ଏହି ମହିଳା ୧୭ ଦିନରେ କମେଇଲେ ୩୫ ଲକ୍ଷ ଟଙ୍କା, ଜାଣନ୍ତୁ କଣ କରୁଥିଲେ କାମ

ବର୍ତ୍ତମାନ ସମୟରେ ପଇସା କମେଇବାକୁ କାହାକୁ ଭଲ ନଲାଗେ । ସମସ୍ତେ ଚାହାନ୍ତି କିପରି ସହଜ ଓ ସରଳ ଉପାୟରେ ପଇସା କମେଇପାରିବେ । ଯେହେତୁ ସରକାରୀ ଚାକିରି କରିବା ସମସ୍ତଙ୍କ ପକ୍ଷରେ ସହଜ ହେଉନାହିଁ ସେଥିପାଇଁ ଲୋକମାନେ ଏବେ ଇନ୍ଟରନେଟକୁ ରୋଜଗାରର ପନ୍ଥା ବନେଇ ସାରିଛନ୍ତି । ଏହି ଇନ୍ଟରନେଟ ସାହାଯ୍ୟରେ କିଛି ଲୋକ ଅସାମାଜିକ କାର୍ଯ୍ୟ କରି ମଧ୍ୟ ପଇସା କମେଇ ପାରୁଛନ୍ତି ।

ଏମିତିକି ପରେ ଏହି କାର୍ଯ୍ୟ ପାଇଁ ଦୋଷୀ ପ୍ରମାଣିତ ହୋଇ ଜେଲ ମଧ୍ୟ ଯାଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ନିକଟରେ ଜଣା ପଡିଛି ଯେ, ଜଣେ ମହିଳା ୧୭ ଦିନରେ ପାଖାପାଖି ୩୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି, କିନ୍ତୁ ଯେତେବେଳେ ତାଙ୍କର ସ୍ଵାମୀଙ୍କୁ ତାଙ୍କର ରୋଜଗାର କରିବାର ପଦ୍ଧତି ଜଣାପଡିଲା ସେ ଆଶ୍ଚର୍ଯ୍ୟ ହେଇଗଲେ । ଏମିତିକି ମହିଳାଙ୍କୁ ଏଥିପାଇଁ ଜେଲ ଯିବାକୁ ପଡିଲା । ଏହି ମହିଳାଙ୍କ ଉପରେ ଦୋଷ ଲାଗିଲା ଯେ ସେ ସୋସିଆଲ ମିଡିଆରେ ଗୋଟେ ଅସଫଳ ବିବାହର ଶିକାର ହୋଇଛନ୍ତି ବୋଲି କହିଛନ୍ତି ।

ସେ ନିଜ ସନ୍ତାନର ରକ୍ଷଣା ବେକ୍ଷଣ ପାଇଁ ଲୋକଙ୍କଠୁ ସାହାଯ୍ୟ ନେବା ଆରମ୍ଭ କରିଦେଲା ଏବଂ ୧୭ ଦିନରେ ପାଖାପାଖି ୩୫ ଲକ୍ଷ ରୋଜଗାର କରିଦେଲା । ଦୁବାଇ ପୁଲିସ ଅଧିକାରୀଙ୍କ ମତରେ ମହିଳା ଜଣକ ପଇସା କମେଇବା ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ବିଟରରେ ଲୋକଙ୍କୁ ସାହାଯ୍ୟ ମାଗିଲା । ସେ ପ୍ରଥମେ ସବୁ ସୋସିଆଲ ମିଡିଆ ମଞ୍ଚରେ ନିଜର ଖାତା ଖୋଲିଲା ଏବଂ ପରେ ନିଜର ଛୁଆର ଫୋଟୋ ଦେଖାଇ ସେମାନଙ୍କର ରକ୍ଷଣାବେକ୍ଷଣା ପାଇଁ ଲୋକଙ୍କୁ ପଇସା ମାଗିଲା । ଏହା ପରେ ଲୋକମାନେ ମଧ୍ୟ ତାହାର ସାହାଯ୍ୟ କରିବା ଆରମ୍ଭ କରିଦେଲେ ।

ମିଳିଥିବା ଖବର ଅନୁସାରେ ମହିଳାର ସ୍ଵାମୀଙ୍କୁ ତାଙ୍କର କିଛି ସାଙ୍ଗ ଓ ସମ୍ପର୍କୀୟ ମାନେ ଏହି ବିଷୟରେ ଅବଗତ କରାଇଲେ । ଏହାପରେ ମହିଳାର ସ୍ଵାମୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ସେ ମହିଳାକୁ ହାଜତକୁ ନେଇଛି ।

Leave a Reply

Your email address will not be published. Required fields are marked *