ସ୍ଵପ୍ନରେ ଦେବୀ ମାତାଙ୍କୁ ଦେଖିବାର ଅର୍ଥ କଣ? ନିଶ୍ଚୟ ଜାଣନ୍ତୁ ନଚେତ… Swapna Shastra

ଦୁନିଆରେ ଏମିତି କୌଣସି ମଣିଷ ନାହିଁ ଯିଏ ତାଙ୍କ ଜୀବନରେ କେବେ କୌଣସି ସ୍ଵପ୍ନ ଦେଖି ନଥିବେ । ତେବେ ଜୀବନରେ କିଛି ପାଇବାକୁ ହେଲେ ମଣିଷକୁ କଷ୍ଟ କରିବାକୁ ପଡିଥାଏ ଭଗବାନ ମଧ୍ୟ କହିଛନ୍ତି ଯେ କଷ୍ଟ କଲେ କୃଷ୍ଣ ମିଳିଥାନ୍ତି । ସମସ୍ତଙ୍କୁ ବହୁତ ଅଲଗା ଅଲଗା ସ୍ଵପ୍ନ ଆସିଥାଏ ତେବେ କୁହା ଯାଏ ଯେ ବ୍ରହ୍ମ ମୁହୂର୍ତରେ ସ୍ଵପ୍ନ ଦେଖିଲେ ତାହା ସତ ହୋଇଥାଏ । ତେବେ କିଛି ସ୍ଵପ୍ନ ଆମକୁ ଆମ ଜୀବନରେ ଆସୁଥିବା ଅସୁବିଧା ବିଷୟରେ ସଜାଗ କରିଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ସ୍ଵପ୍ନରେ ଦେବୀ ମାତାଙ୍କୁ ଦେଖିବା ଅର୍ଥ କଣ ଅଟେ ।

Image Courtesy: Google

୧. ଯଦି ମାତା ରାନୀ ଆପଣଙ୍କ ସ୍ଵପ୍ନରେ ନାଲି ଶାଢୀ ପିନ୍ଧି ମୁହଁରେ ହସ ନେଇ ଆସୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ବହୁତ ବଡ ଖୁସି ଆସିବାକୁ ଯାଉଛି । ତାହା ଚାକିରି, ପ୍ରେମ ବା ବିବାହ କିଛି ବି ହୋଇପାରେ । ଏହି ସମୟରେ ଆପଣଙ୍କୁ ଏମିତି କେହି ଦେଖା ହୋଇପାରେ ଯିଏ ନିଜ ଜୀବନରେ କେବଳ ଆପଣଙ୍କୁ ପ୍ରେମ କରିବ ଆପଣଙ୍କ ପାଇଁ ନିଜକୁ ବଦଳି ଦବ । ସମସ୍ତଙ୍କ ଜୀବନରେ ଏମିତିକା ସାଥି ନଥାଏ ସେଥିପାଇଁ ଏହି ଭଳି ପାର୍ଟନରକୁ ହାତ ଛଡା କରନ୍ତୁ ନାହିଁ ଓ ବିବାହ କରି ନବା ଉଚିତ ଅଟେ ।

Image Courtesy: Google

୨. ଯଦି ମାତା ଆପଣଙ୍କ ସ୍ଵପ୍ନରେ ବାଘ ଉପରେ ବସି ଆସନ୍ତି, ତେବେ ଏହାର ଅର୍ଥ ଆପଣଙ୍କ ଦୁର୍ଭାଗ୍ୟ ଦିନ ସମାପ୍ତ ହେଲା ଓ ଶୁଭ ସମୟ ଆସିଲା ଆପଣଙ୍କ ଜୀବନ ବହୁତ ବଡ ସମୟ ଆପଣଙ୍କ ସାମ୍ନାରେ ଅଛି ଏହାର ଲାଭ ପାଇ ଯାଅନ୍ତୁ ଆଉ ଏମିତିକା ସୁଯୋଗ ପ୍ରାପ୍ତ କରି ପାରିବେ ନାହିଁ । ଯଦି ଆପଣଙ୍କୁ କୌଣସି ବ୍ୟବସାୟ କରିବାର ଅଛି ବା ଅନ୍ୟ କୌଣସି କାମ ତେବେ ଏବେ ସମୟ ଅଛି କରନ୍ତୁ ଦେଖିବେ ଆପଣଙ୍କୁ ବହୁତ ଲାଭ ପ୍ରାପ୍ତି ହବ ଓ ମାତାଙ୍କ ସିନ୍ଦୁର ପୂଜାରେ ନିଶ୍ଚିନ୍ତ ରଖନ୍ତୁ ।

Image Courtesy: Google

୩. ଯଦି ଆପଣଙ୍କୁ ମାତାରାନୀ କାଳୀଙ୍କ ରୂପରେ ଦେଖା ଯାନ୍ତି, ତେବେ ବୁଝି ଯାଅନ୍ତୁ ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଛି ଆପଣଙ୍କୁ ସଜାଗ ରହିବା ଉଚିତ ଓ ଆପଣଙ୍କୁ ଧାର୍ମିକ କାର୍ଜୀରେ ମନ ଦବା ଉଚିତ ଅଟେ । ଯଦି ଆପଣଙ୍କୁ ଏମିତିକା ସ୍ଵପ୍ନ ଆସିଛି ବା ବାରମ୍ବାର ଆସୁଛି ତେବେ ଆପଣ କିଛି ଭୁଲ କରିଛନ୍ତି ଓ ତାହା କଣ ସେ କେବଳ ଆପଣ ଜାଣିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *