ବନ୍ଧୁଗଣ ଶନିବାର କୁ ଶନି ଦେବଙ୍କ ବାର ବୋଲି ମାନାଯାଏ । ଶନିଦେବା ହେଉଛନ୍ତି ନ୍ୟାୟର ପ୍ରତୀକ । କେହି ଅନ୍ୟାୟ କରିଲେ ଭଗବାନ ଶନି କଠୋର ଦଣ୍ଡ ଦେଇଥାନ୍ତି । ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ରଜିତ ଅଟେ । କିଛି ମହତ ପୁରୁଷ ମାନେ ଏହାକୁ ବର୍ଜିତ କରିଛନ୍ତି । କାରଣ ଶନିବାର ଦିନ ଏହି ସବୁ ଜିନିଷ ଆଣିଲେ ଅନେକ କ୍ଷତି ହୋଇଥାଏ । ଏପରି କରିଲେ ଘରକୁ ରୋଗ, ଶୋକ, କଳଙ୍କ ଓ ଦାରିଦ୍ରତା ମଧ୍ୟ ଆସିଥାଏ । ଶନିବାରରେ କଣ କରିବା ଉଚିତ ଓ ଅନୁଚିତ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ ।
1- ଲୁହା ଜିନିଷ : ଶନିବାର ଦିନ ଲୁହା ଜିନିଷ ଆଣିବା ଉଚିତ ନୁହେଁ । ଏପରି କରିଲେ ଶନିଙ୍କ କୋପ ଦ୍ରୁଷ୍ଟି ପଡିଥାଏ । ଛୁଞ୍ଚି ଠାରୁ ଆରମ୍ଭ କରି ଗାଡି ଯାଏଁ ଯେ କୌଣସି ଲୁହା ଜିନିଷ ଘରକୁ ଆଣନ୍ତୁ ନାହିଁ । କିନ୍ତୁ ଶନିବାର ଦିନ ଲୁହାର ଜିନିଷ ଦାନ କରିଲେ ଶନି ଦୋଷରୁ ମିଳିଥାଏ ।
2- ଚମଡା : ଚମଡାରୁ ତିଆରି ଜିନିଷ ଭୁଲରେ ବି ଶନିବାର ଦିନ କିଣନ୍ତୁ ନାହିଁ । ଯେମିତିକି ବେଲ୍ଟ, ଜୋତା, ପର୍ସ ଶନିବାର ଦିନ ଆଣନ୍ତୁ ନାହିଁ । ଏମିତି କରିଲେ ଆପଣଙ୍କ ଘରକୁ ଦାରିଦ୍ରତା ଆସିଥାଏ ।
3- ତେଲ : ଭୁଲରେ ବି ଘରକୁ ଶନିବାର ଦିନ ତେଲ ଆଣନ୍ତୁ ନାହିଁ । ଯେ କୌଣସି ତେଲ ହେଉ ନା କାହିଁକି ଆଣନ୍ତୁ ନାହିଁ । ଏମିତି କରିଲେ ଘରକୁ ରୋଗ ଆସିଥାଏ । ଶନି ଦଶା ଥିଲେ ଶନିବାର ଦିନ ଶନିଙ୍କ ଉପରେ ରାଶି ତେଲ ଲାଗି କରିପାରିବେ । ଏହାଦ୍ବାରା ଶନି ସଦାରୁ ମୁକ୍ତି ମିଳିଥାଏ ।
4- କୋଇଲା : ଘରକୁ ଭୁଲରେ ବି ଶନିବାର ଦିନ କୋଇଲା ଆଣନ୍ତୁ ନାହିଁ । କୋଇଲାର ରଙ୍ଗ କଳା ଓ ଶନିଙ୍କ ରଙ୍ଗ କଳା । ଏଣୁ କୋଇଲା ଶନିବାର ଦିନ ଆଣିବାର ଅର୍ଥ ଶନି ଭଗବାନଙ୍କୁ ଘରକୁ ଆଣିବା । କୋଇଲା ଏକେ ଜ୍ଵଳନ ପଦାର୍ଥ ଓ ଅଗନିର ପ୍ରତୀକ ହୋଇଥାଏ । ଏମିତି କରିଲେ ଘରକୁ ଦୁଃଖ ଆସିଥାଏ ।
5- ଝାଡୁ : ଶନିବାର ଦିନ ଭୁଲରେ ବି ଝାଡୁ କିଣି ଆଣନ୍ତୁ ନାହିଁ । ଯଦି ଆପଣ ଝାଡୁ ଅଜାଣତରେ ଶନିବାର ଦିନ ଆଣୁଛନ୍ତି ତେବେ ଅନେକ କ୍ଷତି ହୋଇଥାଏ । ଧନ ହାନି ହେବ ସହ ଦାରିଦ୍ରତା ବଢିଥାଏ ।
6- ରାଶି : ଶନିବାର ଦିନ କଦାପି ରାଶି କିଣି ଆଣନ୍ତୁ ନାହିଁ । ଏହା ଦ୍ଵାରା ବହୁତ କ୍ଷତି ହେବା ସହ ବିପଦ ମାଡି ଆସିଥାଏ । ଯଦି ଶନିଙ୍କ କୁ-ଦ୍ରୁଷ୍ଟି ପଡିଛି ତେବେ ଶନିବାର ଦିନ ରାଶି ଦାନ କରନ୍ତୁ ।
7- ଲୁଣ : ଶନିବାର ଦିନ ଭୁଲରେ ବି ଲୁଣ କିଣନ୍ତୁ ନାହିଁ । ଏହାଦ୍ବାରା ଘରକୁ ରୋଗ ଧୀରେ ଧୀରେ ଆସିଥାଏ ଓ ଖର୍ଚ୍ଚ ବଢିଥାଏ ।
8- କାଳୀ ବା କଳା ଜିନିଷ : ଶନିବାରରେ ଭୁଲରେ ବି କାଳୀ ବା କଳା ଜିନିଷ ଆଣନ୍ତୁ ନାହିଁ ।ଏହାଦ୍ବାରା ନିନ୍ଦା ଅପବାଦ ଲାଗିଥାଏ ।
ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।