ସୋରିଷ ତେଲରେ ଏହାକୁ ମିଶାଇ ଲଗାନ୍ତୁ, ଗୋଟି ଗୋଟି କେସ ହୋଇଯିବ କଳା

ଆଜି ଆମେ ଏମିତି ଏକ ପ୍ରାକୃତିକ ତେଲ ବନାଇବା ଯାହା ଆପଣଙ୍କର କେସ ଜନିତ ଅନେକ ସମସ୍ୟା ଦୂର କରିଥାଏ । ଆପଣଙ୍କ କେଶକୁ ସବୁଦିନ ପାଇଁ କଳା ରଖିଥାଏ । ଏହାର ପ୍ରୟୋଗ ଦ୍ଵାରା କେସ ଝଡିବା ବନ୍ଦ ହୋଇଯାଏ ଏବଂ ଆପଣଙ୍କ କେସ ସାଇନ କରିବା ଆରମ୍ଭ କରିଥାଏ । ଏହି ପ୍ରୟୋଗକୁ ଆପଣ ନିଶ୍ଚିତ ରୂପରେ ଟ୍ରାଇ କରନ୍ତୁ ଦେଖିବେ ଆପଣଙ୍କ କେସ ଜନିତ ସବୁ ସମସ୍ୟା ଦୂର ହୋଇଥାଏ । ଏହା ଆପଣଙ୍କ କେଶକୁ କଳା କରିବା ସହିତ କେସର ମୂଳକୁ ମଜଭୁତ କରିଥାଏ ।

ଯାହା ଦ୍ଵାରା ଆପଣଙ୍କର କେସ ଝଡିବା ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ଆପଣ ଏହି ଉପଚାରକୁ କେମିତି ବନାଇବେ । ଶହେରୁ ଦୁଇଶହ ଗ୍ରାମ  ସୋରିଷ ତେଲ ନିଅନ୍ତୁ, ସୋରିଷ ତେଲ  ବହୁ ପୁରାତନ କାଳରୁ କେସ ଜନିତ ସମସ୍ୟା ପାଇଁ ବ୍ୟବହାର କରାଯାଉଛି ।

ଆପଣ ସୋରିଷ ତେଲର ପ୍ରୟୋଗ ନିଜ କେସ ପାଇଁ ନିଶ୍ଚିତ ରୂପରେ କରନ୍ତୁ ।  ନେଇ ଥିବା ସୋରିଷ ତେଲକୁ ଗୋଟିଏ ପାତ୍ରରେ ଗରମ କରିବାକୁ ଛାଡି ଦିଅନ୍ତୁ । ଏଥି ଦିତୀୟ ସାମଗ୍ରୀ ହେଉଛି କଳା ଜିରା, କଳା ଜିରା ଆମ କେସ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । କଳା ଜିରା କେଶକୁ ମଜଭୁତ କରିଥାଏ ଓ କେସ ଝାଡିବାକୁ ବନ୍ଦ କରିଥାଏ । ଏହା ଛଡା ଏହା ଧଳା କେଶକୁ କଳା କରିବା ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।

ଆପଣ ଏହି ଉପଚାରକୁ ବନାଇବା ପାଇଁ ଦୁଇଚାମଚ କଳା ଜିରାର ପ୍ରୟୋଗ କରନ୍ତୁ । ତୃତୀୟ ସାମଗ୍ରୀ ହେଉଛି ମେଥି ଦାନ, ମେଥି ମଧ୍ୟ କେସ ଜନିତ ସମସ୍ୟା ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ ।  ମେଥିର ପ୍ରୟୋଗ ଏଠି ପାଇଁ କରାଯାଉଛି କେସର ମୂଳକୁ ମଜଭୁତ କରିଥାଏ । କେସ ଜନିତ ସମସ୍ୟାକୁ ଦୂର କରିଥାଏ ଧଳା କେଶକୁ କଳା କରିବା ପାଇଁ ଏହା ବହୁତ ସହାୟକ ହୋଇଥାଏ ।

ଏହି ଉପଚାରକୁ ବନେଇବା ପାଇଁ ଦୁଇଚାମଚ ମେଥି ଦାନର ପ୍ରୟୋଗ କରନ୍ତୁ । ଏହି ଦୁଇଟି ଜିନିଷକୁ ଭଲରେ ସୋରିଷ ତେଲରେ ମିକ୍ସ କରନ୍ତୁ । ଏହା ହଲ୍କା ଗରମ ହୋଇସାରିଲା ପରେ ସେଥିରେ ମେହେନ୍ଦି ଗୁଣ୍ଡ ନହେଲେ ମେହେନ୍ଦି ପତ୍ରର ବ୍ୟବହାର କରିପାରିବେ । ଏଥିରେ ଆପଣ ଦୁଇଚାମଚ ମେହେନ୍ଦିର ପ୍ରୟୋଗ କରନ୍ତୁ ଓ ଗ୍ୟାସକୁ ମିଡିୟମ ଫ୍ଲେମରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଗରମ କରନ୍ତୁ । ପାଞ୍ଚ ମିନିଟ ପରେ ଏହାକୁ ଘୋଡାଇ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ।

ତାପରେ ଏହାକୁ ଚା ଛଣା ମାଧ୍ୟମରେ ଛାଣି ଦିଅନ୍ତୁ, ଛଣିଲା ପରେ ଯେଉଁ ଜିନିଷ ଗୁଡିକ ବଞ୍ଚିଗଲା ସେଥିରେ ପେଷ୍ଟ ବଣାଇ କେଶରେ ଲଗାଇ ପାରିବେ । ଏବେ ଆମର ତେଲ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇସାରିଛି । ଏହି ତେଲକୁ କାଚ ପାତ୍ରରେ ଦୁଇରୁ ତିନିମାସ ପର୍ଯ୍ୟନ୍ତ ରଖିପାରିବେ । ଏହାକୁ କେସର ମୂଳରେ ଭଲରେ ମସାଜ କରନ୍ତୁ ଓ ସକାଳେ କୌଣସି ଆୟୁର୍ବେଦିକ ସମ୍ପୋରେ ସଫା କରିଦିଅନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *