ଶଙ୍ଖ ବଜାଇଲେ ଏହି ସବୁ ରୋଗ ହୋଇଯାଏ ଦୂର : ନିଶ୍ଚୟ ଜାଣି ରଖନ୍ତୁ ଏହି ୮ଟି ଫାଇଦା ବିଷୟରେ

ନମସ୍କାର ବନ୍ଧୁଗଣ । ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆପଣ ମାନେ ତ ଜାଣିଥିବେ ହିନ୍ଦୁଧର୍ମରେ ବହୁତ ଦେବା ଦେବୀ ଅଛନ୍ତି ଯାହାଙ୍କୁ ଆମେ ପୂଜାର୍ଚ୍ଚନା କରିଥାଉ । ଏହି ପୂଜାର ବିଧି ବିଧାନ ମଧ୍ୟ ଆପଣ ଜାଣି ହିଁ ଥିବେ । ଯେମିତିକି ପୂଜା କରିବା ସମୟରେ ଦୀପ, ଧୂପ, ଫୁଲ, ସହ ଘଣ୍ଟ ଘଣ୍ଟା ଓ ଶଙ୍ଖ ହୁଳହୁଳି ମଧ୍ୟ ନିତ୍ୟନ୍ତ ଅବଶ୍ୟକ ହୋଇଥାଏ । ଏହି ସବୁ ମଧ୍ୟରୁ ଶଙ୍ଖ ହେଉଛି ମୁଖ୍ୟ । ଶଙ୍ଖ ଧ୍ୱନି ବିନା କୌଣସି ବି ପୂଜା ସଂପୂର୍ଣ୍ଣ ହୁଏ ନାହିଁ ବୋଲି ମନାଯାଏ । ତେବେ ଏହି ଶଙ୍ଖ ବାଜିବା ଦ୍ଵାରା ଆମକୁ କି ଉପକାର ମିଳେ ଆଜି ସେହି ବିଷୟରେ ଆଲୋଚନା କରିବା । ବିଶ୍ବାସ ନ ହେଲେ ବି ଏହା ସତ୍ୟ ଯେ ଶଙ୍ଖ ବାଜିବା ଦ୍ଵାରା ଆମର ଅନେକ ଉପକାର ହୁଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଶଙ୍ଖ ବଜାଇଲେ ଏହି ସବୁ ରୋଗରୁ ମୁକ୍ତି ମିଳେ-

୧. ଶଙ୍ଖ ବଜାଇବା ଦ୍ଵାରା ଆମ ଶରୀରରେ କମ୍ପନ ସୃଷ୍ଟି ହୋଇଥାଏ ଯାହା ଫଳରେ ନିଷ୍କ୍ରିୟ ସମସ୍ତ ମାଂସପେଶୀ ଠିକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଦିଏ ।

୨. ଯେଉଁ ପିଲା ମାନେ ଠିକ ଭାବେ କଥା କହି ପାରୁ ନାହାନ୍ତି, ସେମାନେ ଶଙ୍ଖ ବଜାଇଲେ ସେମାନଙ୍କର ଉଚ୍ଚାରଣ ସ୍ପଷ୍ଟ ହେବାକୁ ଲାଗିବ ।

୩. ଦ୍ରୁଷ୍ଟି ଶକ୍ତି କମ ହୋଇଥିଲେ ପ୍ରତ୍ୟକ ଦିନ ଶଙ୍ଖ ନିଶ୍ଚୟ ବଜାନ୍ତୁ ଦେଖିବେ ଧୀରେ ଧୀରେ ଦ୍ରୁଷ୍ଟି ଶକ୍ତି ଠିକ ହେବାକୁ ଲାଗିବ ।

୪. ପ୍ରତ୍ୟକ ଦିନ ଶଙ୍ଖ ବଜାଇବା ଦ୍ଵାରା ଏହା ତ୍ଵଚାକୁ ସଙ୍କୁଚିତ ଓ ପ୍ରସାରିତ କରି ଥାଏ ଯାହା ଦ୍ଵାରା ତ୍ଵଚା ଉଜ୍ଵଳ ଦେଖାଯାଏ ।

୫ . ଏହା ଦ୍ଵାରା ଆପଣଙ୍କ ଭୋକାଲକର୍ଡର ବ୍ୟାୟମ ହୁଏ ଯାହା ସେହି ମାନଙ୍କୁ ସାହାଜ୍ଯ କରେ ଯେଉଁ ମାନଙ୍କ ପାଟି ଭଲଭାବେ ଖୋଲି ନଥାଏ ।

୬.  ନିୟମିତ ଶଙ୍ଖ ଫୁଙ୍କିବା ଦ୍ଵାରା ହୃଦଘାତ ହେବାର ଆଶଙ୍କା କମିଥାଏ ।

୭.  ପୁରା ରାତି ଶଙ୍ଖରେ ପାଣି ରଖି ସେହି ପାଣିକୁ ସକାଳୁ ମୁହଁରେ ଲଗାଇବା ଦ୍ଵାରା ତ୍ଵଚା ସମ୍ବନ୍ଧୀୟ ସମସ୍ତ ସମସ୍ଯା ଦୂର ହୋଇଥାଏ ।

୮. ଶଙ୍ଖ ଫୁଙ୍କିଲେ ମସ୍ତିସ୍କ ଠିକ ଭାବେ କାମ କରେ ଓ ସବୁ ଖରାପ ଚିନ୍ତା ଦୂର ହୋଇ ମସ୍ତିସ୍କକୁ ଆରାମ ମିଳେ ।

Leave a Reply

Your email address will not be published. Required fields are marked *