ଶିବଲିଙ୍ଗରେ ଜଳ ଚଢାଇବା ସମୟରେ ଏହି ଗୋଟିଏ ମନ୍ତ୍ର ଜପ କରନ୍ତୁ, ସବୁ ମନୋକାମନା ହେବ ପୂର୍ଣ୍ଣ

ହିନ୍ଦୁ ଧର୍ମରେ ଭଗବାନ ଶିବ ଓ ତାଙ୍କର ଶିବ ଲିଙ୍ଗର ବିଶେଷ ମହତ୍ତ୍ଵ ଅଛି । ମାନ୍ୟତା ଅଛି କି ସୋମବାର ଦିନ ଶିବ ମନ୍ଦିରରେ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଦ୍ଵାରା ସ୍ଵୟଂ ମହାକାଳ ପ୍ରସନ୍ନ ହୋଇଥାନ୍ତି ଓ ନିଜର ସବୁ ଭକ୍ତଙ୍କର ଇଚ୍ଛା ପୂର୍ଣ୍ଣ କରିଥାନ୍ତି । ବୋଧେ ଏହି କାରଣରୁ ସୋମବାର ଦିନ ଶିବ ମନ୍ଦିରରେ ଭକ୍ତଙ୍କର ଭିଡ ଲାଗିଥାଏ । ଭଗବାନ ଶିବଙ୍କୁ ଦେବଙ୍କର ଦେବ ମହାଦେବର ଉପାଧି ଦିଆଯାଇଅଛି । ପୁରାଣ ଅନୁସାରେ ମହାଦେବ ନିଜ ଭକ୍ତଙ୍କର ଭକ୍ତି ଦେଖି ଜଲଦି ପ୍ରସନ୍ନ ହୋଇଯାନ୍ତି ।

ଯଦି ଆମେ ତାଙ୍କ ଶିବ ଲିଙ୍ଗ ବିଷୟରେ କହିବା ତେବେ ଶିବଲିଙ୍ଗ ଭଗବାନ ଶିବଙ୍କର ହିଁ ଏକ ଅଂଶ ଅଟେ, ଯେଉଁଥିରେ ସେ ସର୍ବଦା ବିରାଜମାନ ଥାନ୍ତି । ଏମିତିରେ ଭକ୍ତ କ୍ଷୀର ଓ ଜଳ ଅର୍ପଣ କରିବା ଦ୍ଵାରା ସେ ନିଜ ଭକ୍ତଙ୍କ ମନ କଥା ଜଲଦି ଶୁଣିଥାନ୍ତି । ଆଜିର ଏହି ବିଶେଷ ଲେଖାରେ ଆମେ ଆପଣଙ୍କୁ ଶିବ ଭଗବାନଙ୍କର ଏମିତି ଏକ ମନ୍ତ୍ର କହିବାକୁ ଯାଉଛୁ, ଯାହାର ଜପ କରିବା ଦ୍ଵାରା ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ ।

ପ୍ରକୃତରେ ଏହି ମନ୍ତ୍ର ଏତେ ପବିତ୍ର ଅଟେ କି ଯଦି ଆପଣ ଏହାକୁ ଶିବ ଲିଙ୍ଗରେ ଜଳ ଅର୍ପଣ କରିବା ସମୟରେ ଶ୍ରଦ୍ଧାର ସହିତ ଜପ କରନ୍ତି ତେବେ ଭଗବାନ ଶିବ ଆପଣଙ୍କର ସବୁ ସମସ୍ୟାକୁ ଦୂର କରି ଦିଅନ୍ତି । ଏହି ମନ୍ତ୍ର ର ଶକ୍ତି କୁ ବଡ ବଡ ବିଜ୍ଞାନୀ ବି ମାନିଥାନ୍ତି । ଆଜି ପର୍ଯ୍ୟନ୍ତ ବହୁତ ଲୋକ ଏହି ମନ୍ତ୍ରର ଜପ ଦ୍ଵାରା ନିଜ ଭାଗ୍ୟର କାୟା ବଦଳାଇ ପାରିଛନ୍ତି । ଏହି ମନ୍ତ୍ରର ଉଚ୍ଚାରଣ ନିମ୍ନ ପ୍ରକାରର ।

ଦୁଃସ୍ୱପ୍ନଦୁଃଶକୁନ ଦୁର୍ଗତିଦୌର୍ମନସ୍ୟ
ଦୁର୍ଭିକ୍ଷଦୁର୍ବ୍ୟସନ ଦୁସ୍ସହଦୁର୍ଯଶାଂସି ।
ଉତ୍ପାତତାପବିଷଭୀତିମସଦ୍ଗ୍ରହାର୍ତି,
ବ୍ୟାଧୀଶ୍ଚନାଶୟତୁମେ ଜଗତାତମୀଶ: ।।

ଏହି ଶିବ ସ୍ତୁତିର ଅର୍ଥ –

ଭଗବାନ ଶିବ ମୋର ସବୁ ଖରାପ ସ୍ଵପ୍ନ, ଅଶୁଭ, ଦୁର୍ଗତି, ମନର ଖରାପ ଭାବନା, ଅନାହାର, ଖରାପ ଅଭ୍ୟାସ, ଚିନ୍ତା ଓ ସଂତାପ, ଅଶାନ୍ତି ଓ ଉତ୍ପାତ, ଗ୍ରହ ଦୋଷ ଓ ସମସ୍ତ ରୋଗରୁ ରକ୍ଷା କରନ୍ତୁ । ଏହି ମନ୍ତ୍ରକୁ ଭକ୍ତିର ସହିତ ଜପ କରିବା ଦ୍ଵାରା ଆପଣଙ୍କୁ ନିମ୍ନଲିଖିତ ପ୍ରଭାବର ଅନୁଭବ ହେବ ।

ସଫଳତା ପାଦ ଛୁଇଁବ

ମହାଦେବ ଶିଵ ଲିଙ୍ଗରେ ଜଳ ଅର୍ପଣ କରିବା ସମୟରେ ଯେଉଁ ଭକ୍ତ ଏହି ମନ୍ତ୍ରର ଜପ କରିଥାଏ, ତା ମଧ୍ୟରେ ସବୁ ସମସ୍ୟା ସହିତ ଲଢିବାକୁ ଶକ୍ତି ଆସିଥାଏ ଓ ସଫଳତା ତା ପାଦ ଚୁଇଁଥାଏ ।

ମୃତ୍ୟୁର ଡର ନଥାଏ

ଆଜିର ଏହି ଆଧୁନିକ ଯୁଗରେ ସମସ୍ତଙ୍କୁ ନିଜ ଜୀବନ ପ୍ରିୟ ଅଟେ, ଏଥିପାଇଁ ସମସ୍ତେ ମୃତ୍ୟୁ ଠାରୁ ଦୂରେଇ ରହିବାକୁ ଚାହାଁନ୍ତି । କିନ୍ତୁ ପ୍ରକୃତ ଶିବ ଭକ୍ତକୁ ଏହି ମନ୍ତ୍ର ଜପ କରିବା ପରେ ମୃତ୍ୟୁ ର ଡର ରହିନଥାଏ ଓ ଆତ୍ମବିଶ୍ଵାସ ସେହି ବ୍ୟକ୍ତିର ବିଶେଷତ୍ତ୍ଵ ହୋଇ ଯାଇଥାଏ ।

ଠିକ ଭୁଲକୁ ବୁଝିବା

ଏହି ମନ୍ତ୍ର ଜପ କରିବା ପରେ ପ୍ରକୃତ ଶିବ ଭକ୍ତକୁ ଠିକ ଭୁଲ ବୁଝିବାର ଶକ୍ତି ଆସିଥାଏ ଓ ସେ ମଣିଷକୁ ଭଲ ଭାବେ ବୁଝିବାକୁ ଲାଗିଥାଏ । ଏମିତିରେ କେଉଁ ବ୍ୟକ୍ତି ଆପଣଙ୍କ ବିଷୟରେ କଣ ଭାବୁଛି ବା ଆପଣଙ୍କ ପାଇଁ କେତେ ହୀନ ଭାବନା ରଖିଛି, ଏଥିରୁ ଆପଣଙ୍କୁ କୌଣସି ଫରକ ପଡିବ ନାହିଁ । ଗୋଟିଏ ସଚ୍ଚୋଟ ଶିବ ଭକ୍ତ କେବେ ବି ଅନ୍ୟର ଭାବନାର ଶିକାର ହୁଏ ନାହିଁ ।

ଯଦି ଆପଣ ବି ଜଣେ ଶିବଭକ୍ତ ଅଟନ୍ତି ଆପଣଙ୍କୁ ଏହା ନିଶ୍ଚୟ ପସନ୍ଦ ଆସିଥିବା । ପସନ୍ଦ ଆସିଥିଲେ ସେୟାର କରନ୍ତୁ ଆହୁରି ଏହିଭଳି ଆଧ୍ୟାତ୍ମିକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *