ଆପଣଙ୍କ ଶରୀର ଦେଇଥାଏ ସଂକେତ ଭବିଷ୍ୟତରେ ହେବାକୁ ଥିବା ଘଟଣା ବିଷୟରେ- ନିଶ୍ଚୟ ଜାଣନ୍ତୁ ଏହା ବିଷୟରେ

ଏମିତି ଆସନ୍ତା ଘଟଣାମାନ ଓ ଭବିଷ୍ୟ ବିଷୟରେ ଅନ୍ଦାଜ କରିବା ସହଜ ନୁହେଁ। କିନ୍ତୁ ବେଳେ ବେଳେ ପ୍ରକୃତି ଆମକୁ ନିଜ ଭବିଷ୍ୟ ବିଷୟରେ ସଂକେତ ଦେଇଥାଏ। ପ୍ରକୃତିର ସମସ୍ତ ଘଟକ ପରସ୍ପର ସହିତ ସମ୍ବନ୍ଧିତ ଥାଏ, ଏହା ମଧ୍ୟରୁ ମାନବ ଶରୀର ମଧ୍ୟ ଅଟେ। ଏମିତି କି ମାନବ ଶରୀରରେ ଭବିଷ୍ୟ ସମ୍ବନ୍ଧିତ ଘଟଣା ପ୍ରତି ସଂବେଦନଶୀଳତା ଏକ ପ୍ରକୃତି ପ୍ରଦ୍ଦତ କ୍ଷମତା ଥାଏ। ଆମ ଶରୀରରେ କେତେ ପ୍ରକାର ବ୍ୟବହାର ହୁଏ, ଯାହା ଆସନ୍ତା ଘଟଣାମାନ ବିଷୟରେ ସଂକେତ ଦେଇଥାଏ। ଏହିପରି ଶରୀରରେ ଏକ ପ୍ରକୃତି ଫଡକିବା।

ଆପଣ ଅନ୍ଦାଜ କରିଥିବେ ଯେ ଶରୀରର କୌଣସି ଅଙ୍ଗ ବେଳେ ବେଳେ ଫଡକି ଥାଏ, ସେତେବେଳେ ଚିନ୍ତା କରନ୍ତି ଯେ କାହିଁକି ଏମିତି କାହିଁକି ହେଉଛି, ତେବେ ବାସ୍ତବରେ ଏହା ଭବିଷ୍ୟର ଘଟଣାମାନର ସଂକେତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶରୀରର କୌଣସି ଅଙ୍ଗ ଫଡକିଲେ ତାର ଅର୍ଥ କଣ ହୋଇଥାଏ। ଭବିଷ୍ୟ ବିଷୟରେ ଜାଣିବା ପାଇଁ ଜ୍ୟୋତିଷ ବିଦ୍ୟା ଓ ଶାସ୍ତ୍ରରେ କେତେ ପ୍ରକାର ଉପାୟ କୁହାଯାଇଛି। ସମୁଦ୍ରଶାସ୍ତ୍ରରେ ମାନବ ଶରୀର ଦ୍ଵାରା ଭବିଷ୍ୟ ବିଷୟରେ ଜାଣିବା ବିଦ୍ୟା କୁହାଯାଇଛି ଏବଂ ଏହାର ଆଧାର ଉପରେ ଶରୀରର ଅଙ୍ଗ ଫଡକିବା ଅଭିପ୍ରାୟ କୁହାଯାଇଛି।

ପୁରୁଷ ଓ ସ୍ତ୍ରୀ ଙ୍କ ଅଙ୍ଗ ଫଡକିବା ଅଲଗା ଅଲଗା ଅଭିପ୍ରାୟ

ସମୁଦ୍ରଶାସ୍ତ୍ରରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଯେବେ ପୁରୁଷ ଶରୀରର ବାମ ପଟର କୌଣସି ଅଙ୍ଗ ଫଡକିଥାଏ ତେବେ ଏହା ଅଶୁଭ ସଂକେତ ହୁଏ, ଅର୍ଥ ଭବିଷୟରେ କୌଣସି ଦୁଃଖ ଘଟଣା ଭୋଗିବାକୁ ହେବ, କିନ୍ତୁ ଏହା ଦକ୍ଷିଣ ପଟର କୌଣସି ଅଙ୍ଗ ଫଡକିଥାଏ ତେବେ ଏହା ଶୁଭ ଘଟଣା ବୋଲି କୁହାଯାଏ। ସ୍ତ୍ରୀଙ୍କ ମାମଲାରେ ଏହାର ବିପରୀତ ହୋଇଥାଏ, ସ୍ତ୍ରୀଙ୍କ ବାମ ପଟର ଅଙ୍ଗ ଫଡକିଲେ ଶୁଭ ଓ ଦକ୍ଷିଣ ପଟର ଅଙ୍ଗ ଫଡକିଲେ ଅଶୁଭ ବୋଲି କୁହାଯାଏ ।

ମୁଣ୍ଡ  ଫଡକିଲେ ବା ହଲଚଲ ହେଲେ

ଯଦି କୌଣସି ବ୍ୟକ୍ତିର ମୁଣ୍ଡ ବା ମଥା ଫଡକିଲେ ବା ହଲଚଲ ହେଲେ ଏହା ଭବିଷୟରେ ତାର ଭୌତିକ ସୁଖ ପ୍ରାପ୍ତି ହେବ ଓ କାନ ପାଖରେ ଫଡକିଲେ ଧନ ଲାଭ ହେବାର ସଂକେତ ଦେଇଥାଏ ।

ଆଖି ଫଡକିବା ଅର୍ଥ

ସମୁଦ୍ରଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତିର ଦକ୍ଷିଣ ପଟ ଆଖି ଫଡକିଥାଏ ତେବେ ମନରେ ଥିବା ଇଛା ପୂରଣ ହୁଏ। ବ୍ୟକ୍ତିର ବାମ ପଟ ଆଖି ଫଡକିଥାଏ ତେବେ କୌଣସି ଶୁଭ ଖବର ମିଳିଥାଏ।

ଯଦି କାହାର ଦକ୍ଷିଣ ପଟ ଆଖି ବହୁତ ଦିନ ପର୍ଯ୍ୟନ୍ତ ଫଡକିଥାଏ ତେବେ ବଡ ରୋଗ ହେବାର ସଂକେତ ଦେଇଥାଏ।

ଗାଲରେ ଫଡକିଲେ ବା ହଲଚଲ ହେଲେ

ସମୁଦ୍ରଶାସ୍ତ୍ର ଅନୁସାରେ ବ୍ୟକ୍ତିର ଦୁଇଟି ଗାଲ ଏକତ୍ର ଫଡକି ଥାଏ ତେବେ ଧନ ଲାଭ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

ଓଠ ଫଡକିଲେ

ଯଦି ଓଠ ଫଡକି ଥାଏ ତେବେ ଏହା ଜୀବନରେ ପ୍ରେମସମ୍ବନ୍ଧ ଓ ସାଙ୍ଗ ସାଥୀ ସମ୍ପର୍କ ବୃଦ୍ଧି ହେବାର ସଂକେତ ଅଟେ। ଅର୍ଥ ଆପଣଙ୍କ ଜୀବନରେ ନୂତନ ସାଙ୍ଗ ସାଥୀଙ୍କ ମିଳନ ହେବ।

କାନ୍ଧ ଫଡକିଲେ

ସମୁଦ୍ରଶାସ୍ତ୍ର ଅନୁସାରେ ବ୍ୟକ୍ତିର ଡାହାଣ ପଟ କାନ୍ଧ ଫଡକି ଥାଏ ତେବେ ଧନ ଲାଭ ହେବାର ସଂକେତ ଦିଏ। ବ୍ୟକ୍ତିର ବାମ ପଟ କାନ୍ଧ ଫଡକି ଥାଏ ତେବେ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଯଦି ଦୁଇଟି କାନ୍ଧ ଏକତ୍ର ଫଡକି ଥାଏ ତେବେ ହେବାକୁ ଥିବା ବିବାଦର ସୂଚକ ଅଟେ ଯାହା କାହା ସହିତ ବଡ ଝଗଡା ହେବାର ସଂକେତ ଦେଇଥାଏ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *