ଟିଭି ସିରିୟଲ ‘ସାଥ ନିଭାନା ସାଥୀୟା’ ର ଚାଇଲ୍ଡ କଳାକାର “ବିଦ୍ୟା” ବର୍ତ୍ତମାନ ଦେଖାଯାଉଛନ୍ତି ଏତେ ସୁନ୍ଦର

ଦର୍ଶକବନ୍ଧୁ, ହିନ୍ଧୀ ହେଉ କିଅବା ଓଡିଆ ସମସ୍ତେ ସାଧାରଣତ ସିରିୟଲ ଗୁଡିକ ଦେଖିବାକୁ ଭଲ ପାଇଥାନ୍ତି । କେତେକ ବ୍ୟକ୍ତି ଅଛନ୍ତି ଯେ, ସିରିୟଲ ନଦେଖିଲେ ତାଙ୍କର କୌଣସି କାର୍ଯ୍ୟରେ ମନ ଲାଗେ ନାହିଁ । ବନ୍ଧୁଗଣ ସିରିୟଲ ରେ ଅନେକ ଅଭିନେତ୍ରୀ ଅଭିନେତା ଅଭିନୟ ଦେଇ ବହୁତ ପ୍ରସିଦ୍ଧ ହୋଇଆସିଛନ୍ତି । ସେମାନଙ୍କୁ ଦର୍ଶକମାନେ ହୃଦୟରେ ବସାଇ ରଖିବା ସହିତ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଥାନ୍ତି । କେତେକ ବ୍ୟକ୍ତିଙ୍କୁ ଅଭିନେତ୍ରୀ ପସନ୍ଦ ଆସୁଥିବା ସମୟରେ କେତେକ ବ୍ୟକ୍ତିଙ୍କୁ ଅଭିନେତା ପସନ୍ଦ ଆସିଥାନ୍ତି ।

ମାତ୍ର ବନ୍ଧୁଗଣ ଏହି ସବୁ କିରଦାର ବ୍ଯତୀତ ଆଉ ଏକ ମହତ୍ବପୂର୍ଣ୍ଣ କିରଦାର ହେଉଛି ଚାଇଲ୍ଡ ଆର୍ଟିଷ୍ଟ ଙ୍କର । ସେମାନେ ଏଭଳି ଭାବରେ ନିଜର ଭୂମିକା ନିଭାଇ ଥାନ୍ତି ଯେ, ତାଙ୍କୁ ପ୍ରାଏ ସମସ୍ତେ ଭଲ ପାଇଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ “ସାଥ ନିଭାନା ସାଥୀୟା” ର ଚାଇଲ୍ଡ ଆର୍ଟିଷ୍ଟ “ବିଦ୍ୟା” ଙ୍କ ସମ୍ବନ୍ଧରେ ।

ବନ୍ଧୁଗଣ ହିନ୍ଦୀ ଧାରାବାହିକ “ସାଥ ନିଭାନା ସାଥୀୟା” ସିରିୟଲଟି ବହୁତ ପ୍ରସିଦ୍ଧ ହୋଇଛି । ଏହି ସିରିୟଲ ଟି ଘରେ ଘରେ ପରିଚିତ । ବନ୍ଧୁଗଣ ଏହି ସିରିୟଲ ଟି ୨୦୦୯ ରେ ଆରମ୍ଭ ହୋଇଥିଲା ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୦୦୦ ରୁ ଅଧିକ ଏପିଷୋଡ ଏହାର ସମାପ୍ତ ହୋଇସାରିଛି । ଦର୍ଶକ ମାନେ ଏହି ସିରିୟଲ କୁ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ।

ଏହି ସିରିୟଲ ର ସମସ୍ତ କିରଦାର ମୁଖ୍ୟ କିରଦାର ଥିଲା ମାତ୍ର କୋକିଲା ଏବଂ ଗୋପିର କିରଦାର ବହୁତ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଦର୍ଶକମାନେ ବିଶେଷ କରି ଏହି ଦୁହି ଜଣଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ବନ୍ଧୁଗଣ ଏହି ଧାରାବାହିକ ର ଚାଇଲ୍ଡ ଆର୍ଟିଷ୍ଟ ବିଦ୍ୟା ଗୋପୀ ର ଛୋଟ ଝିଅ ବିଦ୍ୟା ର ଭୂମିକା ନିଭାଇ ଥିଲେ । ବନ୍ଧୁଗଣ “ସାଥ ନିଭାନା ସାଥୀୟା” ର ଏହି ଛୋଟ ବିଦ୍ୟା ବର୍ତ୍ତମାନ ବହୁତ ବଡ ହୋଇଗଲେଣି ।

ବର୍ତ୍ତମାନ ସେ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ବନ୍ଧୁଗଣ ଏହି କିରଦାର ନିଭାଉ ଥିବା କୁନି ଝିଅଟିର ବାସ୍ତବ ନାମ “ପଲକ ପାଞ୍ଚାଲ” ଅଟେ । “ପଲକ ପାଞ୍ଚାଲ” ଙ୍କ ଜନ୍ମ ୨୦୦୮ ରେ ହୋଇଥିଲା । ସେ ଅନେକ ଗୁଡିଏ ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି । ମାତ୍ର ତାଙ୍କୁ ଅଧିକ ଲୋକପ୍ରିୟ “ସାଥ ନିଭାନା ସାଥୀୟା” ରେ ମିଳିଛି । ପଲକ ର ଅଭିନୟ କୁ ଦର୍ଶକ ମାନେ ବହୁତ ପ୍ରସନ୍ଦ କରିଛନ୍ତି । ସେ ନିଜର ଅଭିନୟ ଅତି ସହଜରେ ପ୍ରଦର୍ଶଣ କରିଦେଉଥିଲେ । ତାଙ୍କ କ୍ୟୁଟନେସ ପ୍ରାଏ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

ବନ୍ଧୁଗଣ ପଲକ ପାଞ୍ଚାଲ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ନୁହନ୍ତି । ଏହି କାରଣରୁ ତାଙ୍କ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଇଣ୍ଟରନେଟରେ ଉପଲବ୍ଧ ନାହିଁ । ବନ୍ଧୁଗଣ ବର୍ତ୍ତମାନ ସେ ସୋସିଆଲ ମିଡିଆରୁ ଦୂରରେ ରହୁଛନ୍ତି, କାରଣ ବର୍ତ୍ତମାନ ସେ ନିଜର ସଂପୂର୍ଣ୍ଣ ଧ୍ୟାନ ନିଜର ପାଠ ପଢାରେ ଲଗାଇଛନ୍ତି । ବନ୍ଧୁଗଣ ଆପଣଙ୍କୁ ବିଦ୍ୟା ବିଷୟରେ ଜାଣି କିଭଳି ଲାଗିଲା କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *