Sambalpur ରେ Curfew ରହିଲା ଜାରି, ଘରୁ ବାହାରିବା ଉପରେ ଲାଗିଲା କଟକଣା… ଏହି ସବୁ ସୁବିଧା ରହିଛି ଖୋଲା, ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସମ୍ବଲପୁର ରେ ଲାଗିଲା କର୍ଫ୍ଯୁ । ମଧ୍ୟ ରାତି 12ଟା ରୁ ଆରମ୍ଭ ହୋଇଛି କର୍ଫ୍ଯୁ । ପରବର୍ତ୍ତୀ ଆଦେଶ ଯାଏଁ ବଳ ବତ୍ତର ରହିବ ଏହି କର୍ଫ୍ଯୁ । ସମ୍ବଲପୁର ସହର ର 6ଟି ଥାନା ଅଞ୍ଚଳରେ ଏହି କର୍ଫ୍ଯୁ ଜାରି କରା ଯାଇଛି । ଏ ନେଇ ସମ୍ବଲପୁର ଉପ-ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଛନ୍ତି । କୌଣସି ଅପ୍ରୀତିକର ସ୍ଥିତି ଏଡାଇବାକୁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରା ଯାଇଛି ।

କୌଣସି ବ୍ୟକ୍ତି ବିଶେଷ ଘରୁ ବାହାରିବାକୁ ବାରଣ କରା ଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସମୟ ନିର୍ଧାରଣ ରହିଛି । ସକାଳ 8ଟା ରୁ 10ଟା, ଅପରାହ୍ନ 3ଟା 30 ରୁ 5ଟା 30 ମଧ୍ୟରେ କିଣି ପାରିବେ ସାମଗ୍ରୀ । କୌଣସି ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରା ଯାଇଛି । ହେଲ୍ପ ଲାଇନ ନମ୍ବର ହେଉଛି 7655800760 ।

ସମ୍ବଲପୁର ରେ ବୁର୍ଲା ଓ ହୀରାକୁଦ ରୁ ଏହି କର୍ଫ୍ଯୁ ଠାରୁ ବାଦ ଦିଆ ଯାଇଛି । କେବଳ ସମ୍ବଲପୁର ଠାରୁ 6ଟି ଥାନା ଯଥା ଟାଉନ ଥାନା, ଧନୁପାଲ ଥାନା,  କ୍ଷେତରାଜପୁର ଥାନା, ଅଇଁଠାପାଲ ଥାନା, ବରେଇପାଲ ଥାନା ଓ ସଦର ଥାନା ଅନ୍ତର୍ଗତ ଯେଉଁ ଅଞ୍ଚଳ ଗୁଡିକ ଆସୁଛି ସେହି ଅଞ୍ଚଳ ଗୁଡିକ ରେ କର୍ଫ୍ଯୁ ଜାରି ହୋଇଛି । ବସ ଚଳାଚଳ ତଥା ଗାଡି ଚଳାଚଳ ମଧ୍ୟ ବନ୍ଦ ରହିବ ।

ଯେଉଁ ମାନେ ପ୍ୟାସେଞ୍ଜର ରହିଥିବେ ସେମାନଙ୍କୁ ପ୍ରବେଶ କରାଯିବ । ଏହା ଛଡା ଶିକ୍ଷା ଅନୁଷ୍ଠାନ, ବ୍ୟବସାୟିକ ଅନୁଷ୍ଠାନ ଏ ସବୁ ବନ୍ଦ ରହିବ । ସ୍କୁଲ, କଲେଜ ସବୁ ବନ୍ଦ ରହିବ । କେବେ ଯାଏଁ କର୍ଫ୍ଯୁ ବଳ ବତ୍ତର ରହିବ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ବିଳମ୍ବିତ ରାତିରେ ଏହି ସୂଚନା ଜାରି ହେବା ପରେ ବସ ରେ ଆସିଥିବା ଯାତ୍ରୀ ମାନେ ସେଠାରେ ଅଟକି ଯାଇଛନ୍ତି ।

ଆଉ ଧୀରେ ଧୀରେ ଯାତ୍ରୀ ମାନେ ଅଟୋ ଧରି ନିଜର ଗନ୍ତବ୍ୟ ସ୍ଥଳକୁ ଚାଲି ଯାଉଛନ୍ତି । ବିଳମ୍ବିତ ରାତି ରେ କର୍ଫ୍ଯୁ ଜରାଇ ହୋଇ ଥିବାରୁ ଅନେକ ଲୋକଙ୍କ ପାଖରେ ସୂଚନା ନ ଥିଲା । ନିର୍ଧାରିତ ସମୟ ଭିତରେ ଦୋକାନୀ ଦୋକାନ ଖୋଲି ପାରିବେ ଏବଂ ଆବଶ୍ୟକୀୟ ଜିନିଷ ନେଇ ପାରିବେ । ଜରୁରୀ କାଳୀନ ମେଡିକାଲ ଏମର୍ଜେନ୍ସି ପାଇଁ ହେଲ୍ପ ଲାଇନ ର ସାହାଜ୍ୟ ନେଇ ପାରିବେ ଜନ ସାଧାରଣ ମାନେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *