ଶାଳଗ୍ରାମ କଣ? ଜାଣନ୍ତୁ ତାର ରହସ୍ୟ

ନମସ୍କାର ବନ୍ଧୁଗଣ ଶାଳଗ୍ରାମ ହେଲେ ବିଷ୍ଣୁ ଶିଳା । ଭଗବାନ ବିଷ୍ଣୁଙ୍କର ପ୍ରତୀକ । ଯେଉଁ ଭଳି ଲିଙ୍ଗ ଶିବ ଙ୍କର ପ୍ରତୀକ । ସେହି ଭଳି ଶାଳ ଗ୍ରାମ ବିଷ୍ଣୁ ଙ୍କର ପ୍ରତୀକ । ସବୁ ମଠ,ମନ୍ଦିର ଏବଂ ଅନୁଷ୍ଠାନ ମାନଙ୍କ ରେ ଶାଳ ଗ୍ରାମ ପୂଜାର ନିୟମ କିମ୍ବା ପ୍ରଚଳନ ରହିଛି । ଶାଳ ଗ୍ରାମ କୁ ତୁଳସୀ ଚଢେଇ ପୂଜା କରିଲେ ସାକ୍ଷାତ ବିଷ୍ଣୁ ପ୍ରସନ୍ନ ହୁଅନ୍ତି । ବହୁ ପୁରାତନ କାଳରୁ ବିଶ୍ୱାସ ରହିଛି ଯେ ଯେଉଁ ରତ୍ନ ସିଂହାସନ ରେ ମହାପ୍ରଭୁ ଜଗନ୍ନାଥ ବିରାଜ ମାନ କରିଛନ୍ତି ।

ସେ ସିଂହାସନ ଗର୍ଭ ରେ ଲକ୍ଷେ ଶାଳ ଗ୍ରାମ ରହିଛି । ତେବେ କଣ ଆପଣ ଜାଣି ଛନ୍ତି କି ଏହି ଶାଳ ଗ୍ରାମ କେଉଁଠି ମିଳେ । ଏବଂ ଏହାର ସୃଷ୍ଟି କେମିତି ହୁଏ । ଏବଂ ଏହା ଦେଖିବାକୁ କେମିତି । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ ।


ଶାଳ ଗ୍ରାମ ହେଉଛି ଏକ ଜାତି ର ପଥର । ଯାହାକୁ ବୈଜ୍ଞାନିକ ମାନେ ଆମରୋ ନାଇଟ ବୋଲି କୁହନ୍ତି । ଯାହାକି ଏକ ଛିଦ୍ର ଯୁକ୍ତ କୁଣ୍ଡଳ କାର ଜୀବାସ୍ମ ଅଟେ । ହିନ୍ଦୁ ଶାସ୍ତ୍ର ମତରେ ଏହା ହେଉଛି ବିଷ୍ଣୁ ଦେବତାଙ୍କ ର ଜୀବନ୍ତ ପ୍ରତିମା । ଶାଳଗ୍ରାମ ବିନା କୌଣସି ଵିଷ୍ଣୁ ମନ୍ଦିର ପ୍ରତିଷ୍ଠା ସମ୍ଭବ ନୁହେଁ । ଶାଳ ଗ୍ରାମ କେବଳ ନେପାଳ ଅନ୍ତର୍ଗତ ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡୁକି ନଦୀ ପଠା ରେ ଦେଖିବାକୁ ମିଳିଥାଏ । ଦ୍ଵାରିକା ସମୁଦ୍ର ରେ ମଧ୍ୟ ଏକ ପ୍ରକାର ର ଧଳା ପଥର ଦେଖିବାକୁ ମିଳେ ଯାହାକୁ ଚକ୍ର ନିକା କୁହାଯାଏ । ଏ ପଥର ମଧ୍ୟ ଶାଳ ଗ୍ରାମ ସହ ସମତୁଲ୍ୟ । ଏବଂ ଏହାକୁ ଶାଳ ଗ୍ରାମ ସହ ରଖି ପୂଜା କରାଯାଏ ।


ନେପାଳ ର ଗଣ୍ଡୁକି ନଦୀରେ ବଜ୍ର କୀଟ ନାମକ ଏକ ପ୍ରକାରର କୃମି ପୋକ ବାସ କରନ୍ତି । ଯାହାର ନଖ ଏବଂ ଦାନ୍ତ ଗ୍ରାନାଇଟ ଶିଳା ଠାରୁ ଶକ୍ତ ବୋଲି ବିଶ୍ୱାସ ରହିଛି । ସେହି କୀଟ ଗୁଡିକ ଏହି ଶୀଳାରେ ଚକ୍ର ଆକୃତି ଅଙ୍କନ କରିଥାନ୍ତି । ଏହି ଚକ୍ର ସବୁ ଶିଳା ର ଉପରି ଭାଗରେ ନ ରହି ଭିତର ଭାଗ ରେ ମଧ୍ୟ ରହିଥାଏ । କାରଣ ଏହି କୀଟ ସେ ଶିଳା ଭିତରେ ହିଁ ବାସ କରିଥାଏ । ସେହି କୀଟ କରିଥିବା ଛିଦ୍ର କୁ ବଦନ କିମ୍ବା ମୁଖ କୁହାଯାଏ । ଆମେ ଯଦି ଶାଳ ଗ୍ରାମ ଉପରକୁ ଗୋଟିଏ ପାର୍ଶ୍ଵରେ ଆଲୋକ ପକାଇବା ତେବେ ସେ ଛିଦ୍ର ଗୁଡିକ ଖୁବ ପରିଷ୍କାର ଭାବରେ ଦେଖାଯିବ । ଅସଲି ଶାଳ ଗ୍ରାମ ଜାଣିବା ପାଇଁ ଏହି ଚକ୍ର ଚିହ୍ନ ହିଁ ମହତ୍ତ୍ୱ ପୂର୍ଣ୍ଣ ।

ବିଶ୍ୱାସ କରାଯାଏ କି ଭଗବାନ ବିଷ୍ଣୁ ନିଜେ ସେ କିଟ ରୂପେ ଆସି ସେ ଶିଳା କୁ ପ୍ରସ୍ତୁତ କରିଥାନ୍ତି । ଅଧିକାଂଶ ଶାଳ ଗ୍ରାମ କଳା ରଙ୍ଗ ର । ଏବଂ ଏହା ଛଡା ବିରଳ ଲାଲ ରଙ୍ଗ ର ଶାଳ ଗ୍ରାମ ମଧ୍ୟ ଦେଖିବାକୁ ମିଳେ । କିନ୍ତୁ ଏହାକୁ ଘରେ ରଖି ପୂଜା କରାଯାଏ ନାହିଁ । ଶାଳ ଗ୍ରାମ ତିନି ପ୍ରକାରର ହୋଇଥାନ୍ତି । ସାଧାରଣ, କ୍ଷୁଦ୍ର, ଏଵଂ ଅତି କ୍ଷୁଦ୍ର । ଅତି କ୍ଷୁଦ୍ର ଶାଳ ଗ୍ରାମରେ କୌଣସି ଛିଦ୍ର ଏବଂ ଚକ୍ର ଦେଖିବାକୁ ମିଳେ ନାହିଁ । କିନ୍ତୁ ଏହାକୁ ଆଲୋକ ଆଗରେ ରଖିଲେ ଏହାର ଭିତର ଟା ଲାଲ ଦେଖା ଯିବ ।

ଏହି ଶାଳ ଗ୍ରାମ ରତ୍ନ ଗର୍ଭା କୁହାଯାଏ । ଏହି ପ୍ରକାର ଶାଳ ଗ୍ରାମ ଅତି ବିରଳ । ଯେଉଁ ଶାଳ ଗ୍ରାମରେ ସାତଟି ଛିଦ୍ର ଏବଂ ଚଉଦ ଟି ଚକ୍ର ଥାଏ । ତାଙ୍କୁ ଅନନ୍ତ ପଦ୍ମନାଭ ମୂର୍ତ୍ତି କୁହାଯାଏ । ଯେଉଁଠି ଦୁଇଟି ଛିଦ୍ର ଏବଂ ଚାରିଟି ଚକ୍ର ଥାଏ ତାକୁ ନାରାୟଣ ମୂର୍ତ୍ତି କୁହାଯାଏ । ଉଭୟ ଶାଳ ଗ୍ରାମ ସମାନ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । କିମ୍ବଦନ୍ତୀ ଅନୁସାରେ ମାତା ତୁଳସୀ ଲକ୍ଷ୍ମୀ ଙ୍କ ଅଂଶ ନେଇ ଜନ୍ମ ଗ୍ରହଣ କରିଥିଲେ । ଏବଂ ସେ ରାକ୍ଷସ ଜଳନ୍ଧର କୁ ବିବାହ କରିଥିଲେ । ତୁଳସୀ ଙ୍କ ସତିତ୍ୱ ବଳରେ ଜଳନ୍ଧର କୁ କେହି ମାରି ପାରୁ ନଥିଲେ ।

ସେଥିପାଇଁ ସେ ଦେବ ଏବଂ ମାନବ ଉପରେ ଅତ୍ୟାଚାର କରୁଥିଲା । ସମଗ୍ର ପୃଥିବୀ ତ୍ରାହି ତ୍ରାହି ଡାକିବାରୁ । ବିଷ୍ଣୁ ଭଗବାନ ସଂସାର ର ମଙ୍ଗଳ ପାଇଁ ତୁଳସୀ ଙ୍କ ସତିତ୍ୱ ହରଣ କଲେ । ଏବଂ ତାପରେ ଜଳନ୍ଧର ର ଜୀବନ ଗଲା । କିନ୍ତୁ ତୁଳସୀ ଏହା ଜାଣି ପାରି ତାଙ୍କୁ ପାଷାଣ ହେବାର ଅଭିଶାପ ଦେଲେ ।

ଏବଂ ବିଷ୍ଣୁ ସେହି ଅଭିଶାପ କୁ ଗ୍ରହଣ କରି ପାଷାଣ ହେଲେ । ଯାହା କି ହେଉଛି ଏହି ଶାଳଗ୍ରାମ । ଏବଂ ତୁଳସୀ ଙ୍କୁ ଗଣ୍ଡୁକି ନଦୀ ହେବା ପାଇଁ ଅନୁରୋଧ କଲେ । ଏଵଂ ତୁଳସୀ ରାଜିହେଲେ ଏବଂ ଗଣ୍ଡୁକି ନଦୀ ଭାଁବରେ ପ୍ରବାହିତ ହୋଇ ସେହି ଶାଳଗ୍ରାମ କୁ ଛୁଇଁ ଶାପ ମୁକ୍ତ କରିଥିଲେ । ଏବଂ ତୁଳସୀ ଙ୍କୁ ନେଇ ବୈକୁଣ୍ଠ କୁ ଗଲେ । ସେବେ ଠାରୁ ଏହି ଶାଳ ଗ୍ରାମ ପୃଥିବୀରେ ପୂଜା ପାଇ ଆସୁଛି ।

Leave a Reply

Your email address will not be published. Required fields are marked *