ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚୟ ଜାଣିଥିବେ । ଦ୍ରୌପଦୀ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦୁଇ ଦିନିଆ ଓଡିଶା ଗସ୍ତରେ ଅଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆପଣ ମାନେ ଜାଣିଥିବେ ସେ ହାଉଛନ୍ତି ଓଡିଶାର ଝିଅ ଓଡିଆ ମାଟିର ଝିଅ ମୟୂରଭଞ୍ଜର ଝିଅ । ତେବେ ରାଜଧାନୀ କ୍ୟାପିଟାଲ ଗାର୍ଲ୍ସ ସ୍କୁଲରେ ସେ ଆତମା ଠାରୁ ଏକାଦଶ ଯାଏଁ ପଢୁଥିଲେ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ଜୀବନରେ ବହୁତ କଷ୍ଟ ଏବଂ ସଂଘର୍ଷ କରିଛନ୍ତି ।
ସେ ନିଜ ସ୍ଵାମୀ ଆଉ ଦୁଇ ପୁଅଙ୍କୁ ହରାଇଛନ୍ତି ଆଉ ନିଜ ଜୀବନରେ ବହୁତ ଦୁଃଖ କଷ୍ଟ ସହିଛନ୍ତି । ସେ ରାଷ୍ଟ୍ରପତି ହେବା ପରେ ନିଜର ଦାୟିତ୍ଵ ବହୁତ ଭଲ ଭାବେ ନିଭାଉଛନ୍ତି । ଦ୍ରୌପଦୀ ଆଜି ଓଡିଶା ଆସିଥିଲେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।ଏବେ ଦ୍ରୌପଦୀ ମୁର୍ମୁଙ୍କର ଜଣେ ସାଙ୍ଗ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ସେ କହିଛନ୍ତି “ମୋ ନାଁ ସ୍ଵାତି ମହାନ୍ତି ସେ ମୋତେ ଭଲ ଭାବରେ ଚିହ୍ନି ଛନ୍ତି ସେ ଯେତେବେଳେ ଝାଡ଼ଖଣ୍ଡରେ ଗଭର୍ନର ଥିଲେ ଆମକୁ ଡାକି ଥିଲେ ଆମେ ଯାଇଥିଲୁ । ତା ପରେ ରାଜଭବନ ଭୁବନେଶ୍ଵର ଆସି ଆମକୁ ଡ଼ାକିଥିଲେ ଆମେ ଯାଇଥିଲୁ । ଆଉ ତାଙ୍କ ସହ ଦେଖା କରିଥିଲି । ହେଲେ ଏବେ ରାଷ୍ଟ୍ରପତି ହେବା ପରେ ଆମର ଦେଖା ହେଇନି ପ୍ରଥମ ଥର ଦେଖା ହେବ । ଆମେ ଏତେ ଖୁସି ଯେ ଖାଉନୁ ପିଉନୁ ସୋଇନୁ । ତାଙ୍କ ସହ ଛୋଟ ବେଳେ ଅନେକ ସ୍ମୃତି ରହିଛି ।
ସେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ମୁଁ କ୍ଳାସରେ ମନିଟର ଥିଲି ମୁଁ ତାଙ୍କୁ ବେଞ୍ଚରେ ଠିଆ କରେଇ ଦେଉଥିଲି” । ଆଉ ସେ ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ନିଜ ପିଲା ଦିନର ସାଙ୍ଗ ମାନଙ୍କୁ ଦେଖା କରିବାକୁ ଆସିବେ । ଆଉ ତାଙ୍କ ପିଲା ଦିନର ସାଙ୍ଗ ମାନେ ବି ତାଙ୍କ ସହ ସାକ୍ଷାତ କରିବାକୁ ଚାହିଁ ରହିଛନ୍ତି । ତାଙ୍କ ସାଙ୍ଗ ମାନେ ତାଙ୍କୁ ଦେଖା କରିବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଛନ୍ତି । କେହି କହୁଛନ୍ତି ଅନେକ ଦିନ ହେବ ତାଙ୍କ ସହ ଦେଖା ହୋଇ ନାହି ଆମର ।
କାରଣ କଲେଜ ପରେ ଆମେ ଅଲଗା ହୋଇ ଯାଇଥିଲି । ଏନ୍ସିସୀ କ୍ୟାମ୍ପରେ ଦ୍ରୌପଦୀ ବହୁତ ଭଲ ଗୀତ ଗାଉଥିଲେ ଯାହା ତାଙ୍କ ସାଙ୍ଗ କହିଛନ୍ତି ଆଉ ସେ କଲିକତାରୁ ଭେଟିବା ପାଇଁ ଆସିଛନ୍ତି । ଡାଇମଣ୍ଡ ଯୁବଲିରେ ଦ୍ରୌପଦୀଙ୍କ ବନ୍ଧୁ ତାଙ୍କ ସହ ଶେଷ ଥର ଦେଖା କରିଥିଲେ ଆଉ ଆଜି ପୁଣି ରାଷ୍ଟ୍ରପତି ହେବା ପରେ ଭେଟିବାକୁ ଯାଉଛନ୍ତି । ଆଜି ସେହି ସ୍କୁଲରେ ସାଙ୍ଗ ମାନେ ଏକାଠି ହେବେ ଆଉ ଦେଖା କରିବେ ଆଉ ସେହି ମୂହୁର୍ତ୍ତକୁ ବିତାଇବେ ଦ୍ରୌପଦୀଙ୍କ ସହ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।