ସମ୍ପର୍କକୁ କେବଳ ସମୟ ହାତରେ ଛାଡନ୍ତୁ ନାହିଁ, ସମ୍ପର୍କ ଭଲ କରିବା ପାଇଁ ଏକ୍ସପର୍ଟଙ୍କ ସହ କରନ୍ତୁ ପ୍ରଶ୍ନ ଓ ପାଆନ୍ତୁ ଉତ୍ତର

ସମସ୍ତଙ୍କ ଜୀବନ ରେ କିଛି ନା କିଛି ଅସୁବିଧା ହୋଇଥାଏ ଓ ଏହା ସମସ୍ତଙ୍କୁ ବୁଝିବା ଦରକାର ଯେ ବିବାହ ଦୁଇଟି ଲୋକଙ୍କ ମଧ୍ୟରେ ହୁଏ ଯିଏ ଅଲଗା ଅଲଗା ଭାବନା ରଖନ୍ତି ଓ ତାଙ୍କ ମଧ୍ୟରେ ସମସ୍ୟା ହୋଇ ପାରେ କିନ୍ତୁ ସମୟ ଅନୁଯାଇ ସବୁ ଠିକ ହୋଇଯିବ ବୋଲି ଭାବୁଥିବା ଲୋକ ବହୁତ ବଡ ଅସୁବିଧା ରେ ପଡି ଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଏକ୍ସପର୍ଟଙ୍କ ବିଷୟରେ କହିବୁ ଯାହାଙ୍କୁ ଲୋକ ତାଙ୍କ ପ୍ରଶ୍ନ ପଚାରିଲେ ଓ ସେ ଯେଉଁ ଉତ୍ତର ଦେଲେ ତା ଦ୍ଵାରା ନିଜ ଜୀବନ ସୁଖମୟ କଲେ ।

ଆମେ ଆଜି ଆପଣଙ୍କୁ ରିଲେସନଶିପ ଏକ୍ସପର୍ଟ ଡାଃ. ନିଶା ଖନ୍ନାଙ୍କ କଥା ବାର୍ତ୍ତା ଲୋକଙ୍କ ସହ କହିବୁ ଓ ତାଙ୍କ ପ୍ରଶ୍ନ ଉତ୍ତର ମଧ୍ୟ ଆପଣଙ୍କୁ କହିବୁ ।

ପ୍ରଶ୍ନ :

ମୋ ପାର୍ଟନର ମୋ ଉପରେ ଭରସା କରୁ ନାହାନ୍ତି, ମୋ ସବୁ ପୁଅ ପିଲା ସାଙ୍ଗମାନଙ୍କୁ ସେ ବୋଳ୍କ କରି ଦେଇଛନ୍ତି । ତାଙ୍କୁ ମୁଁ କେମିତି କଣ ବୁଝେଇବି ମୁଁ ଜାଣି ପାରୁ ନାହିଁ ତାଙ୍କ ଏହି ବ୍ୟବହାର ଆମ ମଧ୍ୟରେ ଦୂରତା ସୃଷ୍ଟି କରୁଛି କିନ୍ତୁ ସେ ଏହି କଥା ବୁଝିବା ପାଇଁ ନାରାଜ ଅଛନ୍ତି । ସେ ମୋ ଭାଇ ଉପରେ ମଧ୍ୟ ସନ୍ଦେହ କରୁଛନ୍ତି ଓ ସନ୍ଦେହ ଏତେ ବଢି ଯାଇଛି ଯେ ସେ ମୋ ଭାଇକୁ ମଧ୍ୟ ବଳ୍କ କରି ଦେଇଛନ୍ତି, ମୋ ମନ କଥା ସେ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରୁନାହାନ୍ତି । କିଛି ଉପାୟ କୁହନ୍ତୁ ।

ଏକ୍ସପର୍ଟ ଉତ୍ତର :

ଆପଣଙ୍କ ପାର୍ଟନର ପେରାନାଇଡ ଭଳି ରୋଗର ଶିକାର ଅଛନ୍ତି, ଏହା ଗୋଟେ ପ୍ରକାର ର ପର୍ଶନାଲିଟି ଡିସଅର୍ଡର ଅଟେ । ଏହି ରୋଗ ରେ ପୀଡିତ ଲୋକ କାହା ଉପରେ ଭରସା କରି ପାରନ୍ତି ନାହିଁ ଓ ସବୁବେଳେ ତାଙ୍କ ମନରେ ଲୋକଙ୍କ ପାଇଁ ସନ୍ଦେହ ଆସିଥାଏ । ସର୍ବ ପ୍ରଥମେ ନିଜ ପାର୍ଟନର ସହ ବସି ମନ ଖୋଲି କଥା କୁହନ୍ତୁ ତାଙ୍କୁ ଜଣାନ୍ତୁ ଯେ ଆପଣଙ୍କ ମନରେ କଣ ଅଛି, ଏମିତି ସ୍ଥିତି ରେ ଅବସ୍ତାକୁ ସମୟ ଉପରେ ଜମା ବି ଛାଡନ୍ତୁ ନାହିଁ ଏହା କଲେ ଆପଣଙ୍କ ଜୀବନ ଆହୁରି ଖରାପ ହୋଇ ପାରେ ସେଥିପାଇଁ କୌଣସି ନିଷ୍ପତ୍ତି କରିବା ଆଗରୁ କୌଣସି ପ୍ରୋଫେସନଲ କାଉନ୍ସଲର ପାଖକୁ ସାହାଯ୍ୟ ପାଇଁ ଯାଆନ୍ତୁ, ବଧେ କାଉନ୍ସଲର ଆପଣଙ୍କ ପାର୍ଟନର ସାହାଜ୍ଯ କରି ପାରନ୍ତି ।

ପ୍ରଶ୍ନ-

ଆମ ବିବାହକୁ ୧୦ ବର୍ଷ ହେଲାଣି, କିନ୍ତୁ ମୁଁ ମୋ ସ୍ବାମୀଙ୍କ ବ୍ୟବହାରରେ ଏବେବି ଖୁସି ନାହିଁ । ସେ ନିଜର ସବୁ କଥା ମୋ ସହ ଶେୟାର କରନ୍ତୁ ନାହିଁ ଏମିତି କି ପଚାରିଲେ ବି ଚୁପ ରୁହନ୍ତି । ମୁ କାମ କରୁଛି ଓ ଯାହା ଇନରୋଜଗାର କରୁଛି ସେଇଥିରେ ଆମ ଘର ଚଳୁଅଛି । ସ୍ଵାମୀ ସହ କୌଣସି ଭାବନାତ୍ମକ- ଶାରୀରିକ ସମ୍ପର୍କ ଆଉ ନାହିଁ । ମୁଁ କଣ କରିବି ?

ଉତ୍ତର –

ତମ କଥାରୁ ମତେ ଯାହା ଲାଗୁଛି ତମ ସ୍ବାମୀଙ୍କର କିଛି ଆବେଗ ସମ୍ବନ୍ଧୀୟ ପ୍ରୋବ୍ଲେମ ଅଛି । ଆପଣଙ୍କ ମଧ୍ୟରେ ତାଳ ମେଳ ରହୁ ନାହିଁ । ସେ ଆପଣଙ୍କ ସହ କିଛି ବି ଶେୟାର କରୁ ନାହାନ୍ତି । ଆପଣ ପ୍ରଥମେ ତାଙ୍କୁ ପଚାରନ୍ତୁ କି କେଉଁ କଥା ପାଇଁ ସେ ଚିନ୍ତିତ ରହୁଛନ୍ତି ? ଏହା ପରେ ଯଦି କିଛି ହେଉ ନାହିଁ ତେବେ କୌଣସି ଏକ୍ସପର୍ଟ କାଉନ୍ସଲରଙ୍କ ପକାହାକୁ ଯାଅନ୍ତୁ ଓ ନିଜ ସ୍ଵାମୀଙ୍କୁ ମଧ୍ୟ ନେଇକି ଯାଅନ୍ତୁ ।

Leave a Reply

Your email address will not be published. Required fields are marked *