Cyclone Warning! ସୃଷ୍ଟି ହୋଇ ସାରିଲାଣି ଘୂର୍ଣ୍ଣିବଳୟ, କେତେ ଭୟଙ୍କର ହେବ ଏହି ବାତ୍ୟା ? ଦେଖନ୍ତୁ IMDର ରିପୋର୍ଟ

ଗତ କିଛି ଦିନ ତଳେ ଏହି ସୂଚନା ମିଳିଥିଲା କି ଓଡିଶା କୁ ଏକ ବାତ୍ୟା ହେବାର ସମ୍ଭାବନା ଅଛି । ତେବେ ଏହି ବାତ୍ୟା ଦକ୍ଷିଣ ଆଣ୍ଡାମାନ ସାଗର ରୁ ସୃଷ୍ଟି ହେବ । ତେବେ ପାଣିପାଗ ବିଭାଗ ରୁ ଏହା ସୂଚନା ଦିଆଯାଇଥିଲା କି ଏହା ସାଗରରେ ପ୍ରଥମେ ଘୁର୍ଣ୍ଣି ବଳୟ ସୃଷ୍ଟି କରିବ । ଏହା ପରେ ଏହା ଲଘୁଚାପ ରେ ପରିଣତ ହେବ ।   ଏହା ପରେ ଏହା ଓଡିଶା ଆଡ଼କୁ ମୁହାଇ ପାରେ । ତେବେ ଆଜି ହେଉଛି ମେ ମାସ ୪ ତାରିଖ । ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣି ବଳୟ ।

ତେବେ ଗତ କାଲି ଓଡ଼ିଶାର କିଛି ସ୍ଥାନ ରେ ଏହାର ପ୍ରଭାବ ରେ ବର୍ଷା ହୋଇଥିଲା । କିନ୍ତୁ ଏହା ଏପର୍ଯ୍ୟନ୍ତ ଲଘୁଚାପ ରେ ପରିଣତ ହୋଇନାହିଁ  । ତେବେ ଏହା ୨୪ ଘଂଟା ପରେ ଅର୍ଥାତ ୬ ତାରିଖ ଦିନ ଏହା ଲଘୁଚାପ ରେ ପରିଣତ ହେବ । ତେବେ ଏହାର ମଡେଲ ଦେଖିଲେ ପାଣିପାଗ ବିଭାଗରୁ ସୂଚନା ଦିଆ ଯାଇଛି କି ଯଦି ଏହାର ମୌସୁମୀ ବାୟୁ ଏହାକୁ ଦକ୍ଷିଣ ଆଡ଼କୁ ନିଏ ତେବେ ଓଡିଶା ପାଇଁ ଭୟାଭିତ ପରିସ୍ଥିତି ରହିବ ନାହିଁ  ।

କିନ୍ତୁ ଯେ ପର୍ଯ୍ୟନ୍ତ ଏହା ଲଘୁଚାପ ରେ ପରିଣତ ହୋଇ ନାହିଁ ଏହାର ଗତି ବିଧି କଥା ସଠିକ ଭାବେ କୁହାଯାଇ ପାରିବ ନାହିଁ । ତେବେ IMD ତରଫରୁ କୁହାଯାଇଛି କି ମଣିପୁର ଓ ତ୍ରିପୁରା ରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ସମ୍ଭାବ୍ୟ ବାତ୍ୟା ର ଗତିପଥ କୁଆଡେ ହୋଇପାରେ ଏହା ଠିକ ନାହିଁ । ଆଜି ମେ ୪ ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୁର୍ଣ୍ଣି ବଳୟ । ମେ ୬  ତାରିଖ ଦିନ ସମାନ ଅଞ୍ଚଳ ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତୀ ୨୪ ଘଂଟା ରେ ଅଧିକ ଘନୀଭୂତ ହେବ ଲଘୁଚାପ କ୍ଷେତ୍ର ।

ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀ ମାନଙ୍କ ପାଇଁ IMD ର ଚେତାବନୀ । ମେ ୪ ଓ ୫ ଅର୍ଥାତ ଆଜି ଓ କାଲି ପବନର ବେଗ ଘଂଟା ପ୍ରତି ୬୦ କି.ମି ରହିବ । ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ । ମେ ୬ ଓ ୭ ତାରିଖରେ ପବନର ବେଗ ବୃଦ୍ଧି ପାଇବ ।

ମେ ୩ ଓ ୪ ରେ ଆସାମ , ମେଘାଲୟ , ନାଗାଲାଣ୍ଡ ରେ ପ୍ରବଳ ବର୍ଷା ହେବ । ତେବେ ବାତ୍ୟା ଓଡିଶା ପ୍ରତି କେତେ ବିପଦ ଜନକ ତାହା ଅବି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାର ଗତି ବିଧି କୁ ଲକ୍ଷ କଲେ ଏହା ଭୟଙ୍କର ହୋଇପାରେ ବୋଲି ମଡେଲ ରେ ଦର୍ଶାଇଛି ।

Leave a Reply

Your email address will not be published. Required fields are marked *