SBI ତରଫରୁ ୪୨ କୋଟି ଗ୍ରାହକଙ୍କୁ ସତର୍କ ସୂଚନା, ନିଜ ଟଙ୍କା ସୁରକ୍ଷିତ ରଖିବା ପାଇଁ ନିଶ୍ଚିନ୍ତ ଦିଅନ୍ତୁ ଏହି କଥା ପ୍ରତି ଧ୍ୟାନ- ନଚେତ…

ଆଜିକାଲି ଟେକ୍ନୋଲୋଜି ଯେତିକି ଡେଭଲପ କଲାଣି ସେତିକି ଲୋକଙ୍କ ମାନସିକତା ନିମ୍ନ ହେବାରେ ଲାଗିଲାଣି । ଆଜିକାଲି ସେହି ଟେକ୍ନୋଲୋଜି ର ବ୍ୟବହାର କରି ଲୋକେ ବହୁତ ବଡ ବଡ କାମ କରି ଛନ୍ତି । ଏହାର ଖରାପ ବ୍ୟବହାର କରୁଛନ୍ତି । ଯେମିତିକି ଅନଲାଇନ ଲୋକଙ୍କ ଡାଟା ହ୍ୟାକ କରିବା ଏବଂ ଚୋରୀ କରିବା । ତେବେ ଆଜିକାଲି ଲୋକେ ନିଜର ସବୁ ଟଙ୍କା ପଇସା ସମ୍ବନ୍ଧିତ କାମ ଅନଲାଇନ ଜରିଆରେ କରୁଛନ୍ତି । ତେବେ ଏହା କେତେଦୂର ସୁରକ୍ଷିତ ତାହା ଜଣା ନାହିଁ । ବ୍ଯାଙ୍କ ନାରେ ମଧ୍ୟ ଲୋକେ ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ଲୋକଙ୍କୁ ଲୁଟୁଛନ୍ତି । ସେଥିପାଇଁ ବ୍ୟାଙ୍କ ନିଜ ଟୁଇଟର ଆକାଉଣ୍ଟ ମାଧ୍ୟମରେ ଫେକ୍‌ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକ ପ୍ରତି ସାବଧାନ ରହିବା ପାଇଁ କହିଛି । ବର୍ତ୍ତମାନ SBI ର ୪୨ କୋଟି ଗ୍ରାହକ ଅଛନ୍ତି । ସେମାନଙ୍କୁ ସତର୍କ କରାଇବା ପାଇଁ ସେ ଏହି ପଦକ୍ଷପ ନେଇଛି ।  ତେବେ ବ୍ୟାଙ୍କର ଯେଉଁସବୁ ଅଫିସିଆଲ ସାଇଟ ଅଛି ତାହା ସବୁ ଭେରୀଫାଏଡ ଅଟେ । ସେ ସବୁ ହେଲା-

@StateBankOfIndia

Instagram: @theofficialsbi

Twitter: @TheOfficialSBiLinkedin: State Bank of India (SBI)

Youtube: State Bank of India

ତେବେ ଏହିସବୁ କଥା ପ୍ରତି ଧ୍ୟାନ ଦେବାକୁ SBI ସତର୍କ କରାଇଛି –

୧- ଏସ୍‌ବିଆଇ ଅନୁସାରେ ସୋସିଆଲ ମିଡିଆ ଆକାଉଣ୍ଟରୁ କୌଣସି ଅଧିକାରୀ ବା ବ୍ୟାଙ୍କକୁ ଟ୍ୟାଗ୍‌ କରିବା ପୂର୍ବରୁ ଆକାଉଣ୍ଟ ଭେରିଫାଏଡ୍‌ ଅଛି କି ନାହିଁ ତାହା ଚେକ୍‌ କରନ୍ତୁ।

୨- କୌଣସି ଅଭିଯୋଗ କରିବା ପାଇଁ ବା ଗୁରୁତ୍ବପୂର୍ଣ୍ଣ ସୂଚନା ବିଷୟରେ ଜାଣିବା ପାଇଁ ସୋସିଆଲ ମିଡିଆରେ କିଛି ପୋଷ୍ଟ କରି ଅଧିକାରୀମାନଙ୍କୁ ଟ୍ୟାଗ୍‌ କରନ୍ତୁ ନାହିଁ ।

୩- ସବୁବେଳେ ଭେରିଫାଏଡ୍‌ ସାଇନ୍‌କୁ ଚେକ୍‌ କରନ୍ତୁ ।

୪- ଏସ୍‌ବିଆଇ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ଫେକ୍‌ ଆକାଉଣ୍ଟ ତିଆରି କରାଯାଉଛି, ଏସ୍‌ବିଆଇ ନାଁରେ ମଧ୍ୟ ଅନେକ ଆକାଉଣ୍ଟ ତିଆରି କରାଯାଇଛି। ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

୫- କୌଣସି ଅସୁବିଧା ଥିଲେ ପ୍ରଥମେ ବ୍ୟାଙ୍କକୁ କଲ କରି ଯୋଗାଯୋଗ କରନ୍ତୁ ।

୬- ଅନ୍‌ଲାଇନ୍‌ ଫ୍ରଡ୍‌ମାନଙ୍କଠୁ ଦୂରେଇ ରୁହନ୍ତୁ ।

୭- ଅନ୍‌ଲାଇନ୍‌ ଟ୍ରାନଜାକ୍‌ସନ ନେଇ କୌଣସି ସମସ୍ୟା ହେଲେ ପ୍ରଥମେ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ । ୧୮୦୦୧୧୨୨୧୧ ଏବଂ ୧୮୦୦୪୨୫୩୮୦୦ ନମ୍ବରରେ ସମ୍ପର୍କ କରି ସମସ୍ୟାର ସମାଧାନ କରିହେବ।

୮- କୌଣସି ଫେକ୍‌ କଲ କରୁଥିବା ଲୋକଙ୍କୁ ନିଜ ବ୍ୟାଙ୍କ ଡିଟେଲ୍‌ସ ଦିଅନ୍ତୁ ନାହିଁ , କୌଣସି ବ୍ଯାଙ୍କ କେବେ ବି ଆପଣଙ୍କ ବ୍ଯାଙ୍କ ଡିଟେଲ୍‌ସ ମାଗିବେ ନାହିଁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *