ସ୍କୁଲ ବସର ରଙ୍ଗ ସବୁବେଳେ ହଳଦିଆ ହେବା ପଛରେ ଲୁଚି ରହିଛି ଏକ ବଡ କାରଣ- ନିଶ୍ଚୟ ଜାଣନ୍ତୁ

ଆପଣମାନେ ତ  ସ୍କୁଲ ବସ ଦେଖିଥିବେ । ସ୍କୁଲ ବସ ଦେଖିବା ପରେ ମନରେ ଏହି ପ୍ରଶ୍ନ ଆସେ କି ସବୁ ସ୍କୁଲ ବସର ରଙ୍ଗ ହଳଦିଆ କଣ ପାଇଁ ହୋଇଥାଏ, ଏହା ପଛରେ କଣ କାରଣ ରହିଛି । ସବୁ ରଙ୍ଗର ଅଲଗା ଅଲଗା ମହତ୍ଵ ରହିଛି ଯେମିତି ଟ୍ରାଫିକ ଲାଇଟରେ ୩ଟି ଅଲଗା ଅଲଗା ରଙ୍ଗ ଅଛି । ଆଜି ଆମେ ଆପଣଙ୍କୁ ସ୍କୁଲ ବସ ଗୁଡିକ ହଳଦିଆ କଣ ପାଇଁ ହୋଇଥାଏ କହିବୁ ।

ସ୍କୁଲ ବସ କଣ ପାଇଁ ହୋଇଥାଏ ହଳଦିଆ ରଙ୍ଗର ?

ଆପଣ ମାନେ ସବୁ ଜାଣିଥିବେ ଲାଲ ରଙ୍ଗ ବିପଦର ପ୍ରତୀକ ଅଟେ ଯାହାକୁ ଦୂରରୁ ଦେଖିଲା ପରେ ଲୋକମାନେ ବୁଝିଯାନ୍ତି କି ଏହା ଅଲଗା ପ୍ରକାରର ବାହନ । ଏହା ଶୁଣିବା ପରେ ଆପଣ ମନରେ ପ୍ରଶ୍ନ ନିଶ୍ଚୟ ଆସିଥିବ କି ଲାଲ ରଙ୍ଗ ଯଦି ଏତେ ପ୍ରଭାବଶାଳି ତେବେ ସ୍କୁଲ ବସ ଲାଲ ରଙ୍ଗର କଣ ପାଇଁ ହୋଇନଥାଏ ?

ଏହି ବିଷୟ ଉପରେ ବହୁତ ସର୍ୱେ ହୋଇସାରିଛି ଏବଂ ଯାହାର ଫଳ ଏହା ବାହାରିଛି କି ହଳଦିଆ ରଙ୍ଗ ଲୋକମାନଙ୍କୁ ବହୁତ ଜଳଦି ଆକର୍ଷିତ କରିଥାଏ । ଯାହାଦ୍ୱାରା ପିଲାଙ୍କୁ ଅଧିକ ବିପଦ ରହିନଥାଏ ଓ ହଳଦିଆ ରଙ୍ଗ ବାହନ ହୋଇଥିବାରୁ ଲୋକମାନେ ବହୁତ ଜଲଦି ଏହାକୁ ସାଇଡ ଦେଇଦିଅନ୍ତି ।

ଆହୁରି ମଧ୍ୟ ଏହି ରଙ୍ଗ ଦୂରରୁ ଦେଖାଯାଏ । ଏହି ରଙ୍ଗର କିଛି ଅଲଗା ହିଁ ଖାସିଅତ ଅଛି । ସ୍କୁଲ ବସର ଏହି ରଙ୍ଗକୁ ନେଶନଲ ସ୍କୂଲ ବସ କ୍ରୋମ ୟୋଲୋ ମଧ୍ୟ କୁହନ୍ତି । ଏହା ବ୍ଯତୀତ ସ୍କୁଲ ବସର ରଙ୍ଗ ହଳଦିଆ ଏଥିପାଇଁ ହୋଇଥାଏ କାରଣ ହଳଦିଆ ରଙ୍ଗ ଦ୍ଵାରା ବର୍ଷା ଓ କାକର ବହୁତ ସହଜରେ ଦେଖାଯାଇଥାଏ ।

ବୈଜ୍ଞାନିକ କାରଣ

ବୈଜ୍ଞାନିକଙ୍କ ମତରେ ହଳଦିଆ ରଙ୍ଗ lateral peripheral vision ଲାଲ ରଙ୍ଗର ତୁଲନା ରେ ୧.୨୪ ଗୁଣା ଅଧିକ ହୋଇଥାଏ । ଏହାର ମାନେ ଅନ୍ୟ ରଙ୍ଗ ତୁଳନାରେ ହଳଦିଆ ରଙ୍ଗ ୧.୨୪ ଗୁଣା ଅଧିକ ଆକର୍ଷିତ ହୋଇଥାଏ ଏବଂ ଅନ୍ୟ ରଙ୍ଗ ତୁଳନାରେ ଏହି ରଙ୍ଗ ଆମକୁ ବହୁତ ଜଳଦି ଦେଖାଯାଏ । ସେଥିପାଇଁ ସ୍କୁଲ ବସରେ ହଳଦିଆ ରଙ୍ଗ ପ୍ରେଣ୍ଟ କରାଯାଏ ଯାହାଦ୍ଵାରା ହାଇୱେ କିମ୍ବା ସଡକରେ ଦୁର୍ଘଟଣା ହେବାର କମ ସମ୍ଭାବନା ଅଛି ।

ପୋଷ୍ଟଟି ଭଲ ଲାଗିଲେ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *