ଦେଖନ୍ତୁ ଭାଇରାଲ Video, ଦୁଇ ମୁଣ୍ଡ ଚାରି ଗୋଡକୁ ଗୋଟିଏ ସାଇକେଲ…. ଏମିତି Cycle ଚଲାଊଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଜୀବନରେ ପ୍ରତେକ ମଣିଷ ବଂଚିବା ପାଇଁ ଅନେକ ଜିନିଷ ବା ମଣିଷ ଉପରେ ନିର୍ଭର କରି ଥାଏ । ତେବେ ଜୀବନରେ ଗୋଟିଏ ଜିନିଷ ଜୀବନର ନିରାଟ ସତ୍ୟ ଅଟେ କି ଏହି ଜୀବନ ରେ ଆପଣ ଯଦି ଅନ୍ୟ ମଣିଷ ଉପରେ ନିର୍ଭର କରୁଛନ୍ତି ତେବେ ଆପଣ ଦୁଇ ଜଣଙ୍କ ମଧ୍ୟ ରେ ବୁଝାମଣା, ବ୍ୟବହାର ଓ କଥା ଆଦିରେ ସନ୍ତୁଳନ ରଖିବା ଉଚିତ । ଆପଣ ଯାହା ସହ ଯେଉଁ ସମ୍ପର୍କ ରଖିଲେ ମଧ୍ୟ ଉଭୟ ପକ୍ଷରୁ ସବୁ ଜିନିଷ ରେ ସନ୍ତୁଳନ ରଖିବା ଉଚିତ ।

ପରସ୍ପରକୁ ବୁଝିବା ଉଚିତ । ତେବେ ସେହି ଭଳି ସାଇକେଲ ଚଲେଇବା ର ଆମେ ସମସ୍ତେ ଦେଖିଛୁ ବା ଚଳେଇ ଥାଉ ମଧ୍ୟ । ତେବେ ସୋସିଆଲ ମିଡିଆ ରେ ସାଇକେଲ କୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଟି ରେ ଜୀବନର ଏହି ମୁଖ୍ୟ ନୀତିଶିକ୍ଷା ସନ୍ତୁଳନ ରକ୍ଷା କରିବାର ମଧ୍ୟ ଦୃଶ୍ୟ ଅଛି ।

ତେବେ ଏହି ଭିଡିଓ ଟି ଯେତିକି ମଜାଦାର ହୋଇଛି ସେତିକି ଶିକ୍ଷା ମଧ୍ୟ ମିଳିଛି । ଏହି ଭିଡିଓ ଟି ରେ ଦୁଇଜଣ ପୁଅ ଗୋଟିଏ ସାଇକେଲ ଚଳାଉଛନ୍ତି । ତେବେ ଆପଣ ଭାବିବେ ୨ ଜଣ ଲୋକ ସାଇକେଲ ଚଲେଇବା ରେ ଏତେ ବି କଣ ଭାଇରାଲ ହେବାର ଅଛି ।

ତେବେ ଭିଡ଼ିଓଟି ରେ ଦେଖାଇଛି ଯେ ଦୁଇ ଜଣ ପୁଅ ଗୋଟିଏ ସାଇକେଲ ଚଳାଇ ଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ ବି ବସି ନାହାନ୍ତି । ଏହି ଦୁଇ ଜଣ ସାଇକେଲ ର ଦୁଇ ପାର୍ଶ୍ଵରେ ଅଛନ୍ତି । ଜଣେ ଗୋଟିଏ ପେଡାଲ ରେ ନିଜର ଦୁଇ ଗୋଡ଼ ରଖିଥବା ବେଳେ ଅନ୍ୟ ଜଣେ ମଧ୍ୟ ସେହି ଭଳି ଅନ୍ୟ ପେଡାଲ ରେ ନିଜର ଦୁଇ ଗୋଡ଼ ରଖି ସାଇକେଲ ଚଳାଉଛନ୍ତି ।

ତେବେ ଏହି ଭିଡିଓ ରେ ଏମାନଙ୍କର ଅଦ୍ଭୁତ କାର୍ଯ୍ୟ ସହ ଦୁଇ ଜଣଙ୍କ ମଧ୍ୟ ରେ ଥିବା ସନ୍ତୁଳନ ର ପରିଚୟ ଦେଇଛି । ତେବେ ଜୀବନ ରେ ଯେମିତି ପରିସ୍ଥିତି ଥିଲେ ମଧ୍ୟ କେବେବି ନିଜର ମନ ର ଭାରସାମ୍ୟ ହରାଇବା ଉଚିତ ନୁହେଁ । ସର୍ବଦା ପରସ୍ପର ମଧ୍ୟରେ ସନ୍ତୁଳନ ରଖିବା ଉଚିତ ।

ତେବେ ଏହି ଦୁଇ ଜଣ ପିଲା କେତେ ସୁନ୍ଦର ଭାବେ ସାଇକେଲ କୁ ପଡେଲିଂ କରି କରି ନିଜର ଯାତ୍ରା ର ଆନନ୍ଦ ନେଇ ଯାଉଛନ୍ତି । ଏହି ଭିଡ଼ିଓଟି ବେଶ ମଜାଦାର ହେବା ସହିତ ବହୁତ ଭଲ ନୀତି ଶିକ୍ଷା ମଧ୍ୟ ପ୍ରଦାନ କରିଛି ।

Leave a Reply

Your email address will not be published. Required fields are marked *