ଶୀତ ଦିନରେ ଭୁଲରେ ବି କରନ୍ତୁ ନାହି ଏହି କାମ, ନଚେତ ପଡ଼ିପାରନ୍ତି ବିପଦରେ

ବନ୍ଧୁଗଣ ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଏସଟି ରୁ ବଞ୍ଚିବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ଆପଣେଇଥାଉ । ଯାହା ଆମ ଅଜାଣତରେ ଆମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ ବା ଆମକୁ ଅସୁବିଧାରେ ପକାଇ ଥାଏ । ପ୍ରବଳ ଶୀତ କାରଣରୁ କିଛି ଲୋକ ସ୍ୱାସ୍ଥ୍ୟ ସମସ୍ଯା ଦେଇ ଗତି କରିଥାନ୍ତି । ତେଣୁ ଏହି ସମୟରେ ଆମକୁ ଫିଟ ରହିବା ସହ କିଛି ଦିଗ ଉପରେ ଧ୍ୟାନ ଦେବାକୁ ପଡିବ ।

ତେବେ ଆସନ୍ତୁ ଜାଣିବା ଶୀତ ଦିନରେ ଆମକୁ କେଉଁ ଦିଗ ଉପରେ ଧ୍ୟାନ ଦେବାକୁ ପଡିବ । ଶୀତ ଦିନରେ ଅଧିକାଂଶ ଲୋକ ଗରମ ପାଣିରେ ଗାଧୋଇ ଥାନ୍ତି । ହେଲେ ଅଧିକ ସମୟ ଜଣେ ଗରମ ପାଣିରେ ଗାଧୋଇଲେ ଆମ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଗରମ ପାଣିରେ ଅଧିକ ସମୟ ଧରି ଗାଧୋଇଲେ କେରାଟିନ ନାମକ ସ୍କିନ ନଷ୍ଟ ହୋଇଯାଏ ।

ଯାହା ପାଇଁ ଚର୍ମ କୁଣ୍ଡାଇ ହେବା ଚର୍ମ ଶୁଷ୍କ ହେବା ସହ ନାଲି ପଡିବ ଭଳି ସମସ୍ଯା ଦେଖାଯାଏ । ଶିଦ୍ତ ଦିନରେ ଥଣ୍ଡାରୁ ବଞ୍ଚିବା ପାଇଁ କିଛି ଲୋକ ଅଧିକ କପଡା ପିନ୍ଧିଥାନ୍ତି । ହେଲେ ଅଧିକ କପଡା ପିନ୍ଧିବା ଯୋଗୁଁ ଶରୀର ଓଭର ହିଟିଙ୍ଗର ଶିକାର ହୋଇଥାଏ । ଶରୀର ଓଭର ହିଟିଙ୍ଗ ହେବା ଯୋଗୁଁ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେବାର ସମ୍ଭାବନା ଥାଏ । ଶୀତ ଦିନରେ ଅଧିକ ଭୋକ ଲାଗିଥାଏ ।

ହେଲେ ଅଧିକ ମାତ୍ରାରେ ଖାଇବା ଠାରୁ ଦୂରେଇ ରହିବା ଭଲ । କେବଳ ଫାଇଭର ଜାତୀୟ ଖାଦ୍ୟ ଓ ଫଳମୂଳ ଖାଇବା ଉଚିତ । ସେହିପରି ଶୀତ ଦିନରେ ଥଣ୍ଡାରୁ ବଞ୍ଚିବା ପାଇଁ ଲୋକ ମାନେ ଅଧିକ ଚାହା, କଫି ପିଇଥାନ୍ତି ହେଲେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।  ଶୀତ ଦିନରେ ଲୋକେ ପାଣି ପିଇବା ଠାରୁ ଦୂରେଇ ରୁହନ୍ତି । ହେଲେ ସୁସ୍ଥ ରହିବା ପାଇଁ ପର୍ଜ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ ହୋଇଥାଏ ।

ତେଣୁ ଶୀତ ଦିନରେ ପାଣି ସଫିସେଣ୍ଟ ପିଇବା ଉଚିତ । ଶୀତ ଦିନରେ ଦିନ ଛୋଟ ଓ ରାତି ବଡ ହୋଇଥାଏ । ତେଣୁ ଶୋଇବା ଠିକ ଟାଇମ ରଖିବା ଉଚିତ ।  ଶୀତ ଦିନରେ ଆମେ ଅଭ୍ଯାସ କରି ନେଇଥିବା ଏହି କାମ ଗୁଡିକୁ ପରିବର୍ତ୍ତନ ନ କରିଲେ ଆମେ ବିପଦରେ ପଡିବା । ତେଣୁ ସୁସ୍ଥ ରହିବା ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦେବ ଏହି ଅଭ୍ଯାସ ଗୁଡିକୁ ଛାଡିବାକୁ ପଡିବ ।

ଆପଣ ମାନେ ଯଦି ଏହି ସବୁ ଅଭ୍ଯାସରେ ପଡିଛନ୍ତି ତେବେ ତୁରନ୍ତ ଏହାକୁ ତ୍ୟାଗ କରନ୍ତୁ । ଏହି ସବୁ ଦିଗ ଉପରେ ଧ୍ୟାନ ଦେଲେ ନିଶ୍ଚୟ ସ୍ୱାସ୍ଥ୍ୟ ଫିଟ ରହିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *