମିଳିଥାଏ । ସକାଳୁ ଉଠିବା ପରେ ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ମହତ କାମ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *