ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ଵ ରହିଛି । ଯେଉଁ ଭକ୍ତ ମାନେ ଶ୍ରାବଣ ମାସରେ ପ୍ରଭୁ ଶଙ୍କରଙ୍କର ଭକ୍ତି ଭାବର ସହକାରେ ପୂଜା ଆରାଧନା କରିଥାନ୍ତି ସେମାନଙ୍କ ଉପେରେ ପ୍ରଭୁଙ୍କର ଆଶୀର୍ବାଦ ରହିଥାଏ । ଶ୍ରାବଣ ମାସର ସୋମବାର ଦିନର କିଛି ଖାସ ମହତ୍ଵ ରହିଛି ।
ଆଜି ଆମେ ଆପଣ ମାନଙ୍କୁ ସୋମବାର ଦିନ ଏମିତି କଣ କରିବା ଉଚିତ ଯାହା ଦ୍ଵାରା ମନସ୍କାମନା ପୂରଣ ହୋଇଥାଏ । ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ କିଛି ବିଶେଷ ନୀତି ନିୟମ ରହିଛି । ଭଗବାନ ଶିବଙ୍କୁ ଆଦି ଓ ଅନନ୍ତ ବୋଲି ମାନାଯାଏ । ଶିବଙ୍କ ପୂଜାରେ ଏମିତି କିଛି ଜିନିଷ ଅଛି ଯାହାକୁ ଭଗବାନ ଶିବଙ୍କ ଠାରେ ଅର୍ପଣ କରାଯାଏ । ଭୁଲରେ କେବେ ବି ହଳଦୀ ଶିବଙ୍କ ନିକଟରେ ଅର୍ପିତ କରାଯିବା ଉଚିତ ନୁହେ ।
ଭଗବାନ ଶିବଙ୍କ ସବୁଠାରୁ ପ୍ରିୟ ଫୁଲ ହେଉଛି କନିଆରି ଓ କଳା ଦୁଦୁରିଆ ଫୁଲ । ଭୁଲରେ ବି କେତକୀ ଫୁଲ, ସିନ୍ଦୁର ବା ତିଳକ ମହାଦେବଙ୍କ ନିକଟରେ ଅର୍ପଣ କରିବା ଉଚିତ ନୁହେ । ମହାଦେବଙ୍କୁ କେବଳ ଚନ୍ଦନ ଅର୍ପଣ କରିବା ଉଚିତ । ନଡିଆ ପାଣିରେ କେବେ ବି ଶିବଙ୍କର ଅଭିଷେକ କରିବା ଉଚିତ ନୁହେ । କାରଣ ମା ଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ନଡିଆକୁ ମାନାଯାଏ । ଭୁଲରେ ତୁଳସୀ ପତ୍ରକୁ ବି ଶିବ ଲିଙ୍ଗ ଉପରେ ଚଢାଇବା ଉଚିତ ନୁହେ ।
କାରଣ ଏହା ନିଷେଧ ଅଟେ । ଯଦି ବ୍ୟକ୍ତି ଜୀବନରେ ଶତ୍ରୁ ବା ବିରୋଧୀ ଅଧିକ ରହିଥାନ୍ତି ବା ଦୁଖ କଷ୍ଟ ରହିଥାଏ ତେବେ ଏକ ଖସାର କଳା ମଞ୍ଜି ପାଣିରେ ଢାଳି ଶିବଙ୍କର ଅଭିଷେକ କରିଲେ ଏହି ସମସ୍ୟାର ସମାଧାନ ହୋଇଥାଏ । ଏହା ଛଡା ଭଗବାନ ଶିବଙ୍କୁ ଚନ୍ଦନ ଅର୍ପିତ କରିଲେ ଆପଣଙ୍କ ଜୀବନରେ ସବୁ ଦୁଖ କଷ୍ଟ ଦୂର ହେବା ସହ ସମାଜରେ ମାନ ସମାନ ବୃଦ୍ଧି ପାଇଥାଏ ।
ଯଦି ବୁଦ୍ଧ ଗ୍ରହ ସମ୍ଭଧିତ କୌଣସି ସମସ୍ଯା ରହିଛି ତେବେ ମହାଦେବଙ୍କ ନିକଟରେ ମୁଗ ଅର୍ପିତ କରିଲେ ଏହା ଦୂର ହୋଇଥାଏ । ମହାଦେବଙ୍କ ପାଖରେ ଭାଙ୍ଗ ଅର୍ପଣ କରିଲେ ଆପଙ୍କ ଜୀବନର ସବୁ ଖରାପ ସମୟର ଅନ୍ତ ହୋଇଥାଏ । ଏହା ଛଡା ମହାଦେବଙ୍କ ନିକଟରେ ଗୁଡ ଅର୍ପଣ କରିଲେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହା ଛଡା ଆଖୁରସ ବା କେସର କ୍ଷୀର ସହ ଅର୍ପଣ କରିଲେ ଜୀବନରେ ସୁଖସାନ୍ତିର ଆଗମନ ହୋଇଥାଏ ।
ଶିବଙ୍କ ଲିଙ୍ଗ ଉପରେ ମିୟମିତ ମହୁ ଅର୍ପିତ କରିଲେ ବାଣୀରେ ମିଠାଶ ଆସିବା ସହ ଆପଣ ସମସ୍ତଙ୍କର ପ୍ରିୟ ହେବା ସହ ଶତ୍ରୁ ନାଶ ହୋଇଥାଏ । ଶିବ ଳିଙ୍ଗ ଉପରେ ଦହି ଅର୍ପଣ କରିଲେ ଆପଣଙ୍କ ସ୍ବଭାବରେ ଗମ୍ଭୀରତା ଆସିଥାଏ । ଏହା ଛଡା ଓମ ନମହ ଶିବାୟ ମନ୍ତ୍ର ଜପ କରିବା ଉଚିତ । ଶିବ ଲିଙ୍ଗ ଉପରେ ବେଲପତ୍ର ଅର୍ପିତା କରିବା ସମୟରେ ଜଳ ଅର୍ପଣ କରିବା ଉଚିତ । ଏହି ସବୁ ମହାଦେବଙ୍କ ନିକଟରେ ଚଢାଇଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।