ଶନି ଚଳନ କୁମ୍ଭ ରାଶିକୁ, ଏହି 5ଟି ରାଶିରେ ଧନର ବର୍ଷା- Saturn Transit 2023

ବନ୍ଧୁଗଣ ଦୀର୍ଘ ୩୦ ବର୍ଷ ପରେ ଏହି ବର୍ଷ ୨୦୨୩ ଆରମ୍ଭରୁ ଗ୍ରହ ନକ୍ଷତ୍ରରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତା ଜାନୁଆରୀ ୧୭ରେ ଶନିଦେବ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ଗୋଚର କରିବେ । ଶନିଦେବ କୁମ୍ଭ ରାଶିକୁ ୩୦ ବର୍ଷ ପରେ ଗୋଚର କରିବେ । ଏହି ଗୋଚର ଅତ୍ୟନ୍ତ ପ୍ରଭାବଶାଳି ହେବ । ଶନିଦେବ କୁମ୍ଭ ରାଶିରେ ଅଢେଇ ବର୍ଷ ଯାଏଁ ରହିବେ ।

ଯାହା ଫଳରେ ରାଜନୀତି, ଜନଜୀବନ, ଅର୍ଥ ବ୍ୟବସାୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆଉ କିଛି ରାଶିଙ୍କ ଜୀବନରେ ଉଚ୍ଚ ନିଚ୍ଚର ସ୍ଥିତି ଓ ବିଶେଷ ଫଳ ନେଇକି ଆସୁଛି ଆସନ୍ତୁ ଜାଣିବା । ବୃଷ ରାଶି : ଶନିଦେବ ଆପଣଙ୍କ ରାଶିରେ ଦଶମ ଘରେ ଗୋଚର କରିବେ । କାର୍ଯ୍ୟ କରିବା ପାଇଁ ନୂଆ ନୂଆ ସୁଯୋଗ ପ୍ରାପ୍ତ ହେବ । ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ଆରମ୍ଭ ହେବ ।

ଏହି ରାଶି ମାନେ ନୂତନ ବନ୍ଧୁ ବନାଇବେ । ଏହି ବନ୍ଧୁ ମାନଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଆସନ୍ତା ସମୟରେ ଧନ ସମ୍ପତିରେ ବୃଦ୍ଧି ହେବ ।

ତୁଳା ରାଶି : ଦୀର୍ଘ 30 ବର୍ଷ ପରେ ଶନିଦେବ ଆପଣଙ୍କର ପଞ୍ଚମ ଭାବରେ ଗୋଚର କରିବେ । ଆପଣଙ୍କର ଦୀର୍ଘ ଦିନ ହେଲା ବିବାହ ହେଉ ନ ଥିଲେ ବା ବିବାହରେ ହେଉଥିବା ସମସ୍ଯା ଦୂର ହେବାର ସମ୍ଭାବନା ଅଛି । କିନ୍ତୁ 22 ଏପ୍ରିଲକୁ ଯେବେ ବୃହସ୍ପତି ଆପଣଙ୍କ ସପ୍ତମ  ଘରେ ଗୋଚର କରିବେ ସେତେବେକେ ସମୟ ଆହୁରି ଶୁଭ ସାବ୍ୟସ୍ତ ହେବ । ଦୀର୍ଘ ଦିନର କୌଣସି ଇଚ୍ଛା ପୂରଣ ହେବ । ଧନ ଲାଭ ହେବ ।

ଧନୁ ରାଶି : ଧନୁ ରାଶିର ସାଢେଷାତି ସମାପ୍ତି ହୋଇଯିବ । କାରଣ ଶନିଦେବଙ୍କ ସାଢେଷାତି ସମାପ୍ତି ହୋଇଯିବ । ତୃତୀୟ ଘରେ ଏହି ରାଶିରେ ଶନି ଗୋଚର କରିବେ । ଏମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ସମସ୍ଯା ଦୂର ହେବ । ଭାଗ୍ଯର ସହଯୋଗ ପ୍ରାପ୍ତ ହେବ । ଅଚାନକ କୌଣସି ଖୁସି ଖବର ପ୍ରାପ୍ତ ହେବ । ଭାଗ୍ଯର ସହଯୋଗରେ ପ୍ରଗତି ଆଡକୁ ଅଗ୍ରସର ହେବେ ।

ମକର ରାଶି : ମକର ରାଶିର ଅନ୍ତିମ ଚରଣ  ଆରମ୍ଭ ହୋଇଯିବ । ଶନିଦେବ ବହୁତ ଶୁଭ ଫଳ ପ୍ରଦାନ କରିବେ ଅନ୍ତିମ ଚରଣରେ । ଭାଗ୍ୟ ବଳରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଯେ କୌଣସି ନୂତନ କାମ ଆରମ୍ଭ କରିବେ ସେଥିରେ ଉନ୍ନତି ପ୍ରାପ୍ତ ହେବ । ଏହି ରାଶି ବ୍ୟକ୍ତିନୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହି । ଜୀବନରେ ସୁଖ ଶାନ୍ତି ପ୍ରତିଷ୍ଠା ହେବ ।

କୁମ୍ଭ ରାଶି : କୁମ୍ଭ ରାଶିରେ ଶନିଦେବ ରାଜଯୋଜ ବନାଇବେ । ଶନିଦେବ ଆପଣଙ୍କର ଲଗ୍ନ ଭାବରେ ବସିବେ । 30 ବର୍ଷ ପରେ ଏଭଳି ରାଜଯୋଗ ବନୁଅଛି । ଆପଣ ସମ୍ପତି ବା ବାହନ କିଣିବାକୁ ଚାହୁଁ ଥିଲେ ନିଶ୍ଚୟ କିଣିବେ । କରଜକୁ ନେଇ ସମସ୍ୟାରେ ଥିଲେ ତାହା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *