ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଚମତ୍କାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ଓଲିଉଡ ଜଗତରେ ଆରମ୍ଭ ହୋଇ ଯାଇଛି ବିବାହର ସିଜିନ । ଟିଭି ପରଦାରେ ଅଭିନୟ କରୁଥିବା କଳାକାର ମାନେ ଏବେ ରିୟଲ ଲାଇଫ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି ଯେଉଁ ଖାସ କଳାକାର ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏବେ ଏବେ ବିବାହ କରିଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଅନେକ ସାରା ସିରିଏଲ ରେ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି । ପ୍ରେରଣା ଅନେକ ରିୟାଲିଟି ସୋ ରେ ଆଙ୍କରିଙ୍ଗ କରିବାର ନଜର ଆସିଥାନ୍ତି । ତେବେ ଦୁହେଁ ଶୁଟିଙ୍ଗ ସେଟ ରୁ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଙ୍କର ବିଆବାହ ଖୁବ ଧୂମ ଧାମ ରେ ଶେଷ ହୋଇଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି ।
ତେବେ ପ୍ରେରଣା ନିଜ ଶାଶୁଘରକୁ ଯାଇ ସାରିଛନ୍ତି ଆଉ ବେଶ ହସ ଖୁସି ରେ ଥିବାର ମଧ୍ୟ ନଜର ଆସୁଛନ୍ତି । ବର୍ତ୍ତମାନ ପ୍ରେରଣା ଙ୍କୁ ନେଇ ଆଉ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଭାଇରାଲ ହୋଇଥିବା ଏହି ଭିଡିଓ ରେ ପ୍ରେରଣା ନିଜ ଶାଶୁଘରେ ନଣନ୍ଦ ମାନଙ୍କ ସହ କିପରି ଟାଇମ ସ୍ପେନ୍ଡ କରୁଛନ୍ତି ତାହା ଦୃଶ୍ୟମାନ ହେଉଛି । ପ୍ରେରଣା ନିଜ ନଣନ୍ଦ ମାନଙ୍କ ସହ ବହୁତ ସାରା ମଜା ମସ୍ତି କରୁଛନ୍ତି ଆଉ ସେମାନଙ୍କ ସହ ଭଲ ମନ୍ଦ କଥା ମଧ୍ୟ ହେଉଛନ୍ତି ।
ସେ ଅନେକ ସାରା ସେଲଫି ମଧ୍ୟ ଉଠାଇଛନ୍ତି ନିଜ ନଣନ୍ଦ ମାନଙ୍କ ସହ ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହୋଇଛି । ପ୍ରେରଣା ନିଜ ବାପା ଘର ଛାଡି ଶାଶୁଘରକୁ ଯାଇଛନ୍ତି ଆଉ ସେଠାରେ ଏକ ନୂଆ ପରିବାର ପାଇଛନ୍ତି କହିଲେ କିଛି ଭୁଲ ହେବ ନାହି । ସେ ନିଜ ନଣନ୍ଦ ମାନଙ୍କ ସହ ଭଉଣୀ ଭଳି ବ୍ୟବହାର କରୁଛନ୍ତି ଆଉ ବହୁତ ସାରା ଖଟି ମଧ୍ୟ କରୁଛନ୍ତି ।
ବିବାହ ସାରିବା ପରେ ଅଶ୍ଵିନୀ ଙ୍କ ପରିବାର ସହ ସମ୍ପର୍କୀୟ ମାନେ ତାଙ୍କ ଘରେ ଅଛନ୍ତି ଆଉ ସେମାନଙ୍କ ସହ ଅଧିକରୁ ଅଧିକ ସମୟ କାଟୁଛନ୍ତି ପ୍ରେରଣା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ପ୍ରେରଣା କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।