Sawan Somvar: ଶ୍ରାବଣ ମାସରେ ନନ୍ଦୀଙ୍କ କାନରେ କହି ଦିଅନ୍ତୁ ଏହି 3ଟି ଶବ୍ଦ, ସବୁ ମନସ୍କାମନା ହେବ ପୂରଣ ?

ଶ୍ରାବଣ ମାସ ବର୍ଷା ଭରା ଆଉ ସବୁଜିମା ପରିବେଶ ଅଟେ । ଏହି ମାସରେ ଧରିତ୍ରି ସୁନ୍ଦର ଭାବରେ ସଜବାଜ ହୋଇ ରହିଥାଏ । ଶ୍ରବଣ ମାସ ଆସିବା ମାତ୍ରେ ସମସ୍ତଙ୍କ ମନ ଶାନ୍ତି, ଆନନ୍ଦରେ ଭରି ଯାଇଥାଏ । ମଣିଷ ଭଗବାନଙ୍କ ଭକ୍ତିରେ ବିଭୋର ହୋଇଯାଏ । ଏହି ମାସଟି ମହାଦେବଙ୍କୁ ସମର୍ପିତ ଅଟେ । ଚଳିତ ବର୍ଷ ଶ୍ରାବଣ ମାସରେ ଅନେକ ଶୁଭ ସଂଯୋଗ ସାଥିରେ ନେଇ ଆସିଛି । ଏହି ଶ୍ରାବଣ ମାସରେ ଅନେକ ଶିବ ଭକ୍ତ ମାନେ ତାଙ୍କୁ ପ୍ରସନ୍ନ କରିବା ପାଇଁ ବିଧି ବିଧାନ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଶ୍ରାବଣ ମାସରେ ନନ୍ଦୀ ଙ୍କ କାନରେ ଏମିତି କଣ କହିଲେ ମନସ୍କାମନା ପୂରଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ମାନ୍ୟତା ଅଛି ଭଗବାନ ଶିବ ଶ୍ରାବଣ ମାସରେ ଧରିତ୍ରି ଉପରେ ବିରାଜମାନ କରି ଭକ୍ତଙ୍କର ଇଚ୍ଛା ପୂରଣ କରିଥାନ୍ତି । ସ୍ବଭାବରେ ଭୋଳା ହୋଇ ଥିବାରୁ ଭଗବାନ ବହୁତ ସହଜରେ ପ୍ରସନ୍ନ ହୋଇଥାନ୍ତି । ଏମିତି ମଧ୍ୟ କୁହାଯାଏ କି ଭକ୍ତି ଓ ବିଶ୍ଵାସ ସହକାରେ ଭଗବାନ ଶିବଙ୍କ ନାମ ସ୍ମରଣ କରିଲେ ଭକ୍ତଙ୍କୁ ରକ୍ଷା ପାଇଁ ନିଜେ ଧରିତ୍ରିରେ ବିରାଜମାନ କରିଥାନ୍ତି ।

ଭଗବାନ ଶିବଙ୍କ ପୂଜା କରିବା ସହ ନନ୍ଦୀ ଓ ଦେବୀ ପାର୍ବତୀଙ୍କୁ ପୂଜା କରିଲେ ଶୁଭ ଫଳ ମିଳିଥାଏ । ଭଗବାନ ଶିବଙ୍କୁ ପୂଜା କରିବା ପୂର୍ବରୁ ବା ତାଙ୍କର ଦର୍ଶନ କରିବା ଆଗରୁ ପ୍ରଥମେ ନନ୍ଦୀଙ୍କୁ ଦର୍ଶନ କରିବା ଉଚିତ । ଏମିତି କରିଲେ ମହାଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । କୁହାଯାଏ କି ବିନା ବୃଷଭଙ୍କ ପୂଜାରେ ମହାଦେବଙ୍କ ପୂଜା ଅଧୁରା ହୋଇଥାନ୍ତି ।

ମହାଦେବଙ୍କ ସବୁ ଗଣ ମଧ୍ୟରୁ ବୃଷ ବା ନନ୍ଦୀ ଶ୍ରେଷ୍ଠ ଗଣ ଅଟନ୍ତି । ଅନେକ ମଣିଷ ବହୁତ ପରିଶ୍ରମ କରି ସଫଳତା ପାଇ ପାରନ୍ତି ନାହି । ଏଭଳି ମଣିଷ ଭାଗ୍ଯର ଦୋଷ ଦେଇଥାନ୍ତି । ଯଦି ଆପଣଙ୍କ ଜୀବନରେ ଦୁଖ କଷ୍ଟ ରହିଛି, ଆର୍ଥିକ ସମସ୍ଯା ରହିଛି ବା ଧନର ସଞ୍ଚୟ ହୋଇପାରୁ ନାହି ତେବେ ଶ୍ରବଣ ମାସରେ ଏକ ଛୋଟ ଉପାୟ କରନ୍ତୁ । ଶ୍ରବଣ ମାସର ଯେ କୌଣସି ସୋମବାର ଦିନ ଶିବ ମନ୍ଦିରକୁ ଯାଆନ୍ତୁ ।

ପ୍ରଥମେ ଶିବ ମନ୍ଦିରରେ ଅର୍ଦ୍ଧ ପରିକ୍ରମା କରି ଦେବାଦେବୀଙ୍କର ପୂଜା କରନ୍ତୁ । ପରେ ନନ୍ଦୀ ବା ବୃଷଭଙ୍କର ପୂଜା କରି ଜଳ ଅର୍ପଣ କରିବା ସହ ଦୀପ ଧୂପ ଦେଇ ପୂଜା କରନ୍ତୁ । କିଛି ମିଠା ଭୋଗ କରିବା ସହ ଓମ ନନ୍ଦୀ ସ୍ବରାୟ ନମଃ ମନ୍ତ୍ର ଜପ କରନ୍ତୁ । ପରେ ନନ୍ଦୀଙ୍କ କାନରେ ଆପଣଙ୍କ ଜୀବନରେ ଯାହା ବି ଦୁଖ କଷ୍ଟ ରହିଛି ବା ସମସ୍ଯା ରହିଛି ତାହା କୁହନ୍ତୁ ।

ଏପରି କୁହନ୍ତୁ ତାହା ଯେମିତି ଅନ୍ୟ କେହି ଶୁଣିବେ ନାହିଁ । ମାନ୍ୟତା ଅଛି ବୃଷଭ ଭକ୍ତଙ୍କର କଥାକୁ ମହାଦେବଙ୍କ ନିକଟରେ ପହଞ୍ଚାଇଥାନ୍ତି । ପୂରାଣ ଶାସ୍ତ୍ର ଅନୁଯାୟୀ ବୃଷଙ୍କୁ ମହାଦେବ ବରଦାନ ଦେଇଥିଲେ ଯିଏ ତାଙ୍କ କାନରେ ଆସି ଦୁଖ କଥା କହିବ ତାହା ନିଶ୍ଚିନ୍ତ ଭାବେ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *