ସୋସିଆଲ ମିଡିୟା ରେ ଏହି ମାଙ୍କଡ ବୁଦ୍ଧି ର ହେଉଛି ପ୍ରଶଂସା, ଦେଖିକି ଆପଣ ବି କହିବେ ବାଃ

ସୋସିଅଲ ମିଡିୟା ରେ ଏବେ ଏକ ମାଙ୍କଡର ପ୍ରସଂଶା ହେଉଛି, ଏହି ମାଙ୍କଡ ଯେଉଁ କାମ କରିଛି ସେହି କାମ ଆମ ମଣିଷ ମାନଙ୍କୁ ଶିଖିବାପାଇଁ କୁହାଯାଉ ଅଛି । ଆପଣ ଯେତେବେଳେ ଏହି ଭିଡିଓ କୁ ଦେଖିବେ ଆପଣ ବି ଏହି ମାଙ୍କଡର ପ୍ରଶଂସା କରିବେ । ଆମ ଦେଶ ରେ ପିଇବା ପାଣି ସମସ୍ୟା କେତୋଟି କ୍ଷେତ୍ର ରେ ଅଛି, ହେଲେ ବି ଆମେ କେତେ ଥର ଭଲ ପାଣିକୁ ବରବାଦ କରିଥାଉ ।

ଆମେ ସେହି କଥାକୁ କେବେବି ଗୁରୁତ୍ଵ ଦେଇ ନଥାଉ । ଏହା ଉପରେ ଗମ୍ଭୀର ଭାବେ କେବେ ଚିନ୍ତା କରୁ ନାହୁଁ, କିନ୍ତୁ ଏହି ମାଙ୍କଡ ଆମ ମଣିଷମାନଙ୍କଠୁ ଅଧିକ ପାଣି ର ମହତ୍ଵ ବୁଝିଛି ।

ଏହି ମାଙ୍କଡ ଗୋଟେ ଟ୍ୟାପ ରୁ ପାଣି ପିଇଲା, ଶୋଷ ମେଣ୍ଟିଲା ପରେ ମାଙ୍କଡ ସେହି ଟ୍ୟାପ କୁ ବନ୍ଦ କରିଦେଲା ପାଣି ଯେମିତି ନଷ୍ଟ ନ ହେବ ବୋଲି । ମାଙ୍କଡର ଏହି କାର୍ଯ୍ୟକୁ ସୋସିଆଲ ମିଡିୟା ରେ ବହୁତ ପ୍ରସଂଶା କରାଯାଉଛି ।

ଏହି ଭିଡିଓ କୁ ଡ଼ଃ ଏସ ୱାଇ କୁରୈଶୀ ନିଜ ଟ୍ୱିଟର ଆକାଉଣ୍ଟ ରେ ଶେୟାର କରିଛନ୍ତି । ୧୧ ସେକେଣ୍ଡର ଏହି ଭିଡିଓ ପାଇଁ ସେ କ୍ୟାପ୍ସନରେ ଲେଖିଥିଲେ –ମଣିଷଙ୍କ ପାଇଁ କେତେ ସୁନ୍ଦର ସନ୍ଦେଶ ।

ଏହି ଭିଡିଓ କୁ ଗତ ଗୁରୁବାର ଶେୟାର କରାଯାଇଥିଲା, ଯାହାକୁ ଏବେ ପର୍ଯ୍ୟନ୍ତ ୫ ଲକ୍ଷରୁ ବି ଅଧିକ ଲୋକ ଦେଖିସାରିଲେଣି । ତେବେ ଏବେ ଆପଣମାନେ ହିଁ କୁହନ୍ତୁ ଗୋଟେ ଜୀବ ହୋଇ ଯଦି ମାଙ୍କଡଟି ଏଭଳି କାମ କରୁଛି ଆମେ ମଣିଷ ହୋଇ କଣ ଏତିକି କରିପାରିବା ନାହିଁ । ପାଣି ଆମ ଜୀବନ ପାଇଁ ବହୁତ ଅନିବାର୍ଯ୍ୟ, ସେଥିପାଇଁ ” save water save life” ।

ଆପଣମାନଙ୍କୁ ଯଦି ଆମର ଏହି ଲେଖା ପସନ୍ଦ ଆସିଥାଏ ତେବେ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଅନେକ ନୂଆ ନୂଆ ଖବର ପାଇଁ ଆମ ପେଜ ଖବର ଓଡିଆକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *