ସ୍ତ୍ରୀମାନେ ସିନ୍ଦୁର ପିନ୍ଧିବା କାରଣ- Ajira Anuchinta

ପ୍ରତେକ ସଧବା ସ୍ତ୍ରୀ ପାଞ୍ଚ ଜାଗାରେ ସିନ୍ଦୁର ପିନ୍ଧନ୍ତି, ମଥାରେ, ସିନ୍ଥିରେ, କାନରେ, କଣ୍ଠରେ ଆଉ ଶଙ୍ଖାରେ । ଶାସ୍ତ୍ର ଅର୍ଥ ଅନୁସାରେ ଗୋଟେ ହେଉଛି ସତୀ ସିନ୍ଦୁର, ପତି ସିନ୍ଦୁର, ଭକ୍ତି ସିନ୍ଦୁର, ପବିତ୍ର ସିନ୍ଦୁର , ଶଙ୍ଖା ସିନ୍ଦୁର । ମହିଳା ମାନେ ଯେଉଁ ସିନ୍ଦୁର ଟୋପାଟି ପିନ୍ଧିଥାନ୍ତି ତାକୁ ଠିକ ଜାଗାରେ ପିନ୍ଧିବା ଉଚିତ । ଯେଉଁ ପୁରୁଷ ମାନେ ଚନ୍ଦନ ପିନ୍ଧି ଥାନ୍ତି ତାକୁ ଠିକ ଜାଗାରେ ପିନ୍ଧିବା ଉଚିତ । ସେ ଜାଗାର ନାମ ହେଉଛି ଅଜ୍ଞାଚକ୍ର । ନାକାର ଗୋଟେ ପାଖ ଗଙ୍ଗା ଅନ୍ଯଟି ଯମୁନା, ତୃତୀୟଟି ହେଉଛି ସରସ୍ଵତୀ ଏହି ତ୍ରିବେଣୀ ସଂଗମର ଯେଉଁଠି ଶେଷ ହେଉଛି । ମାନେ କପାଳ ନାକ ମଝିର ଖାଲ ଅଂସ ଯେଉଁଟା ମାନେ ତାର ଦୁଇ ସୂତା ଆଗକୁ ଯେଉଁ ଚକ୍ରଟା ଥାଏ । ତାକୁ କୁହନ୍ତି ଆଜ୍ଞା ଚକ୍ର ।


ଆଜ୍ଞାଚକ୍ରରେ ସିନ୍ଦୁର କି ଚନ୍ଦନ ମା-ରିଲେ ଆମର ଶକ୍ତି ଜାଗ୍ରତ ହୋଇଥାଏ । ସମସ୍ତ ଇନ୍ଦ୍ରିୟ ଆମର ଜାଗ୍ରତ ରହିଥାନ୍ତି । ସ୍ନାୟୁ ଗୁଡିକ ଜାଗ୍ରତ ହୋଇଥାନ୍ତି । ଯେଉଁଠି ବିପଦ ସଙ୍କେତ ଥାଏ ସେଠି ଲାଲ ବତୀ ଜଳୁଥାଏ । ଜଣେ ମହିଳା ବିବାହ ପରେ ମଥାରେ ସିନ୍ଦୁର ଟୋପାଟିଏ ଦିଏ କାରଣ ସିନ୍ଦୁର ଟୋପା ମାଧ୍ୟମରେ ସମାଜକୁ ଜଣାଇଥାଏକି ହେ ସମାଜର ଅନ୍ୟ ପୁରୁଷ ମାନେ ଯେତେବେଳେ ଝିଅ ଥିଲି ଆପଣ ସେତେବେଳେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । କିନ୍ତୁ ଏବେ ଆଉ ମୋତେ ଭିନ୍ନ ଦୃଷ୍ଟିରେ ଦେଖନି । ଏବେ ମୁଁ ଜଣଙ୍କର ପତ୍ନୀ । ମୋତେ ଯଦି ଭିନ୍ନ ଦୃଷ୍ଟିରେ ଦେଖିବେ ତେବେ ବିପଦରେ ପଡିବେ । ଆଉ ଗୋଟେ ହେଉଛି ସିନ୍ଥିରେ ସିନ୍ଦୁର ଲଗାଇବା ସେଇଟା ହେଲା ସତୀ ସିନ୍ଦୁର ।

କାନରେ ସିନ୍ଦୁର ଲଗାଇବାର କାରଣ କାନରେ ଗଙ୍ଗା ମା ବାହାରିଛନ୍ତି । ତେଣୁ କାନଟି ହେଉଛି ପବିତ୍ର । ମା ଗଙ୍ଗା ସେଠି ବାସ କରନ୍ତି ଆଉ ତାଙ୍କ ପାଦ ତଳେ ସିନ୍ଦୁର ମ-ରାଯାଏ । କଣ୍ଠରେ ସିନ୍ଦୁର ଲଗାଇବାର କାରଣ ସେ ଭଗବାନ ଶିବ ମା ପାର୍ବତୀ । ତାଙ୍କୁ ସିନ୍ଦୁର ଦିଆଯାଏ । ପ୍ରତେକ ସଧବା ସ୍ତ୍ରୀ ତୁଲସୀ ଚଉରା ମୂଳେ ସଞ୍ଜ ସଳିତା ଦେଇଥାନ୍ତି । ଆଉ ବୃନ୍ଦାବତୀଙ୍କ ଆଗରେ କଉଠନ୍ତି ଯେତେବେଳେ ମ-ରି-ବି ଏହି ଶଙ୍ଖା ଶିଦୂର ସାଥିରେ ଯେମିତି ନେଇକି ଜୀବି । ଏଠି ପାଇଁ ଶଙ୍ଖରେ ସିନ୍ଦୁର ମା-ରେ । ଶଙ୍ଖା ସିନ୍ଦୁର ଅଳତା ଯିଏ ଦିଏ ସିଏ ସ୍ଵାମୀ ହୋଇଥାଏ ।

ଆଜି ଆମେ ଗୋଟିଏ ସୁନ୍ଦର କାହାଣୀ ମାଧ୍ୟମରେ ଜାଣିବା । ତିନିଜଣ ସାଙ୍ଗ ଥିଲେ ଜଣେ ବ୍ରାହ୍ମଣ ଆଉ ଜଣେ ବଢେଇ, ଅନ୍ୟଜଣେ ଶଙ୍ଖାରୀ । ଏହି ତିନିଜଣ ଗାଁରେ ରୁହନ୍ତି ଆଉ ବୁଲାବୁଲି କରନ୍ତି କୌଣସି କାମ ଧନ୍ଦା କରନ୍ତି ନାହିଁ । ଦିନେ ମନେ ମନେ ଭାବିଲେ ଆଉ ଗାଁରେ କେତେଦିନ ବୁଲିବା, ଚାଲ ସହରକୁ ଯାଇ କିଛି ପଇସା ଆୟ କରିବା । ସେ ବିଦେଶକୁ ଯାଇ ବ୍ରାହ୍ମଣ ତାର ବ୍ରାହ୍ମଣ କାମ କଲା ଆଉ ବଢେଇ ତାର କାଠ କାମ କଲା, ଆଉ ଶଙ୍ଖାରୀ ଶଙ୍ଖା ତିଆରି କରି ବିକିଲା । ସେ ଦିନେ ଜଙ୍ଗଲରେ ଯାଉ ଯାଉ ରାତି ହୋଇଗଲା ଆଉ ରାସ୍ତା ଦିଶିଲାନି । ତିନି ସାଙ୍ଗ ସେଇ ଜଙ୍ଗଲରେ ରହିଲେ ସେ ରାତି କେମିତି କଟାଇଆବେ ପୁଣି ଜଙ୍ଗଲ ଜାଗା ।

ସେମାନେ ଭାବିଲେ ଯଦି ସମସ୍ତେ ସୋଇଯିବେ ତାହେଲେ ଚୋର କି ହିଂଶ୍ର ଜନ୍ତୁ କାଳେ ଆସିବେ ସେଥିପାଇଁ ସେମାନେ ଭାଗ ଭାଗ ହୋଇ ସୋଇବା ବୋଲି ନିସ୍ପତି ନେଲେ । ପ୍ରଥମେ ବ୍ରାହ୍ମଣ ଓ ଶଙ୍ଖାରୀ ଓ ବ୍ରାହ୍ମଣ ସାଙ୍ଗ ସୋଇଲେ ଆଉ ବଢେଇ ସାଙ୍ଗଟି ଚାହିଁକି ବସିଲା । ବସିବାପରେ ସେ ଟିକେ ବୋର ହେଇଗଲା ତାପରେ ଭବିଲା କଥାରେ କିଛି ଆଙ୍କିବ ଏହା ଭାବି ଆଙ୍କୁ ଆଙ୍କୁ ଗୋଟେ ଝିଅଟିର ମୂର୍ତି ଆଙ୍କିଦେଲା । ତାପରେ ଗୋଟେ ପ୍ରହର ଶେଷ ହୋଇଗଲା ବଢେଇ ଶଙ୍ଖାରି ଭାଇକୁ ଡାକିଲା ଭାଇ ଉଠ ମୋର ଗୋଟେ ପ୍ରହର ହୋଇଗଲା । ବଢେଇ ଶୋଇଲା ଆଉ ଶଙ୍ଖାରୀ ଉଠିଲା । ଦେଖିଲା ଝିଅର ମୂର୍ତି ବଢେଇ କରିଛି, ଭାବିଲା କିଛି କାମ ନଥିଲା ସେଥିଲାଗି କରିଛି ବୋଧେ ।

ସେ ଦେଖିଲା ଟା ହାତରେ ଶଙ୍ଖା ନାଇ ଓ ଦେହରେ କପଡା ନହିଁ । ସେ କଣ କଳା ଦୁଇଟି ଶଙ୍ଖା ତିଆରି କରି ତା ହାତରେ ପିନ୍ଧାଇ ଦେଲା ଆଉ ଦେହରେ ଗୋଟେ ପାଟ କପଡା ପିନ୍ଧାଇଦେଲା । ଏତିକି କଲା ପରେ ଅବିକଳ ଝିଅଟିଏ ଭଳି ଦେଖା ଗଲା । ତାର ପ୍ରହାର ଶେଷ ହୋଇଗଲା । ତାପରେ ବ୍ରାହ୍ମଣ ଉଠିଲା ସେ କହିଲା ଏଣିକି ମୁ ଜଗୁଛି ତୁମେ ଏବେ ସୋଇପଡ । ତାପରେ ସେ ଦେଖିଲା ମୂର୍ତିଟିକୁ ଆଉ କହିଲା ବଢେଇ ବୋଧେ ଝିଅଟିକୁ ଅଙ୍କିଛି ଆଉ ଶଙ୍ଖାରୀ ଶଙ୍ଖା ତିଆରି କରି ପିନ୍ଧାଇଅଛି । ତେବେ ସେ ଭାବିଲେ ମୁଁ ତାକୁ ଜୀବନ ଦେବୀ ଆଉ ଜୀବ ନ୍ୟାସର ମନ୍ତ୍ର ପଢି ପାଣି ଟିକେ ଛିଞ୍ଚି ଦେଲା । ସେତେବେଳକୁ ରାତି ପାହିଲାଣି, ଆଉ ଦେଖିଲା ଜୀବନ୍ତ ଝିଅଟି ଠିଆ ହୋଇଛି । ସେଇ କାଠର ମୂର୍ତି ଅସାମାନ୍ୟ ସୁନ୍ଦରୀ ।


ଏହା ଦେଖି ତିନିଜଣଙ୍କ ଭିତରେ ଟଣାଟଣି ଆରମ୍ଭ ହେଲା । ସେ କହିଲା ମୁଁ କରିଛି ସେ ମଧ୍ୟ କହିଲା ଏହିପରି ତିନିଜଣ ଯାକ ଏମିତି କହିଲେ । ସେଇ ବାଟରେ ଜଣେ ବ୍ରାହ୍ମଣ ଯାଉଥିଲେ ଆଉ ତାଙ୍କୁ ଡାକି ପଚାରିଲେ ବ୍ରାହ୍ମଣ ସବୁ ଶୁଣିଲେ ରାତିର ଘଟଣା କହିଲେ ଆଉ ବ୍ରାହ୍ମଣ ଶୁଣିକି କହିଲେ ମୁଁ ଯାହା କହିବି ତାକୁ ତୁମକୁ କିନ୍ତୁ ମାନିବାକୁ ପଡିବ । ଆଉ ସେକହିଲେ ଯିଏ ତିଆରି କରିଛି ସେ ହେଉଛି ବାପା ଆଉ ଯିଏ ଜୀବନ ଦେଇଛି ଆଉ ଯିଏ କାନରେ ମନ୍ତ୍ର ଦେଇ ଜୀବନ୍ୟାସ ଦେଇଛି ସେ ହେଉଛି ଗୁରୁ ଓ ଯିଏ ତାକୁ ଶଙ୍ଖା ଓ ତାର ଲୁଗା ଦେଇ ସମ୍ମାନ ରକ୍ଷା କରିଛି ସେହି ହିଁ ତାର ସ୍ଵାମୀ ହେବାର ଯୋଗ୍ୟ ଅଟେ । ତାପରେ ଶଙ୍ଖାରୀ ସେଇ ଝିଅଟିକୁ ବିବାହ କଲା ।

Leave a Reply

Your email address will not be published. Required fields are marked *