ପରିଶ୍ରମ କରି ବି ସଫଳତା ମିଳୁ ନାହିଁ ? ତେବେ କରନ୍ତୁ ଶନିଦେବଙ୍କର ଏହି ଖାସ ଉପାୟ- ହେବ ଧନର ବର୍ଷା, ଥରେ କରିକି ଦେଖନ୍ତୁ

ଆଜିକାଲି ମହଙ୍ଗା ଯୁଗରେ କମ୍ ଟଙ୍କାରେ ଘର ପରିବାର ଚଳେଇବା ବହୁତ ମୁସ୍କିଲ ଅଟେ। ଆର୍ଥିକସ୍ଥିତିକୁ ସୁଧାର ଆଣିବା ପାଇଁ ଦିନ ରାତି ପରିଶ୍ରମ କରିବାକୁ ପଡେ। କିଛି ଲୋକଙ୍କର ଏତେ ଖରାପ ଭାଗ୍ୟ ଯେ ଯେତେ ପରିଶ୍ରମ କଲେ ମଧ୍ୟ ପାରିଶ୍ରମିକତା ଅନୁଯାଇ ଫଳ ମିଳେ ନାହିଁ। କିନ୍ତୁ ଯାହାର ଭଲ ଭାଗ୍ୟ ସେ କମ୍ ପରିଶ୍ରମ କରି ମଧ୍ୟ ଅଧିକ ଟଙ୍କା ପାଇଥାଏ। ଯଦି ଆପଣଙ୍କର ପାରିଶ୍ରମିକତା ଅନୁଯାଇ ଫଳ ପାଉନାହାନ୍ତି ତେବେ ଦିଆଯାଇଥିବା ଶନିଦେବଙ୍କ ଉପାୟକୁ ଉପଯୋଗ କଲେ ଧନ ଆଗମନ ହୋଇପାରିବ।

କହିବାକୁ ଗଲେ ଧନ ସମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ଧନଦେବୀ ମାତା ଲକ୍ଷ୍ମୀଙ୍କୁ ପୂଜା ଆରାଧନା କରିଥାଉ। ଅଶୁଭ ଗ୍ରହଙ୍କ ଦୃଷ୍ଟି ଓ ନିଜ ଦୁର୍ଭାଗ୍ୟକୁ ଦୂର କରିବା ପାଇଁ ସର୍ବ ପ୍ରଥମେ ଶନିଦେବଙ୍କୁ ପୂଜା କରି ପ୍ରସନ୍ନ କଲେ ପାରିଶ୍ରମିକତା ଅନୁଯାଇ ଧନ ବୃଦ୍ଧି କରିପାରିବେ। ଆସନ୍ତୁ ଜାଣିବା ଶନିଦେବଙ୍କ କେଉଁ ଉପାୟ କରିବାକୁ ହେବ।

ଧନ ଆଗମନ ପାଇଁ  ଶନିଦେବଙ୍କ ଉପାୟ :

ଶନିବାର ଦିନ ଅଟାରେ କିଛି ହଳଦୀ ମିଶାଇ ଏକ ଦୀପ ତିଆରି କରନ୍ତୁ। ସେହି ଦୀପରେ ସୂତାରେ ତିଆରି ବଳିତା ପକାଇ ସୋରିଷ ତେଲ ଦେଇ ୩ଟି କଳା ରାଶିଦାନା ପକାନ୍ତୁ। ଏବେ ବରଗଛର ଏକ ପତ୍ର ଆଣି ରଖନ୍ତୁ ତାଉପରେ ୧୦ଟଙ୍କାର ସିକ୍କା ରଖନ୍ତୁ। ଦୀପଟିକୁ ସେହି ପଇସା ଉପରେ ରଖି ଶନିଦେବଙ୍କ ସାମ୍ନାରେ ପ୍ରଜ୍ଜ୍ଵଳିତ କରି ଆଳତି କରନ୍ତୁ। ଆଳତି କରିବା ପରେ ମୁଣ୍ଡ ଲଗାଇ ପ୍ରଣାମ କରି ନିଜର ଧନ ସମ୍ବନ୍ଧିତ ସମସ୍ୟା ଜଣାନ୍ତୁ। ଏହାପରେ ପୂଜାରେ ଦୀପତଳେ ଥିବା ୧୦ଟଙ୍କାର ସିକ୍କାକୁ ଆଣି ନିଜ ଆଲମୀରା ବା ବାକ୍ସରେ ରଖନ୍ତୁ।

ଏହା ବ୍ୟତୀତ ଶନିବାର ଦିନ ବ୍ରତ ମଧ୍ୟ କରିପାରିବେ। ଏଥିରେ ଶନିଦେବ ପ୍ରସନ୍ନ ହୁଅନ୍ତି। ମାତା ଲକ୍ଷ୍ମୀଙ୍କ ପୂଜା ଆରାଧନା ମଧ୍ୟ କରିପାରିବେ। ବିଶେଷକରି ଏହି ଉପାୟକୁ  ୩ମାସରେ ୨ଥର କରିବାକୁ ହେବ। ଯଦି ଆପଣ ଶନିଦେବ ଓ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରନ୍ତି ତେବେ ବହୁତ ଲାଭକାରୀ ହୋଇଥାଏ। ଏହିପରି କଲେ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ ଓ ଧନ ଆଗମନ ହେବାର ବୃଦ୍ଧି ହୋଇଥାଏ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *